ଶ୍ରାବଣ ମାସର ଅଦ୍ଭୁତ ଦୃଶ୍ୟ, ଦଂଶନ ପାଇଁ ଚେଷ୍ଟା କରୁଥିଲେ ଏତେ ଗୁଡ଼ାଏ ସାପ, ମାତ୍ର ମୁହଁରେ ଧରି ଲୋକେ କଲେ ଏମିତି

ଭାରତରେ ବିଭିର୍ନ ପ୍ରକାରର ପରମ୍ପରା ରହିଛି, ସେଥି ମଧ୍ୟରୁ କିଛି ପରମ୍ପରା ଦେଖିବାକୁ ଅତି ଭୟାନକ। ଶ୍ରାବଣ ମାସରେ ଗୋଟେ ଏମିତିକା ପରମ୍ପରା ଦେଖିବାକୁ ମିଳିଲା ଯାହାକୁ ଦେଖି ସମସ୍ତଙ୍କ ରୁମ ତାଙ୍କରି ଗଲା। ଯଦି ଆମେ ଘରେ ଗୋଟିଏ ସାପ ଦେଖିଲେ ଡରି ଯାଇ ବାହାରକୁ ଚାଲିଯାଉ। କିନ୍ତୁ ଶରୀରରେ ସାପଗୁଡାଇ ହୋଇ ଲୋକଙ୍କ ଯାତ୍ରା କେବେ ଦେଖିଛନ୍ତି। ଏମିତି ଏକ ଘଟଣା ବିହାରର ସମସ୍ତିପୁରରେ ଦେଖିବାକୁ ମିଳିଛି। ଏଠାକାର ଲୋକମାନେ ଶ୍ରାବଣ ମାସର ପ୍ରଥମ
 
ଶ୍ରାବଣ ମାସର ଅଦ୍ଭୁତ ଦୃଶ୍ୟ, ଦଂଶନ ପାଇଁ ଚେଷ୍ଟା କରୁଥିଲେ ଏତେ ଗୁଡ଼ାଏ ସାପ, ମାତ୍ର ମୁହଁରେ ଧରି ଲୋକେ କଲେ ଏମିତି

ଭାରତରେ ବିଭିର୍ନ ପ୍ରକାରର ପରମ୍ପରା ରହିଛି, ସେଥି ମଧ୍ୟରୁ କିଛି ପରମ୍ପରା ଦେଖିବାକୁ ଅତି ଭୟାନକ। ଶ୍ରାବଣ ମାସରେ ଗୋଟେ ଏମିତିକା ପରମ୍ପରା ଦେଖିବାକୁ ମିଳିଲା ଯାହାକୁ ଦେଖି ସମସ୍ତଙ୍କ ରୁମ ତାଙ୍କରି ଗଲା।

ଶ୍ରାବଣ ମାସର ଅଦ୍ଭୁତ ଦୃଶ୍ୟ, ଦଂଶନ ପାଇଁ ଚେଷ୍ଟା କରୁଥିଲେ ଏତେ ଗୁଡ଼ାଏ ସାପ, ମାତ୍ର ମୁହଁରେ ଧରି ଲୋକେ କଲେ ଏମିତି

ଯଦି ଆମେ ଘରେ ଗୋଟିଏ ସାପ ଦେଖିଲେ ଡରି ଯାଇ ବାହାରକୁ ଚାଲିଯାଉ। କିନ୍ତୁ ଶରୀରରେ ସାପଗୁଡାଇ ହୋଇ ଲୋକଙ୍କ ଯାତ୍ରା କେବେ ଦେଖିଛନ୍ତି। ଏମିତି ଏକ ଘଟଣା ବିହାରର ସମସ୍ତିପୁରରେ ଦେଖିବାକୁ ମିଳିଛି। ଏଠାକାର ଲୋକମାନେ ଶ୍ରାବଣ ମାସର ପ୍ରଥମ ସୋମବାର ନଦୀରେ ବୁଡ ପକାଇବା ସହିତ ସାପକୁ ଧରି ମନ୍ଦିରରେ ପହଞ୍ଚି ପୂଜା କରିଥାଆନ୍ତି।

ଶ୍ରାବଣ ମାସର ଅଦ୍ଭୁତ ଦୃଶ୍ୟ, ଦଂଶନ ପାଇଁ ଚେଷ୍ଟା କରୁଥିଲେ ଏତେ ଗୁଡ଼ାଏ ସାପ, ମାତ୍ର ମୁହଁରେ ଧରି ଲୋକେ କଲେ ଏମିତି

ସମସ୍ତିପୁରର ବିଭୁତିପୁରରେ ପ୍ରତିବର୍ଷ ଭଳି ଚଳିତ ଥର ବି ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ୨୫ଜଣ ଲୋକ ବୁଡ଼ ପକାଇଥିବା ବେଳେ ୩୦୦ରୁ ଊର୍ଧ୍ୱ ସାପକୁ ଧରି ସେମାନେ ନିଜ ଶରୀରର ଗଳା ଓ ହାତରେ ଗୁଡାଇ ଥିଲେ। ଏପରି ଅବସ୍ଥାରେ ସେମାନେ ମା’ ଭଗବତୀଙ୍କ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରିଥିଲେ। ଏହି ସମୟରେ ଶ୍ରଦ୍ଧାଳୁମାନେ ଏମାନଙ୍କ ପଛପାର୍ଶ୍ୱରେ ଛିଡା ହୋଇ ଜୟଜୟକାର କରୁ ଥାଆନ୍ତି।

ଶ୍ରାବଣ ମାସର ଅଦ୍ଭୁତ ଦୃଶ୍ୟ, ଦଂଶନ ପାଇଁ ଚେଷ୍ଟା କରୁଥିଲେ ଏତେ ଗୁଡ଼ାଏ ସାପ, ମାତ୍ର ମୁହଁରେ ଧରି ଲୋକେ କଲେ ଏମିତି

ଏହି ପରମ୍ପରାକୁ ନେଇ ଭଗତ ରାମ ସିଂହ ନାମକ ବ୍ୟକ୍ତିଙ୍କ କହିବାନୁସାରେ, ତାଙ୍କ ପୂର୍ବଜ ୧୮୬୮ ମସିହାରୁ ମାତା ବିଷଧରଙ୍କ ପୂଜା କରି ଆସୁଛନ୍ତି। ଏହା ଆଜି ବି ଜାରି ରହିଛି। ପ୍ରଥମେ ଏହି ପୂଜା ତାଙ୍କ ଘରେ ହେଉଥିଲା। ପରେ ୧୯୫୧ ମସିହାରେ ଏହି ପୂଜା ପାଇଁ ଏକ ମନ୍ଦିର ନିର୍ମାଣ ହୋଇଥିଲା। ଏହାପରେ ଏହି ପରମ୍ପରାକୁ ବିଶାଳ ଆକାରରେ ପାଳନ କରାଯାଉଛି।