ନିତିଦିନିଆ ଜୀବନରେ କରୁଥିବା ଏହି ଛୋଟ ଭୁଲ ପାଇଁ ହୋଇଥାଏ କର୍କଟ ଭଳି ଭୟଙ୍କର ରୋଗ…

ଆଜି କାଲି ବିଭିର୍ନ ପ୍ରକାରର କର୍କଟ ରୋଗ ଦେଖିବାକୁ ମୁଳୁଛି ଏବଂ ତାହାର କାରଣ ମଧ୍ୟ ଭିନ୍ନ ହୋଇଥାଏ । କିନ୍ତୁ ବେଳେ ବେଳେ ଲୋକେ ପ୍ରତିଦିନ କରୁଥିବା କାମ ପାଇଁ ଏତେ ବଡ଼ ରୋଗର ଶିକାର ହୋଇ ଯାଇଥାନ୍ତି । ଆସନ୍ତୁ ଜାଣିବା କେମିତି ହୋଇଥାଏ କର୍କଟ ରୋଗ । ୧. ମେଡିକାଲ ସାଇନ୍ସ ଅନୁସାରେ ଡିଜେଲ ଚାଲିତ ଯାନରୁ ବାହାରୁଥିବା ଧୂଆଁର ସଂସ୍ପର୍ଶରେ ଆସିବା ଦ୍ୱାରା ଫୁସ୍ଫୁସ୍ କର୍କଟ ରୋଗ ହେବାର ଆଶଙ୍କା ବଢ଼ି
 
ନିତିଦିନିଆ ଜୀବନରେ କରୁଥିବା ଏହି ଛୋଟ ଭୁଲ ପାଇଁ ହୋଇଥାଏ କର୍କଟ ଭଳି ଭୟଙ୍କର ରୋଗ…

ଆଜି କାଲି ବିଭିର୍ନ ପ୍ରକାରର କର୍କଟ ରୋଗ ଦେଖିବାକୁ ମୁଳୁଛି ଏବଂ ତାହାର କାରଣ ମଧ୍ୟ ଭିନ୍ନ ହୋଇଥାଏ । କିନ୍ତୁ ବେଳେ ବେଳେ ଲୋକେ ପ୍ରତିଦିନ କରୁଥିବା କାମ ପାଇଁ ଏତେ ବଡ଼ ରୋଗର ଶିକାର ହୋଇ ଯାଇଥାନ୍ତି । ଆସନ୍ତୁ ଜାଣିବା କେମିତି ହୋଇଥାଏ କର୍କଟ ରୋଗ ।

୧. ମେଡିକାଲ ସାଇନ୍ସ ଅନୁସାରେ ଡିଜେଲ ଚାଲିତ ଯାନରୁ ବାହାରୁଥିବା ଧୂଆଁର ସଂସ୍ପର୍ଶରେ ଆସିବା ଦ୍ୱାରା ଫୁସ୍‌ଫୁସ୍‌ କର୍କଟ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ ।

ନିତିଦିନିଆ ଜୀବନରେ କରୁଥିବା ଏହି ଛୋଟ ଭୁଲ ପାଇଁ ହୋଇଥାଏ କର୍କଟ ଭଳି ଭୟଙ୍କର ରୋଗ…

୨. ମେଲେନୋମା ଏକ ପ୍ରକାରର ଚର୍ମ କର୍କଟ ରୋଗ । ଯାହା ସୂର୍ଯ୍ୟର ପ୍ରଖର ୟୁଭି କିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ହୋଇଥାଏ । ୯୫ପ୍ରତିଶତ ଚର୍ମ କର୍କଟ ରୋଗ ପ୍ରଖର ସୂର୍ଯ୍ୟ କିରଣ ପାଇଁ ହୋଇଥାଏ ।

ନିତିଦିନିଆ ଜୀବନରେ କରୁଥିବା ଏହି ଛୋଟ ଭୁଲ ପାଇଁ ହୋଇଥାଏ କର୍କଟ ଭଳି ଭୟଙ୍କର ରୋଗ…

୩. ସାଧାରଣତଃ ୯-୫ପର୍ଯ୍ୟନ୍ତ କାମ କରୁଥିବା ମହିଳାଙ୍କ ଅପେକ୍ଷା ରାତି ସିପ୍ଟରେ କାମ କରୁଥିବା ମହିଳାମାନଙ୍କ ପାଖରେ ହୃଦ୍‌ଜନିତ ସମସ୍ୟା, କର୍କଟ ରୋଗ ଏବଂ ଷ୍ଟ୍ରୋକ ଭଳି ସମସ୍ୟା ଅଧିକ ଦେଖା ଯାଇଥାଏ ।

ନିତିଦିନିଆ ଜୀବନରେ କରୁଥିବା ଏହି ଛୋଟ ଭୁଲ ପାଇଁ ହୋଇଥାଏ କର୍କଟ ଭଳି ଭୟଙ୍କର ରୋଗ…

୪. ବିଶେଷ ରୂପରେ ସ୍ତନ କର୍କଟ ରୋଗର ଶିକାର ହେଉଥିବା ୯୯ପ୍ରତିଶତ ମହିଳାଙ୍କ ମଧ୍ୟରେ ପେରାବିନ୍ସ ରସାୟନ ମିଳିଥାଏ । ଏହି ରସାୟନ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଏ । ମହିଳାମାନେ ଅଧିକ ବିୟୁଟି ପ୍ରଡକ୍ଟ ବ୍ୟବହାର କରୁଥିବାରୁ ଏହି ରସାୟନ ରକ୍ତରେ ମିଶି ପରେ କର୍କଟ ରୋଗରେ ପରିଣତ ହୋଇଥାଏ ।