ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟି-୨୦ ଜିତିଲା ଭାରତ, ହେଲେ ଏହି ଯୁବ ଖେଳାଳି କରିଦେଲେ ଏମିତି କିଛି

ବିଶ୍ଵକପ ପରେ ଭାରତ ତାର ପ୍ରଥମ ସିରିଜ୍ ଖେଳୁଛି। ତେବେ ଗତକାଲିର ପ୍ରଥମ ଟି୨୦ ରେ ବୋଲରଙ୍କ ଦମରେ ପ୍ରଥମେ ଟି-୨୦ରେ ୱେଷ୍ଟଇଣ୍ଡିଜ୍କୁ ୪ ୱିକେଟ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିଥିବା ନଭଦୀପ ସାଇନ୍ଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍ ମାତ୍ର ୯୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ୯୬ ରନ୍ର ଟାର୍ଗେଟ ପାଇଥିବା ଟିମ୍ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଶେଷରେ ୧୬ ବଲ୍ ପୂର୍ବରୁ
 
ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟି-୨୦ ଜିତିଲା ଭାରତ, ହେଲେ ଏହି ଯୁବ ଖେଳାଳି କରିଦେଲେ ଏମିତି କିଛି

ବିଶ୍ଵକପ ପରେ ଭାରତ ତାର ପ୍ରଥମ ସିରିଜ୍ ଖେଳୁଛି। ତେବେ ଗତକାଲିର ପ୍ରଥମ ଟି୨୦ ରେ ବୋଲରଙ୍କ ଦମରେ ପ୍ରଥମେ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌କୁ ୪ ୱିକେଟ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିଥିବା ନଭଦୀପ ସାଇନ୍‌ଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍‌ ମାତ୍ର ୯୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୯୬ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଶେଷରେ ୧୬ ବଲ୍‌ ପୂର୍ବରୁ ବିଜୟ ଲାଭ କରିଛି। ୪ ଓଭର୍‌ରେ ୧୭ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିବା ନଭଦୀପ ସାଇନିଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ମିଳିଛି।

ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟି-୨୦ ଜିତିଲା ଭାରତ, ହେଲେ ଏହି ଯୁବ ଖେଳାଳି କରିଦେଲେ ଏମିତି କିଛି

ୱେଷ୍ଟଇଣ୍ଡିଜ୍‌ ଦେଇଥିବା ୯୬ ରନ୍‌ର ଟାର୍ଗେଟ ପିଛା କରୁଥିବା ଭାରତ ମାତ୍ର ୪ ରନରେ ଓପନର ଶିଖର ଧୱନଙ୍କୁ ହରାଇଥିଲା। ଧୱନ ମାତ୍ର ୧ ରନ୍ କରି ଶେଲଡନ୍ କଟ୍ଟରେଲଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟି-୨୦ ଜିତିଲା ଭାରତ, ହେଲେ ଏହି ଯୁବ ଖେଳାଳି କରିଦେଲେ ଏମିତି କିଛି

ଅନ୍ୟତମ ଓପନର ରୋହିତ ଶର୍ମା ବଡ଼ ଶଟ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ରୋହିତଙ୍କୁ ଅଧିନାୟକ ବିରାଟ କୋହଲି ଭରପୂର ସହଯୋଗ କରିଥିଲେ। ହେଲେ ବଡ଼ ଶଟ୍ ଖେଳିବା ଲୋଭରେ ରୋହିତ ୨୪ ରନ୍ କରି ସୁନୀଲ ନାରିନଙ୍କୁ ବଲରେ ଆଉଟ୍ ହୋଇଯାଇଥିଲେ। ଏହାପରେ ପ୍ରଥମ ବଲରେ ହିଁ ରିଷଭ ପନ୍ତ ଖାତା ଖୋଲିବା ପୂର୍ବରୁ ନାରିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟି-୨୦ ଜିତିଲା ଭାରତ, ହେଲେ ଏହି ଯୁବ ଖେଳାଳି କରିଦେଲେ ଏମିତି କିଛି

ଟିମ୍ ଇଣ୍ଡିଆ ୬.୪ ଓଭର୍‌ରେ ୩୨ ରନ୍‌ କରି ୩ ୱିକେଟ୍‌ ହରାଇଥିଲା। ତେବେ ବିରାଟ୍‌ ଓ ମନୀଷ ପାଣ୍ଡେ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର ୬୪ ଥିବା ବେଳେ ବ୍ୟକ୍ତିଗତ ୧୯ ରନ୍‌ କରିଥିବା ମନୀଷ ପାଣ୍ଡେଙ୍କୁ କୀମୋ ପଲ କ୍ଲିନବୋଲ୍ଡ କରି ଭାରତକୁ ୪ର୍ଥ ଝଟ୍‌କା ଦେଇଥିଲେ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟି-୨୦ ଜିତିଲା ଭାରତ, ହେଲେ ଏହି ଯୁବ ଖେଳାଳି କରିଦେଲେ ଏମିତି କିଛି

ବିରାଟ୍‌ ମଧ୍ୟ ୧୯ ରନ୍‌ କରି କଟ୍ଟରେଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଭାରତର ସ୍କୋର ୬୯/୫ ଥିବା ବେଳେ ଦୁଇ ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ କୃନାଲ ପାଣ୍ଡ୍ୟା ବେଶ ଦୃଢ଼ତାର ସହ ଇଣ୍ଡିଜ୍‌ ବୋଲରଙ୍କୁ ମୁକାବିଲା କରିଥିଲେ। ଜିତିବା ପାଇଁ ୮ ରନ୍‌ ଦରକାର ଥିବା ବେଳେ ପାଣ୍ଡ୍ୟା ୧୨ ରନ୍‌ କରି କୀମ ପୋଲଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ। ରବୀନ୍ଦ୍ର ଜାଡେଜା ଶେଷ ଯାଏ ୧୦ ରନ୍‌ କରି ଅପରାଜିତ ରହିଥିବା ବେଳେ ୱାଶିଂଟନ୍‌ ସୁନ୍ଦର ଛକା ମାରି ଭାରତକୁ ବିଜୟୀ କରାଇଥିଲେ।