ସାରଥୀ ପରେ ଏବେ ମ୍ୟାଜିକ ବାବା! ବିଭୁତି ଦେଇ କରୁଛନ୍ତି ବେହୋସ, ତାପରେ ଲୁଟି ନେଉଛନ୍ତି ସୁନା ଓ ଟଙ୍କା

ଓଡିଶା ରେ କଣ ସମ୍ପୂର୍ଣ ଭାରତରେ ମାତିଛନ୍ତି ସବୁ ଢୋଂଗି ବାବା ମାଟି ଗଲେଣି, ସାରଥୀ ପରେ ବର୍ତମାନ ରାଜଧାନୀ ଭୁବନେଶ୍ୱର ରେ ଦେଖିବାକୁ ମିଳିଛି ଗୋଟେ ନୂଆ ଭଣ୍ଡ ବାବା ର ନୂଆ ରୂପ । ବାବା ବେଶରେ ଆସୁଥିଲେ, ମିଠା ମିଠା କହି ଲୋକକୁ ବଶିଭୂତ କରୁଥିଲେ । ଲୋକଙ୍କ ଶୁଭ ମନାଶିବା ବାହାନାରେ ବିଭୁତି ଫୋପାଡ଼ି ବେହୋସ୍ କରୁଥିଲେ । ଆଉ ସୁବିଧା ସୁଯୋଗ ଦେଖି ଲୁଟି ନେଉଥିଲେ ସୁନା ଓ ଟଙ୍କା
 
ସାରଥୀ ପରେ ଏବେ ମ୍ୟାଜିକ ବାବା! ବିଭୁତି ଦେଇ କରୁଛନ୍ତି ବେହୋସ, ତାପରେ ଲୁଟି ନେଉଛନ୍ତି ସୁନା ଓ ଟଙ୍କା

ଓଡିଶା ରେ କଣ ସମ୍ପୂର୍ଣ ଭାରତରେ ମାତିଛନ୍ତି ସବୁ ଢୋଂଗି ବାବା ମାଟି ଗଲେଣି, ସାରଥୀ ପରେ ବର୍ତମାନ ରାଜଧାନୀ ଭୁବନେଶ୍ୱର ରେ ଦେଖିବାକୁ ମିଳିଛି ଗୋଟେ ନୂଆ ଭଣ୍ଡ ବାବା ର ନୂଆ ରୂପ । ବାବା ବେଶରେ ଆସୁଥିଲେ, ମିଠା ମିଠା କହି ଲୋକକୁ ବଶିଭୂତ କରୁଥିଲେ । ଲୋକଙ୍କ ଶୁଭ ମନାଶିବା ବାହାନାରେ ବିଭୁତି ଫୋପାଡ଼ି ବେହୋସ୍ କରୁଥିଲେ । ଆଉ ସୁବିଧା ସୁଯୋଗ ଦେଖି ଲୁଟି ନେଉଥିଲେ ସୁନା ଓ ଟଙ୍କା । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ ।

ସାରଥୀ ପରେ ଏବେ ମ୍ୟାଜିକ ବାବା! ବିଭୁତି ଦେଇ କରୁଛନ୍ତି ବେହୋସ, ତାପରେ ଲୁଟି ନେଉଛନ୍ତି ସୁନା ଓ ଟଙ୍କା

ଏହାର ଏକ ଭିଡ଼ିଓ ସିସିଟିଭି କେମେରା ରେ କଏଦ ହୋଇଛି, ବାବା ବିଭୁତି ଫୋପାଡୁଛି, ବେହୋସ କରୁଛି । ଲୁଟି ନେଉଛି ସୁନା ଆଉ ଟଙ୍କା । ଦେଖିବାକୁ ବେଶ ନିରିହ, ହେଲେ କାଣ୍ଡ କାରନାମା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ଟିକିଏ ଭଲ କରି ଦେଖନ୍ତୁ ଏହି ବାବାକୁ । ପିନ୍ଧିଛି କଳା ରଙ୍ଗର ମଠା, ହାତରେ ବାଡି ଆଉ କାନ୍ଧରେ ଝୁଲା । ଏ ହେଉଛି ବାବା ବେଶରେ ଜଣେ ଲୁଟେରା । ବାବା ବେଶରେ ଆସି ରାଜଧାନୀର ଚନ୍ଦ୍ରଶେଖରପୁରରେ ରହୁଥିବା ଜଣେ ଓକିଲଙ୍କୁ ଚୁନା ଲଗାଇଛି ଏହି ମ୍ୟାଜିକ ବାବା ଗ୍ୟାଙ୍ଗ । ପ୍ରଥମେ ଏହି ବାବା ବେଶୀ ଲୁଟେରା ଘରକୁ ପ୍ରବେଶ କରୁଥିବାର ସିସିଟିଭି ଚିତ୍ର । ଘର ଭିତରେ ପ୍ରବେଶ କରିବା ପରେ, ଓକିଲଙ୍କ ପାଖରେ ଥିବା କିଛି ଟଙ୍କାକୁ ବିଭୁତିରେ ପରିଣତ କରି ଦେଇଥିଲା । ଆଉ ତାପରେ, ସିସିଟିଭି ଫୁଟେଜରେ ଦେଖାଯାଉଥିବା ୨ନମ୍ବର ବାବା ଘର ଭିତରକୁ ଏଂଟ୍ରି କରିଥିଲା । ୨ଜଣ ବାବା ବେଶୀ ଲୁଟେରା ଓକିଲଙ୍କ ଓପରକୁ ବିଭୁତି ଫୋପାଡି ବେହୋସ କରିବା ପରେ, ତାଙ୍କର ସୁନା ଗହଣା ସହ ୩୪ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି ।

ସାରଥୀ ପରେ ଏବେ ମ୍ୟାଜିକ ବାବା! ବିଭୁତି ଦେଇ କରୁଛନ୍ତି ବେହୋସ, ତାପରେ ଲୁଟି ନେଉଛନ୍ତି ସୁନା ଓ ଟଙ୍କା

ଲୁଟର ଶୀକାର ହୋଇଥିବା ଓକିଲଙ୍କ କହିବାନୁସାରେ, ବାବା ଜଣକ ବିଭୁତି ଫୋପାଡିବାରୁ ସେ ବେହୋସ ହୋଇଯାଇଥିଲେ । ଏହି ମ୍ୟାଜିକ ବାବା ମାନେ ହିନ୍ଦି ଭାଷାରେ କଥା ବାର୍ତା କରୁଥିଲେ । ହେଲେ କିଛି ବୁଝିବା ଆଗରୁ ଶୁନ୍ୟରୁ ବିଭୁତି ଆଣି ଓକିଲଙ୍କ ମୁଣ୍ଡରେ ମାରିଥିଲେ । ମୁଣ୍ଡରେ ବିଭୁତି ଲାଗିବା କ୍ଷଣି କିଛି ବୁଝି ପାରି ନଥିଲେ ଓକିଲ ଜଣକ । ମାତ୍ର କିଛି ସମୟ ଭିତରେ କଳାକନା ବୁଲାଇବାରେ ସକ୍ଷମ ହୋଇଛି ଏହି ଠକ ମ୍ୟାଜିକ ବାବା ।

ସାରଥୀ ପରେ ଏବେ ମ୍ୟାଜିକ ବାବା! ବିଭୁତି ଦେଇ କରୁଛନ୍ତି ବେହୋସ, ତାପରେ ଲୁଟି ନେଉଛନ୍ତି ସୁନା ଓ ଟଙ୍କା

ବର୍ତମାନ ଏହି ବାବା ଚର୍ଚା ରେ ଅଛନ୍ତି, ଏହି ବାବା ଗ୍ୟାଙ୍ଗ ରାଜଧାନୀରେ ମାତିଥିବା ବେଳେ, ଏକାଧିକ ଲୋକଙ୍କୁ କଳାକନା ବୁଲାଇ ଫେରାର ହୋଇଥିବା ନେଇ ମାଳମାଳ ଅଭିଯୋଗ ଆସିଛି । ଏବେ ଏହି ମୋଷ୍ଟ ୱାଂଟେଡ ମ୍ୟାଜିକ ବାବାକୁ ଖୋଜୁଛି କମିଶନରେଟ ପୁଲିସ ।