କାଶ୍ମୀର ରେ ଧାରା ୩୭୦ ହଟିବା ପରେ ପାଗଳ ହେଲା ପାକିସ୍ତାନ, ଯୁଦ୍ଧର ଧମକ ଦେଲା ଇମ୍ରାନଙ୍କ ମନ୍ତ୍ରୀ

ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ସୋମବାର କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏନେଇ ରାଷ୍ଟ୍ରପତିଙ୍କ ଅଧିସୂଚନା ଜାରି ହୋଇଥିବା ରାଜ୍ୟ ସଭାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ସୂଚନା ଦେଇ ସଂକଳ୍ପନାମାକୁ ଆଗତ କରିଥିଲେ। ଉଚ୍ଚସଦନରେ ଏହା ବହୁମତରେ ପାସ୍ ହୋଇଥିଲା। ସେହିପରି ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍, ୨୦୧୯ ମଧ୍ୟ ରାଜ୍ୟ ସଭାର ଅନୁମୋଦନ ପାଇଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଶାହ ମଙ୍ଗଳବାର ଏହି ସଂକଳ୍ପନାମା ଓ ବିଲ୍କୁ ମଙ୍ଗଳବାର ଲୋକ ସଭାରେ ଆଗତ
 
କାଶ୍ମୀର ରେ ଧାରା ୩୭୦ ହଟିବା ପରେ ପାଗଳ ହେଲା ପାକିସ୍ତାନ, ଯୁଦ୍ଧର ଧମକ ଦେଲା ଇମ୍ରାନଙ୍କ ମନ୍ତ୍ରୀ

ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ସୋମବାର କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏନେଇ ରାଷ୍ଟ୍ରପତିଙ୍କ ଅଧିସୂଚନା ଜାରି ହୋଇଥିବା ରାଜ୍ୟ ସଭାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ସୂଚନା ଦେଇ ସଂକଳ୍ପନାମାକୁ ଆଗତ କରିଥିଲେ। ଉଚ୍ଚସଦନରେ ଏହା ବହୁମତରେ ପାସ୍‌ ହୋଇଥିଲା। ସେହିପରି ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯ ମଧ୍ୟ ରାଜ୍ୟ ସଭାର ଅନୁମୋଦନ ପାଇଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଶାହ ମଙ୍ଗଳବାର ଏହି ସଂକଳ୍ପନାମା ଓ ବିଲ୍‌କୁ ମଙ୍ଗଳବାର ଲୋକ ସଭାରେ ଆଗତ କରିଥିଲେ। ବିତର୍କ ଉପରେ ବିବୃତି ରଖି ଶାହ କହିଥିଲେ, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଭାରତ ଦଖଲ କରିବା ପାଇଁ ଉଦ୍ୟମ ଜାରି ରଖିବ।

କାଶ୍ମୀର ରେ ଧାରା ୩୭୦ ହଟିବା ପରେ ପାଗଳ ହେଲା ପାକିସ୍ତାନ, ଯୁଦ୍ଧର ଧମକ ଦେଲା ଇମ୍ରାନଙ୍କ ମନ୍ତ୍ରୀ

ବିଚ୍ଛିନ୍ନତାବାଦୀ ସଙ୍ଗଠନ ହୁରିୟାତ୍‌ କନ୍‌ଫରେନ୍ସ ସହିତ ଆଲୋଚନା କରିବାର ପ୍ରଶ୍ନ ଉଠୁନାହିଁ। କିନ୍ତୁ କଶ୍ମୀରବାସୀଙ୍କ ସହ କଥାବାର୍ତ୍ତା କରିବା ଲାଗି ଆମେ ପ୍ରସ୍ତୁତ। ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରିଆସିଲେ ଏହାକୁ ରାଜ୍ୟ ମାନ୍ୟତା ଫେରାଇବାରେ ମୋଦି ସରକାର କୁଣ୍ଠାବୋଧ କରିବେ ନାହିଁ। ପିଓକେ ଉପରେ ନିଜର ଅଧିକାର ଦାବିକୁ ଭାରତ ଜାରି ରଖିବ। ଏହା ପରେ ପାକିସ୍ତାନ ଏବେ ଭାରତକୁ ଯୁଦ୍ଧର ଧମକ ଦେଇଛି।

କାଶ୍ମୀର ରେ ଧାରା ୩୭୦ ହଟିବା ପରେ ପାଗଳ ହେଲା ପାକିସ୍ତାନ, ଯୁଦ୍ଧର ଧମକ ଦେଲା ଇମ୍ରାନଙ୍କ ମନ୍ତ୍ରୀ

ପାକିସ୍ତାନ କହିଛି ଯେ, ଭାରତ, ପାକିସ୍ତାନକୁ ଫିଲିସ୍ତିନ କରିବାକୁ ଉଦ୍ୟମ କରୁଛି। ଇମ୍ରାନ ସରକାରଙ୍କ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ କହିଛନ୍ତି ଯେ, ସଂସଦରେ ବେକାର ବିଷୟ ଉପରେ ଆଲୋଚନା କରିବା ପରିବର୍ତ୍ତେ ଭାରତକୁ ରକ୍ତରେ ଜବାବ ଦେବାକୁ ପଡ଼ିବ। ଆମକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଦରକାର।

ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରୁଥିବା ବିଲ ରାଜ୍ୟସଭାରେ ପାରିତ ହୋଇଛି। ଏହାକୁ ନେଇ ପାକିସ୍ତାନର ସରକାର ଓ ସେଠାକାର ରାଜନୈତିକ ପାର୍ଟି ବିଚଳିତ ଅଛନ୍ତି। ପାକିସ୍ତାନର ବିରୋଧୀ ପାର୍ଟି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଭାରତର ଏହି ପଦକ୍ଷେପ ଉପରେ ପ୍ରବଳ ବର୍ଷିଛନ୍ତି।

କାଶ୍ମୀର ରେ ଧାରା ୩୭୦ ହଟିବା ପରେ ପାଗଳ ହେଲା ପାକିସ୍ତାନ, ଯୁଦ୍ଧର ଧମକ ଦେଲା ଇମ୍ରାନଙ୍କ ମନ୍ତ୍ରୀ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ଝିଅ ମରିୟମ ନଓ୍ଵାଜ ଇମ୍ରାନଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାର କଥା କହି ଇମ୍ରାନଙ୍କୁ ବୋକା ବନାଇଛନ୍ତି ଏବଂ ପାକ୍ ଅନୁମାନ କରି ପାରିଲା ନାହିଁ ଯେ ଭାରତ କଣ ଯୋଜନା କରୁଛି।

ମୋଦୀ ସରକାର ଜାମ୍ମୁ-କାଶ୍ମୀରରୁ ଅପ୍ରତ୍ୟାଶିତ ଧାରା ୩୭୦ ଉଚ୍ଛେଦ କରି ଏହାର ସ୍ଵତନ୍ତ୍ର ମାନ୍ୟତାକୁ ସମାପ୍ତ କରିଛନ୍ତି। ଏହା ସହିତ ଜାମ୍ମୁ- କାଶ୍ମୀରକୁ ଦୁଇଟି ଭାଗରେ ବିଭକ୍ତ କରି କେନ୍ଦ୍ର ଶାସିତ ଅଞ୍ଚଳ କରିଛନ୍ତି। ଜାମ୍ମୁ-କାଶ୍ମୀର ବିଧାନସଭା ବିଶିଷ୍ଟ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ବେଳେ ଲଦାଖ କେବଳ କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି।