ଗୋଟେ ଭାଷଣରେ ପୂରା ଦେଶର ହୃଦୟ ଜିତି ପାରିଥିବା ଲଦାଖ୍ ସାଂସଦଙ୍କ ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ଏକ ଭାଷଣ ଜରିଆରେ ଚର୍ଚ୍ଚାକୁ ଆସିଥିବା ଏହି ସାଂସଦଙ୍କୁ ଏବେ ସମସ୍ତେ କରୁଛନ୍ତି ପ୍ରସଂଶା। ସୋସିଆଲ ମିଡିଆରେ ତାଙ୍କ ଭାଷଣ ଏବେ ଭାଇରାଲ୍ ହେବାରେ ଲାଗିଛି। ତେବେ ଧାରା ୩୭୦ ହଟିବା ପରେ ଲଦାଖରୁ ବିଜେପିର ସାଂସଦ ହୋଇଥିବା ଜାମୟାଙ୍ଗ୍ ସେରିଙ୍ଗ୍ ନାମଗ୍ୟାଲ୍ ଙ୍କ ସଂସଦରେ ଦେଇଥିବା ଭାଷଣକୁ ପୁନର୍ବାର ଶୁଣିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅପିଲ୍ କରିଥିଲେ । ନିଜର ଗମ୍ଭୀର ଏବଂ ଦୃଢ ବକ୍ତବ୍ୟକୁ ନେଇ ଗଣମାଧ୍ୟମରୁ ଆରମ୍ଭ କରି ସୋସିଆଲ୍
 
ଗୋଟେ ଭାଷଣରେ ପୂରା ଦେଶର ହୃଦୟ ଜିତି ପାରିଥିବା ଲଦାଖ୍ ସାଂସଦଙ୍କ ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ଏକ ଭାଷଣ ଜରିଆରେ ଚର୍ଚ୍ଚାକୁ ଆସିଥିବା ଏହି ସାଂସଦଙ୍କୁ ଏବେ ସମସ୍ତେ କରୁଛନ୍ତି ପ୍ରସଂଶା। ସୋସିଆଲ ମିଡିଆରେ ତାଙ୍କ ଭାଷଣ ଏବେ ଭାଇରାଲ୍ ହେବାରେ ଲାଗିଛି। ତେବେ ଧାରା ୩୭୦ ହଟିବା ପରେ ଲଦାଖରୁ ବିଜେପିର ସାଂସଦ ହୋଇଥିବା ଜାମୟାଙ୍ଗ୍ ସେରିଙ୍ଗ୍ ନାମଗ୍ୟାଲ୍ ଙ୍କ ସଂସଦରେ ଦେଇଥିବା ଭାଷଣକୁ ପୁନର୍ବାର ଶୁଣିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅପିଲ୍ କରିଥିଲେ ।

ଗୋଟେ ଭାଷଣରେ ପୂରା ଦେଶର ହୃଦୟ ଜିତି ପାରିଥିବା ଲଦାଖ୍ ସାଂସଦଙ୍କ ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ନିଜର ଗମ୍ଭୀର ଏବଂ ଦୃଢ ବକ୍ତବ୍ୟକୁ ନେଇ ଗଣମାଧ୍ୟମରୁ ଆରମ୍ଭ କରି ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କର ବକ୍ତବ୍ୟର ଭିଡିଓ ଖୁବ୍ ଭାଇରାଲ୍ ହୋଇଛି । ଜାମୟାଙ୍ଗ୍ ସେରିଙ୍ଗ୍ ନାମଗ୍ୟାଲ୍ ଙ୍କ ବୟସ ମାତ୍ର ୩୪ ବର୍ଷ କିନ୍ତୁ ଦେଶର ସବୁଠାରୁ ବଡ ଲୋକସଭା କ୍ଷେତ୍ର ଲଦାଖ୍ ରୁ ସେ ନିର୍ବାଚନ ଲଢି ପ୍ରଥମଥର ପାଇଁ ସଂସଦରେ ପହଁଚିଥିଲେ । ସାଧାରଣ ପରିବାରରୁ ଆସିଥିବା ଜାମୟାଙ୍ଗ୍ ସେରିଙ୍ଗ୍ ନାମଗ୍ୟାଲ୍ ଙ୍କ ଜନ୍ମ ୧୯୮୫ ଅଗଷ୍ଟ ୪ ତାରିଖ ଲଦାଖର ଏକ ଛୋଟ ଗାଁ ମାଥୋରେ ହୋଇଥିଲା ।

ଗୋଟେ ଭାଷଣରେ ପୂରା ଦେଶର ହୃଦୟ ଜିତି ପାରିଥିବା ଲଦାଖ୍ ସାଂସଦଙ୍କ ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ତାଙ୍କ ବାପା ଷ୍ଟେନଜିନ୍ ଦୋର୍ଜେ ମିଲେଟାରୀ ଇଞ୍ଜିନିୟରିଂ ସର୍ଭିସ ବଢେଇରେ କାମ କରୁଥିବା ବେଳେ ମା’ ହେଉଛନ୍ତି ଜଣେ ଗୃହିଣୀ। ଜମ୍ମୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ ସମୟରୁ ହିଁ ସେ ରାଜନୀତିରେ ଲିପ୍ତ ଥିଲେ । ୨୦୧୨ ରେ ଲଦାଖର ବିଜେପି କାର୍ଯ୍ୟାଳୟରେ କେୟାରଟେକର୍ ଭାବରେ ସେ ପାର୍ଟି ସହ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହି ସମୟରେ ସେ ଅପାଠୁଆ ଲୋକଙ୍କ ପାଇଁ ଚିଠି ଲେଖୁଥିଲେ ।

ଗୋଟେ ଭାଷଣରେ ପୂରା ଦେଶର ହୃଦୟ ଜିତି ପାରିଥିବା ଲଦାଖ୍ ସାଂସଦଙ୍କ ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

୨୦୧୪ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ୟୁପସ୍ଥାନ୍ ଚସ୍ୱାଙ୍ଗ୍ ଙ୍କ ପାଇଁ ସେ ନିର୍ବାଚନ ପ୍ରଚାର କରିଥିଲେ ଏବଂ ତାଙ୍କ ପ୍ରଚାର ଏତେ ଆକର୍ଷଣ ହୋଇଥିଲା ଯେ ଚୱାଙ୍ଗ୍ ୩୬ ଭୋଟ୍ ରୁ ବିଜୟୀ ହୋଇଥିଲେ । ୨୦୧୯ ରେ ବିଜେପି ତାଙ୍କୁ ଲଦାଖ୍ ଲୋକସଭା ପ୍ରାର୍ଥୀ ଭାବରେ ନିର୍ବାଚନରେ ଠିଆ କରାଇଲା ଏବଂ ସେ ମଧ୍ୟ ପାର୍ଟିକୁ ନିରାଶ ନ କରି ବହୁମତରେ ବିଜୟୀ ହୋଇଥିଲେ । ଧାରା ୩୭୦ ପରେ ସଂସଦରେ ଦେଇଥିବା ତାଙ୍କ ଭାଷଣ ଏତେ ଆକର୍ଷଣୀୟ ହୋଇଥିଲା ଯେ ୨ ଦିନ ଭିତରେ ତାଙ୍କର ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସକ ହୋଇଯାଇଛନ୍ତି ।