no comments

ଧାରା ଉଚ୍ଛେଦ ପରେ ପାକ୍‌ ଗାୟକ ଆତିଫ୍‌ ଅସଲମ୍‌ଙ୍କ ବିବାଦୀୟ ବୟାନ, ଭାରତକୁ ନେଇ କହିଲେ ଏମିତି କଥା

ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ପାକିସ୍ତାନ ମନରେ ଆତଙ୍କ ସୃଷ୍ଟି ହୋଇଛି। ଆତଙ୍କବାଦୀଙ୍କ ବିରୋଧରେ ଲଢ଼ୁଥିବା ଭାରତର ଆଗାମୀ ଆଭିମୁଖ୍ୟ କ’ଣ ରହିବ ସେଥିପାଇଁ ଚିନ୍ତିତ ହୋଇପଡ଼ିଛି ପାକ୍‌। ସେଠାକାର ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ମଧ୍ୟ ଧମକ ଦେଇଛନ୍ତି। ପାକିସ୍ତାନର କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଭାରତ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି ପ୍ରସିଦ୍ଧ ଗାୟକ ଆତିଫ୍‌ ଅସଲମ। କାଶ୍ମୀର ବାସିନ୍ଦାଙ୍କୁ ଏବେ ନିର୍ଯ୍ୟାତନା ଦିଆଯାଉଥିବା କହିବା ପରେ ତାଙ୍କର ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭାରତୀୟ ଫ୍ୟାନ୍ସଙ୍କ କ୍ରୋଧର ଶୀକାର ହୋଇଛନ୍ତି ଅସଲମ୍‌।

ଆତିଫ ତାଙ୍କ ପୋଷ୍ଟରରେ ଲେଖିଥିଲେ, ‘‘କିଛି ବଡ଼ କଥା ଲୋକମାନଙ୍କ ସହିତ ସେୟାର କରୁଥିବାରୁ ବହୁତ ଖୁସି ଅଛି । ଇନ୍‌ସାଅଲ୍ଲାହ, ମୁଁ ଜଲଦି ମୋ ଜୀବନର ସବୁଠାରୁ ଜରୁରୀ ଯାତ୍ରାରେ ବାହାରିବାକୁ ଯାଉଛି । ହଜ୍‌ରେ ଯିବା ପୂର୍ବରୁ ସମସ୍ତଙ୍କୁ ଭୁଲ ମାଗୁଛି, ସିଏ ମୋ ପ୍ରଶାସଂକ ହୁଅନ୍ତୁ, ପରିବାର ବା ବନ୍ଧୁ ହୁଅନ୍ତୁ । ଯଦି ମୁଁ କାହାର ଭାବନାକୁ ଆଘାତ କରିଥାଏ ତାହା ହେଲେ କ୍ଷମା କରିଦିଅ ।’’

Loading...

ଏଥିରେ ଅସଲମ୍‌ କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ସେ ଲେଖିଛନ୍ତି ଯେ କାଶ୍ମୀରବାସିନ୍ଦାଙ୍କ ସହ ହେଉଥିବା ହିଂସା ଓ ନିର୍ଯ୍ୟାତନାକୁ ନିନ୍ଦା କରୁଛି । ଆହ୍ଲା କାଶ୍ମୀର ଓ ସମଗ୍ର ଦୁନିଆର ନିରୀହଙ୍କୁ ରକ୍ଷା କରନ୍ତୁ ବୋଲି ଆତିଫ୍‌ ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟ ପରେ ଭାରତୀୟ ପ୍ରଶଂସକମାନେ ଦୃଢ଼ ନିନ୍ଦା କରିଛନ୍ତି ।

ଏଠାରେ କହି ରଖୁଛୁ ଯେ ଆତିଫ୍‌ ବଲିଉଡ଼୍‌ ବହୁତ ଗୀତରେ କଣ୍ଠଦାନ କରିଛନ୍ତି । ପୁଲୱାମା ଆକ୍ରମଣ ପରେ ସମସ୍ତ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିଥିଲା ବଲିଉଡ଼୍‌ । ସେଥିପାଇଁ ସଲମାନଙ୍କ ଫିଲ୍ମ ‘ନୋଟ୍‌ ବୁକ୍‌’ ପାଇଁ ଗାଇଥିବା ଗୀତକୁ ମଧ୍ୟ ହଟାଇ ଦିଆଯାଇଥିଲା ।