no comments

କୋହଲି କହିଲେ ଏହି ଖେଳାଳିଙ୍କ ଉପରେ ମୁ କରେ ଅଧିକ ଭରୋସା, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପୋର୍ଟ ଅଫ୍‌ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲଠାରେ ପ୍ରଥମେ ବିରାଟ କୋହଲିଙ୍କ ଶତକ ଓ ପରେ ଭୁବନେଶ୍ୱର କୁମାର (ଭୁବି)ଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ଭାରତୀୟ ଦଳ ଡିଏଲଏସ୍‌ ନିୟମରେ ୫୯ ରନ୍‌ରେ ଜିତି ନେଇଛି । ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି ।

ଏହା ପରେ ବିରାଟ କୋହଲି ମିୟାଦାଦ ଦ୍ୱାରା ୱେଷ୍ଟଇଣ୍ଡିଜ ବିପକ୍ଷରେ ୱାନଡେ ରେ ବନା ଯାଇଥିବା ସବୁଠୁ ବେଶୀ ରନ ର ରେକର୍ଡ କୁ ଭାଙ୍ଗିବାରୁ ୧୯ ରନ ଦୂର ରେ ଅଛନ୍ତି । ମିୟାଦାଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଅନ୍ତିମ ୱାନଡେ ମ୍ୟାଚ ୧୯୯୩ ରେ ଖେଳା ଯାଇଥିଲା ଆଉ ଯଦି କୋହଲି ରବିବାର କୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ ରେ ୧୯ ରନ ସଂଗ୍ରହ କରିନିଅନ୍ତି ତାହାଲେ ସେ ପାକିସ୍ତାନ ର ଦିଗ୍ଗଜ ବ୍ୟାଟ୍ସମ୍ୟାନ ଙ୍କ 26 ବର୍ଷ ର ପୁରୁଣା ରେକର୍ଡ କୁ ଭାଙ୍ଗିଦେବେ ।

Loading...

ଭାରତୀୟ ବିସ୍ଫୋଟକ ଖେଳାଳି ରୋହିତ ବିଶ୍ୱକପ ୨୦୧୯ ରୁ ଲଗାତାର ଭଲ ଫର୍ମ ରେ ଚାଲୁଛନ୍ତି । ପ୍ରଥମ ୱାନଡେ ବର୍ଷା କାରଣ ରୁ ଧୋଇ ହୋଇଯାଇଥିବାରୁ ଦ୍ୱିତୀୟ ୱାନଡେ ରେ ରୋହିତ ପୁଣିଥରେ ନିଜ ବ୍ୟାଟ ଦ୍ୱାରା କରିସ୍ମା ଦେଖାଇବା ପାଇଁ ଚାହିଁବେ ।

ମ୍ୟାଚ ପୂର୍ବ ରୁ ପ୍ରେସ କନ୍ଫରେନ୍ସ ସମୟରେ ଯେବେ କୋହଲି ଙ୍କୁ ପଚରା ଗଲା ଆପଣ ଟିମ ରେ କୋଉ ବ୍ୟାଟ୍ସମ୍ୟାନ ଙ୍କ ଉପରେ ଅଧିକ ଭରସା ଦେଖାଇ ଥାଆନ୍ତି । ତେବେ ସେ ପ୍ରଥମେ କହିଥିଲେ ସମସ୍ତ ବ୍ୟାଟ୍ସମ୍ୟାନ ଟିମ ପାଇଁ ସମାନ ଅଟନ୍ତି ଆଉ ସମସ୍ତଙ୍କ ଉପରେ ଭରସା ମୋରୋ ଅଛି । ଯେବେ ତାଙ୍କୁ କୁହାଗଲା କୋଣସି ଜଣେ ବ୍ୟାଟ୍ସମ୍ୟାନ ଙ୍କ ନାମ ନିଅନ୍ତୁ ତେବେ ସେ କହିଥିଲେ ରୋହିତ ଶର୍ମା ଙ୍କ ବ୍ୟାଟିଂ ଉପରେ ଟିମ କୁ ଆଉ ମତେ ସବୁଠୁ ଅଧିକ ଭରସା ରହିଥାଏ ।