ରାସ୍ତା ଉପରେ କାହିଁକି ଦିଆଯାଇଥାଏ ଧଳା ଓ ହଳଦିଆ ଗାର? ଖୁବ୍ ରୋଚକ ଏହା ପଛର କାରଣ

ରାସ୍ତାରେ ଗଲାବେଳେ ଆମେ ଟ୍ରାଫିକ୍ ର ନିୟମ ମାନ ପାଳନ କରିଥାଉ ଯାହା କି ଆମର ସୁରକ୍ଷା ପାଇଁ ତିଆରି କରାଯାଇଥାଏ। ତେବେ ସେହି ଟ୍ରାଫିକ୍ ନିୟମ ମଧ୍ୟରୁ ଏକ ହୋଇଥାଏ ରାସ୍ତାରେ ଧଳା ଓ ହଳଦିଆ ରଙ୍ଗର ଗାର। ହେଲେ ଅଧିକାଂଶ ଲୋକ ଏହାର ଅର୍ଥ କଣ ଜାଣିନଥିବେ, କିଛି ବ୍ୟକ୍ତି ସଡକ ଉପରେ ଥିବା ଏହି ଲାଇନ ଗୁଡିକୁ ସେମିତି ରହିଛି ବୋଲି ଭାବନ୍ତି , ସେମାନଙ୍କୁ ଲାଗେ କି ଏହି ଲାଇନ ଗୁଡିକ
 
ରାସ୍ତା ଉପରେ କାହିଁକି ଦିଆଯାଇଥାଏ ଧଳା ଓ ହଳଦିଆ ଗାର? ଖୁବ୍ ରୋଚକ ଏହା ପଛର କାରଣ

ରାସ୍ତାରେ ଗଲାବେଳେ ଆମେ ଟ୍ରାଫିକ୍ ର ନିୟମ ମାନ ପାଳନ କରିଥାଉ ଯାହା କି ଆମର ସୁରକ୍ଷା ପାଇଁ ତିଆରି କରାଯାଇଥାଏ। ତେବେ ସେହି ଟ୍ରାଫିକ୍ ନିୟମ ମଧ୍ୟରୁ ଏକ ହୋଇଥାଏ ରାସ୍ତାରେ ଧଳା ଓ ହଳଦିଆ ରଙ୍ଗର ଗାର। ହେଲେ ଅଧିକାଂଶ ଲୋକ ଏହାର ଅର୍ଥ କଣ ଜାଣିନଥିବେ, କିଛି ବ୍ୟକ୍ତି ସଡକ ଉପରେ ଥିବା ଏହି ଲାଇନ ଗୁଡିକୁ ସେମିତି ରହିଛି ବୋଲି ଭାବନ୍ତି , ସେମାନଙ୍କୁ ଲାଗେ କି ଏହି ଲାଇନ ଗୁଡିକ ସେମିତି ତିଆରି ହୋଇଛି, କୌଣସି କାରଣ ନଥାଇ, ଆଜି ଆମେ ଆପଣମାନଙ୍କୁ ସଡକ ଉପରେ ତିଆରି ହୋଇଥିବା ଏହି ଲାଇନ ର ଅର୍ଥ ବିଷୟରେ ଜଣେଇବାକୁ ଯାଉଛୁ ଯାହାର ଅର୍ଥ ଜାଣିବା ସମସ୍ତଙ୍କ ନିମନ୍ତେ ମହତ୍ବପୂର୍ଣ୍ଣ ଅଟେ।

ରାସ୍ତା ଉପରେ କାହିଁକି ଦିଆଯାଇଥାଏ ଧଳା ଓ ହଳଦିଆ ଗାର? ଖୁବ୍ ରୋଚକ ଏହା ପଛର କାରଣ

ସଡକ ଉପରେ ଟଣାହୋଇଥିବା ଧଳା ଓ ହଳଦିଆ ଲାଇନ ର ଅର୍ଥ, ପ୍ରଥମେ ଆପଣଙ୍କୁ ଜଣେଇ ଦେଉଛୁ କି ସଡକ ଉପର ଭଙ୍ଗା ଭଙ୍ଗା ଧଳା ଲାଇନ, ଜୋଡି ହଳଦୀ ଲାଇନ, ସଲିଡ ଧଳା ଲାଇନ ଆଜି ବିଭିନ୍ନ ରେଖା ଅଙ୍କିତ ହୋଇଥାଏ। ଏହି ସବୁ ରେଖା ଗୁଡିକର ନିଜର ଏକ ସ୍ଵତନ୍ତ୍ର ଅର୍ଥ ରହିଥାଏ। ଏହି ରେଖା ସମ୍ବନ୍ଧୀୟ ନିମୟ ଓ ଆଇନ ଏକ ବ୍ୟକ୍ତିଙ୍କୁ ନିଶ୍ଚିତ ଜାଣିବା ଆବଶ୍ୟକ। ମନେରଖନ୍ତୁ ଯଦି ଆପଣ ସଡକ ଉପରେ ତିଆରି ହୋଇଥିବା ଏହି ରେଖା ସବୁ ବିଷୟରେ ଜାଣିନେବେ ତେବେ ନିଶ୍ଚିତ ରୂପେ ଆପଣ ନିଜକୁ ଯେକୌଣସି ସଡକ ଦୁର୍ଘଟଣା ରୁ ସୁରକ୍ଷିତ ରଖି ପାରିବେ।

ରାସ୍ତା ଉପରେ କାହିଁକି ଦିଆଯାଇଥାଏ ଧଳା ଓ ହଳଦିଆ ଗାର? ଖୁବ୍ ରୋଚକ ଏହା ପଛର କାରଣ

ଭଙ୍ଗୀଳ ଶୁଭ୍ର ରେଖା– ଆପଣ ଅନେକ ସମୟରେ ସଡକ ଉପରେ ଏହିଭଳି ଅଙ୍କିତ ଭଙ୍ଗୀଳ ରେଖାଗୁଡ଼ିକ ଦେଖିଥିବେ ଯାହା କି କିଛି ମିଟର ଅନ୍ତରାଳ ରେ ଅଙ୍କିତ ହୋଇଥାଏ। ସଡକ ର ଠିକ ମଝାମଝି ଅଙ୍କିତ ଏହି ଭଙ୍ଗୀଳ ରେଖା ମାନେ ଏହି ସଂକେତ ଦିଅନ୍ତି କି ଆପଣ ସଡକ ଉପରେ ଯାଉଥିବା ସମୟରେ ଯଦି ଚାହାନ୍ତି ତେବେ ୟୁ ଟର୍ନ ନେଇପାରିବେ କିମ୍ବା ଲେନ ବଦଳେଇ ପାରିବେ। କିନ୍ତୁ ଆପଣଙ୍କୁ ସମ୍ମୁଖୀନ ହେବାକୁ ଥିବା ବିପଦ କୁ ନିଜେ ଅବଗତ ହେବାକୁ ପଡିବ ଓ ତାପରେ ଆପଣ କୌଣସି ନିଷ୍ପପତ୍ତି ନେଇପାରିବେ।

ରାସ୍ତା ଉପରେ କାହିଁକି ଦିଆଯାଇଥାଏ ଧଳା ଓ ହଳଦିଆ ଗାର? ଖୁବ୍ ରୋଚକ ଏହା ପଛର କାରଣ

ଅଭଙ୍ଗ ଶ୍ଵେତ ରେଖା – ଏବେ ଆସିଲା ଅଭଙ୍ଗ ଶ୍ଵେତ ରେଖା (solidwhiteline) ଏହି ଶ୍ଵେତ ସିଧା ଟଣାହୋଇଥିବା ରେଖା ସଡକ ର ଠି ମଝାମଝି ଅଙ୍କିତ ହୋଇଥାଏ । ଏହି ଅଭଙ୍ଗ ରେଖା ଏହି ସଂକେତ ପ୍ରଦାନ କରେ କି ଆପଣ ସଡକ ଉପରେ କୌଣସି ଦିଗରେ ଗଲାବେଳେ ୟୁଟର୍ନ ନେଇପାରିବେ ନାହିଁ ଓ ଅନ୍ୟ ଯାନ ଗୁଡିକୁ ଅତିକ୍ରମ କରି ଯାଇପାରିବେ ନାହିଁ । ଯଦି ଆପଣ ଏହି ସଂକେତ ଗୁଡିକ ମନେ ରଖିବେ ତେବେ ନିଶ୍ଚିତ ରୂପେ ନିଜକୁ ଯେକୌଣସି ସଡକ ଦୁର୍ଘଟଣା ରୁ ବଞ୍ଚେଇ ପାରିବେ ।

ରାସ୍ତା ଉପରେ କାହିଁକି ଦିଆଯାଇଥାଏ ଧଳା ଓ ହଳଦିଆ ଗାର? ଖୁବ୍ ରୋଚକ ଏହା ପଛର କାରଣ

ଦ୍ଵୈତ ପୀତ ରେଖା (doubleyellowline) – ଏବେ ଜାଣିବା ଦ୍ଵୈତ ପୀତ ରେଖା ବିଷୟରେ । ଆପଣ ଅନେକ ସମୟରେ ସଡକ ଉପରେ ଯିବା ସମୟରେ କିଛି କିଛି ସଡକ ଉପରେ ଦୁଇଟି ହଳଦୀ ରଙ୍ଗର ରେଖା କୁ ନିଶ୍ଚିତ ଦେଖିଥିବେ । ଜଣେଇ ଦେଉଛୁ କି ଏହି ଦ୍ଵୈତ ପୀତ ରେଖା ର ଅର୍ଥ ହେଲା ଆପଣ ସଡକ ର ଗୋଟିଏ ଦିଗରେ ଯାଉଥିବା ସମୟରେ ଦ୍ଵିତୀୟ ତରଫକୁ ଗାଡି ବୁଲେଇ ପାରିବେ ନାହିଁ । ଏହି ରେଖା ସାଧାରଣତଃ ସେହି ସଡକ ଉପରେ ତିଆରି ହୋଇଥାଏ ଯେଉଁଠାରେ ଦୁଇ ତରଫରୁ ଯାନ ଗୁଡିକ ଯିବା ଆସିବା କରନ୍ତି ।