ଗ୍ରାଉଣ୍ଡ ମଧ୍ୟରେ ସାଲ୍ୟୁଟ ମାରୁଥିବା ୱେଷ୍ଟଇଣ୍ଡିଜ ର ଏହି ଖେଳାଳି, ଧୋନି ଙ୍କୁ ଆର୍ମି ରେ ଦେଖି ହେଲେ ଆଶ୍ଚର୍ଯ୍ୟ

ପୋର୍ଟ ଅଫ୍ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲଠାରେ ପ୍ରଥମେ ବିରାଟ କୋହଲିଙ୍କ ଶତକ ଓ ପରେ ଭୁବନେଶ୍ୱର କୁମାର (ଭୁବି)ଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍କୁ ଭାରତୀୟ ଦଳ ଡିଏଲଏସ୍ ନିୟମରେ ୫୯ ରନ୍ରେ ଜିତି ନେଇଛି । ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ ରେ ଆଗୁଆ ରହିଛି । ଏହି ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ର ଖେଳାଳି ସେଲଡନ କୋଟରେଲ ଭାରତର ପୂର୍ବ ଅଧିନାୟକ
 
ଗ୍ରାଉଣ୍ଡ ମଧ୍ୟରେ ସାଲ୍ୟୁଟ ମାରୁଥିବା ୱେଷ୍ଟଇଣ୍ଡିଜ ର ଏହି ଖେଳାଳି, ଧୋନି ଙ୍କୁ ଆର୍ମି ରେ ଦେଖି ହେଲେ ଆଶ୍ଚର୍ଯ୍ୟ

ପୋର୍ଟ ଅଫ୍‌ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲଠାରେ ପ୍ରଥମେ ବିରାଟ କୋହଲିଙ୍କ ଶତକ ଓ ପରେ ଭୁବନେଶ୍ୱର କୁମାର (ଭୁବି)ଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ଭାରତୀୟ ଦଳ ଡିଏଲଏସ୍‌ ନିୟମରେ ୫୯ ରନ୍‌ରେ ଜିତି ନେଇଛି । ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ ରେ ଆଗୁଆ ରହିଛି । ଏହି ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ର ଖେଳାଳି ସେଲଡନ କୋଟରେଲ ଭାରତର ପୂର୍ବ ଅଧିନାୟକ ଧୋନି ଙ୍କୁ ଆର୍ମି ପୋଷାକ ରେ ଦେଖି ପ୍ରଶଂସା କରିଛନ୍ତି ।

ଗ୍ରାଉଣ୍ଡ ମଧ୍ୟରେ ସାଲ୍ୟୁଟ ମାରୁଥିବା ୱେଷ୍ଟଇଣ୍ଡିଜ ର ଏହି ଖେଳାଳି, ଧୋନି ଙ୍କୁ ଆର୍ମି ରେ ଦେଖି ହେଲେ ଆଶ୍ଚର୍ଯ୍ୟ

ଏହି ସମୟରେ ଧୋନି ଭାରତୀୟ ଆର୍ମି ସହିତ ୨ ମାସ ପର୍ଯ୍ୟନ୍ତ ଟ୍ରେନିଂ କରିବେ । ଧୋନି ଭାରତୀୟ ସେନା ର ଟେରିଟୋରୀୟାଲ ଆର୍ମି ରେ ଲେଫ୍ଟନେଣ୍ଟ କର୍ଣ୍ଣଲ ଅଛନ୍ତି । ଏମଏସ ଧୋନି ଏହି ସିରିଜ ମଧ୍ୟରେ ନ ରହି ମଧ୍ୟ ଚର୍ଚ୍ଚା ରେ ଅଛନ୍ତି । ୱେଷ୍ଟଇଣ୍ଡିଜ ର ବୋଲର ସେଲଡନ କୋଟରେଲ ଟ୍ୱିଟର ଉପରେ ଧୋନି ଙ୍କ ଖୁବ ପ୍ରଶଂସା କରିଛନ୍ତି ।

ଗ୍ରାଉଣ୍ଡ ମଧ୍ୟରେ ସାଲ୍ୟୁଟ ମାରୁଥିବା ୱେଷ୍ଟଇଣ୍ଡିଜ ର ଏହି ଖେଳାଳି, ଧୋନି ଙ୍କୁ ଆର୍ମି ରେ ଦେଖି ହେଲେ ଆଶ୍ଚର୍ଯ୍ୟ

ସେଲଡନ ୱେଷ୍ଟଇଣ୍ଡିଜ ର ଜଣେ ଦକ୍ଷ ବୋଲର ଅଟନ୍ତି । ସେ ସବୁବେଳେ ୱିକେଟ ନେବାପରେ ସାଲ୍ୟୁଟ କରିଥାଆନ୍ତି । ଏହି କାରଣ ରୁ ସେଲଡନ କୋଟରେଲ ଚର୍ଚ୍ଚା କୁ ଆସିଥିଲେ । ସେ ଧୋନି ଙ୍କୁ ଆର୍ମି ପୋଷାକ ରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଧୋନି ଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆୱାର୍ଡ ନେଉଥିବାର ଗୋଟିଏ ଭଡ଼ିଓ ଟ୍ୱିଟର ଉପରେ ସେୟାର କରିଥିଲେ ।

ଗ୍ରାଉଣ୍ଡ ମଧ୍ୟରେ ସାଲ୍ୟୁଟ ମାରୁଥିବା ୱେଷ୍ଟଇଣ୍ଡିଜ ର ଏହି ଖେଳାଳି, ଧୋନି ଙ୍କୁ ଆର୍ମି ରେ ଦେଖି ହେଲେ ଆଶ୍ଚର୍ଯ୍ୟ

ସେ ଲେଖିଥିଲେ- କ୍ରିକେଟ ର ମଇଦାନ ଉପରେ ଏହି ବ୍ୟକ୍ତି ପ୍ରେରଣା ହୋଇଥାଆନ୍ତି କିନ୍ତୁ ଏହା ସହିତ ସେ ଜଣେ ପକ୍କା ଦେଶଭକ୍ତ ମଧ୍ୟ । ସେ ଜଣେ ଏପରି ବ୍ୟକ୍ତି ଅଟନ୍ତି ଯିଏ ନିଜର କର୍ତବ୍ୟ କୁ ପଛରେ ଛାଡି ଦେଶ ବିଷୟରେ ଭାବି ଥାଆନ୍ତି । ମୁଁ ଜମେକା ଠାରେ ନିଜ ଘରେ ପରିବାର ସହିତ ଥିଲି ମତେ ସେହି ସମୟରେ ନିଜ ପ୍ରତିକ୍ରିୟା ଦେବାର ଅବସର ମିଳିନଥିଲା । ମୁଁ ଏହି ଭିଡିଓ ସାଙ୍ଗ ମାନଙ୍କ ଆଉ ନିଜ ପରିବାର ପାଇଁ ସେୟାର କରୁଅଛି କାରଣ ସେମାନେ ଜାଣନ୍ତି ମୁଁ ସମ୍ମାନ କୁ କେତେ ମହତ୍ୱ ଦେଇଥାଏ ।