ଲଦାଖରେ ସ୍ବାଧୀନତା ଦିବସ ପାଳିବା ସହ ଧୋନୀ କଲେ ଏମିତି କିଛି କାମ ଯାହା ପାଇଁ ସମସ୍ତେ କଲେ ପ୍ରଶଂସା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଦେଶର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୭୩ତମ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ଚଳିତ ବର୍ଷ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପ୍ରଥମ ସ୍ବାଧୀନତା ଦିବସ ପାଳନ କରିଛି। କ୍ରିକେଟରୁ ଦୂରେଇ ଥିବା ଧୋନୀ ଏବେ ଭାରତୀୟ ସେନା ସହ କାର୍ଯ୍ୟ କରୁଛନ୍ତି। ସେ ବୁଧବାର ଭାରତୀୟ ସେନାର ପାରାଚ୍ୟୁଟ ରେଜିମେଣ୍ଟ ସହ ଲଦାଖରେ ପହଞ୍ଚତ୍ଥିଲେ। ତାଙ୍କୁ ଯବାନମାନେ ସାଲ୍ୟୁଟ
 
ଲଦାଖରେ ସ୍ବାଧୀନତା ଦିବସ ପାଳିବା ସହ ଧୋନୀ କଲେ ଏମିତି କିଛି କାମ ଯାହା ପାଇଁ ସମସ୍ତେ କଲେ ପ୍ରଶଂସା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଦେଶର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୭୩ତମ ସ୍ବାଧୀନତା ଦିବସ ପାଳନ କରିଛନ୍ତି।

ଲଦାଖରେ ସ୍ବାଧୀନତା ଦିବସ ପାଳିବା ସହ ଧୋନୀ କଲେ ଏମିତି କିଛି କାମ ଯାହା ପାଇଁ ସମସ୍ତେ କଲେ ପ୍ରଶଂସା

ଚଳିତ ବର୍ଷ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପ୍ରଥମ ସ୍ବାଧୀନତା ଦିବସ ପାଳନ କରିଛି। କ୍ରିକେଟରୁ ଦୂରେଇ ଥିବା ଧୋନୀ ଏବେ ଭାରତୀୟ ସେନା ସହ କାର୍ଯ୍ୟ କରୁଛନ୍ତି।

ଲଦାଖରେ ସ୍ବାଧୀନତା ଦିବସ ପାଳିବା ସହ ଧୋନୀ କଲେ ଏମିତି କିଛି କାମ ଯାହା ପାଇଁ ସମସ୍ତେ କଲେ ପ୍ରଶଂସା

ସେ ବୁଧବାର ଭାରତୀୟ ସେନାର ପାରାଚ୍ୟୁଟ ରେଜିମେଣ୍ଟ ସହ ଲଦାଖରେ ପହଞ୍ଚତ୍ଥିଲେ। ତାଙ୍କୁ ଯବାନମାନେ ସାଲ୍ୟୁଟ କରି ସ୍ବାଗତ କରିଥିଲେ। ଏହାପରେ ଲଦାଖରେ ଥିବା ଆର୍ମି ଜେନେରାଲ ହସ୍ପିଟାଲ ପରିଦର୍ଶନ କରିବା ସହ ରୋଗୀଙ୍କ ସହ କିଛି ସମୟ ବିତାଇଥିଲେ ଧୋନି।

ଲଦାଖରେ ସ୍ବାଧୀନତା ଦିବସ ପାଳିବା ସହ ଧୋନୀ କଲେ ଏମିତି କିଛି କାମ ଯାହା ପାଇଁ ସମସ୍ତେ କଲେ ପ୍ରଶଂସା

ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଆର୍ମି ମେଡିକାଲରେ ଯବାନଙ୍କ ସହ ସମୟ ବିତାଇଥିଲେ, ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ପାରାଚ୍ୟୁଟ ରେଜିମେଣ୍ଟ ସହ ସେ ସିଆଚେନ ଯିବେ ବୋଲି ଆଶା କରାଯାଉଛି, ଯେଉଁଠାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବ।