ପୁଣି ଭାରତର ହେଡ୍ କୋଚ୍ ହେଲେ ରବି ଶାସ୍ତ୍ରୀ, ପୁଣି କୋଚ୍ କରିବାକୁ ନେଇ ଏମିତି କହିଲା BCCI

ରବି ଶାସ୍ତ୍ରୀଙ୍କୁ ପୁଣିଥରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମର କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଶୁକ୍ରବାର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବଙ୍କ ଅଧ୍ୟକ୍ଷତା ବିଶିଷ୍ଟ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି) କୋଚ୍ ପଦ ପାଇଁ ଇଣ୍ଟରଭ୍ୟୁ ନେଇଥିଲା। ମୁମ୍ବାଇରେ ସିଏସି ପ୍ରେସ୍ କନଫରେନ୍ସ ଜରିଆରେ କୋଚ୍ ଚୟନ ନେଇ ସୂଚନା ଦେଇଛି। ଏହି ଅବସରରେ କପିଲ୍ ଦେବ କହିଛନ୍ତି, ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଟମ୍ ମୁଡି, ଦ୍ୱିତୀୟରେ ନ୍ୟୁଜିଲ୍ୟାଣ୍ଡର ମାଇକ୍ ହେସନ୍ ରହିଥିଲେ। ତେବେ ସମସ୍ତଙ୍କ ଆଶା
 
ପୁଣି ଭାରତର ହେଡ୍ କୋଚ୍ ହେଲେ ରବି ଶାସ୍ତ୍ରୀ, ପୁଣି କୋଚ୍ କରିବାକୁ ନେଇ ଏମିତି କହିଲା BCCI

ରବି ଶାସ୍ତ୍ରୀଙ୍କୁ ପୁଣିଥରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମର କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଶୁକ୍ରବାର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବଙ୍କ ଅଧ୍ୟକ୍ଷତା ବିଶିଷ୍ଟ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି) କୋଚ୍ ପଦ ପାଇଁ ଇଣ୍ଟରଭ୍ୟୁ ନେଇଥିଲା। ମୁମ୍ବାଇରେ ସିଏସି ପ୍ରେସ୍ କନଫରେନ୍ସ ଜରିଆରେ କୋଚ୍ ଚୟନ ନେଇ ସୂଚନା ଦେଇଛି।

ପୁଣି ଭାରତର ହେଡ୍ କୋଚ୍ ହେଲେ ରବି ଶାସ୍ତ୍ରୀ, ପୁଣି କୋଚ୍ କରିବାକୁ ନେଇ ଏମିତି କହିଲା BCCI

ଏହି ଅବସରରେ କପିଲ୍ ଦେବ କହିଛନ୍ତି, ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଟମ୍ ମୁଡି, ଦ୍ୱିତୀୟରେ ନ୍ୟୁଜିଲ୍ୟାଣ୍ଡର ମାଇକ୍ ହେସନ୍ ରହିଥିଲେ। ତେବେ ସମସ୍ତଙ୍କ ଆଶା ମୁତାବକ ରବି ଶାସ୍ତ୍ରୀ ପ୍ରଥମ ସ୍ଥାନରେ ରହିଛନ୍ତି। କମିଟିର ତିନିଜଣ ସଦସ୍ୟଙ୍କୁ ଅଲଗା ଅଲଗା ପଏଣ୍ଟ ଦିଆଯାଇଛି। ଏହି କପିଲଙ୍କ ଛଡ଼ା ଅଂଶୁମାନ ଗାଏକ୍ୱାଡ୍ ଓ ମହିଳା କ୍ରିକେଟର୍ ଶାନ୍ତା ରଙ୍ଗାସ୍ୱାମୀ ଅଛନ୍ତି। ଶାସ୍ତ୍ରୀ ୨୦୨୧ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତୀୟ ଟିମର କୋଚ୍ ଭାବେ ପୁନଃନିଯୁକ୍ତ ହୋଇଥିବା ସୂଚନା ମିଳିଛି।

ପୁଣି ଭାରତର ହେଡ୍ କୋଚ୍ ହେଲେ ରବି ଶାସ୍ତ୍ରୀ, ପୁଣି କୋଚ୍ କରିବାକୁ ନେଇ ଏମିତି କହିଲା BCCI

ସେହିପରି ଅଂଶୁମାନ ଗାଏକ୍ୱାଡ୍ କହିଛନ୍ତି, ଶାସ୍ତ୍ରୀ ପୂର୍ବରୁ ହିଁ ଟିମ୍ ସହ ଅଛନ୍ତି। ସେ ଟିମକୁ ଭଲଭାବେ ଜାଣିଛନ୍ତି ଏବଂ ତାଙ୍କ ପାଖରେ ରଣନୀତି ମଧ୍ୟ ପ୍ରସ୍ତୁତ ଥିଲା। ଶାସ୍ତ୍ରୀ ଖେଳାଳି ଏବଂ ସିଷ୍ଟମକୁ ଜାଣନ୍ତି। ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ଶାସ୍ତ୍ରୀ କୋଚ୍ ପାଇଁ ମଜଭୁତ୍ ସାବ୍ୟସ୍ତ ହୋଇଛନ୍ତି। ମୁଖ୍ୟ କୋଚ୍ ପଦ ଦୌଡ଼ରେ ମୋଟ ୬ଜଣଙ୍କ ନାଁ ରହିଥିଲା, ଯେଉଁଥିରେ ରବିନ୍ ସିଂହ, ମାଇକ୍ ହେସନ୍, ଲାଲଚାନ୍ଦ ରାଜପୁତ୍, ଫିଲ୍ ସିମନ୍ସ, ଟମ୍ ମୁଡି ଓ ଶାସ୍ତ୍ରୀ ସାମିଲ୍ ଥିଲେ। ସିମନ୍ସ ଶୁକ୍ରବାର ନିଜ ନାମ ପ୍ରତ୍ୟାହାର କରିନେଇଥିଲେ। କପିଲ୍ କହିଛନ୍ତି, କୋଚ୍ ଚୟନ ପାଇଁ ଆମେ କ୍ୟାପଟେନଙ୍କ ମତ ନେଇନାହୁଁ। ଯଦି କ୍ୟାପଟେନଙ୍କ ମତାମତ ନେଇଥାନ୍ତୁ, ତାହେଲେ ପୂରା ଟିମର ମତାମତ ନିଆଯାଇଥାନ୍ତା।

ପୁଣି ଭାରତର ହେଡ୍ କୋଚ୍ ହେଲେ ରବି ଶାସ୍ତ୍ରୀ, ପୁଣି କୋଚ୍ କରିବାକୁ ନେଇ ଏମିତି କହିଲା BCCI

ତେବେ କ୍ୟାପଟେନ୍ ବିରାଟ୍ କୋହଲି ଖୋଲାଖୋଲି ଭାବେ ଶାସ୍ତ୍ରୀଙ୍କୁ ପୁଣିଥରେ କୋଚ୍ କରାଯିବା ନେଇ କହିଥିଲେ। ୱେଷ୍ଟଇଣ୍ଡିଜ୍ ଗସ୍ତ କରିବା ପୂର୍ବରୁ ବିରାଟ୍ ପ୍ରେସ୍ କନଫରେନ୍ସରେ କହିଥିଲେ, ଯଦି ଶାସ୍ତ୍ରୀ ପୁଣିଥରେ କୋଚ୍ ହୁଅନ୍ତି, ତାହେଲେ ମୁଁ ବହୁତ ଖୁସି ହେବି। ଏହାବ୍ୟତୀତ ଆଗାମୀ ଦୁଇବର୍ଷରେ ଭାରତୀୟ ଟିମକୁ ଲଗାତାର ଦୁଇଟି ଟି-୨୦ ବିଶ୍ୱକପ୍ ଖେଳିବାକୁ ଅଛି। ଏଭଳି ସ୍ଥିତିରେ ସିଏସି ବିନା କୌଣସି ରିସ୍କ ନ ନେଇ ଶାସ୍ତ୍ରୀଙ୍କୁ ରଖିବା ପାଇଁ ନିଷ୍ପତ୍ତି ନେଇଛି।

ପୁଣି ଭାରତର ହେଡ୍ କୋଚ୍ ହେଲେ ରବି ଶାସ୍ତ୍ରୀ, ପୁଣି କୋଚ୍ କରିବାକୁ ନେଇ ଏମିତି କହିଲା BCCI

କୋଚ୍ ଭାବେ ଶାସ୍ତ୍ରୀଙ୍କ ରେକର୍ଡ: ଜୁଲାଇ, ୨୦୧୭ରେ ଶାସ୍ତ୍ରୀ ଭାରତର କୋଚ୍ ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ଭାରତ ୨୧ଟିରୁ ୧୩ଟି ଟେଷ୍ଟ ମ୍ୟାଚ୍ ଜିତିଛି। ତାଙ୍କର ବିଜୟ ପ୍ରତିଶତ ୫୨.୩୮ ରହିଛି। ସେହିପରି ଟି-୨୦ରେ ୬୯.୪୪ ପ୍ରତିଶତ ସହ ଭାରତ ୩୬ଟିରୁ ୨୫ ମ୍ୟାଚ୍ ଜିତିଛି। ଦିନିକିଆ ମ୍ୟାଚରେ ଏହି ରେକର୍ଡ ୭୧.୬୭ ରହିଛି । ଭାରତ ଏହି ଦୁଇ ବର୍ଷ ମଧ୍ୟରେ ୬୦ ମ୍ୟାଚରୁ ୪୩ ଦିନିକିଆରେ ବିଜୟୀ ହୋଇଛି।

ପୁଣି ଭାରତର ହେଡ୍ କୋଚ୍ ହେଲେ ରବି ଶାସ୍ତ୍ରୀ, ପୁଣି କୋଚ୍ କରିବାକୁ ନେଇ ଏମିତି କହିଲା BCCI

ଭାରତ ପକ୍ଷରୁ ୮୦ ଟେଷ୍ଟ ଓ ୧୫୦ ଦିନିକିଆ ମ୍ୟାଚ୍ ଖେଳିଥିବା ୫୭ ବର୍ଷୀୟ ଶାସ୍ତ୍ରୀ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଭାରତୀୟ ଟିମର ନିର୍ଦ୍ଦେଶକ ଥିଲେ। ତାଙ୍କ କୋଚିଂରେ ଭାରତ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥିଲା। ଏହାଛଡ଼ା ତାଙ୍କ କାର୍ଯ୍ୟକାଳରେ ଭାରତ ପ୍ରଥମ ଏସୀୟ ଟିମ୍ ଭାବେ ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ଟେଷ୍ଟ ସିରିଜ୍ ଜିତିଥିଲା। ଏହିସବୁ କାରଣ ପାଇଁ ଶାସ୍ତ୍ରୀ କୋଚ୍ ପାଇଁ ପ୍ରଥମ ପସନ୍ଦ ଥିଲେ।