୧୮ ଅଗଷ୍ଟ ୨୦୧୯ ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ବନ୍ଧୁଙ୍କ ଭୁଲ୍ ବୁଝାମଣା କାରଣରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ତଥାପି ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ କେତେକାଂଶରେ ମନକୁ ବୁଝାଇବାରେ ସମର୍ଥ ହେବେ। ଅଫିସ୍ କାମରେ ଏପରିକି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରିନେବେ। ବୃଷ: ସାମାଜିକ ସ୍ତରରେ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁ ଲ୍ ବୁଝତ୍ବେ। ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ଭ୍ରମଣହେତୁକ କ୍ଳାନ୍ତି
 
୧୮ ଅଗଷ୍ଟ ୨୦୧୯ ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ବନ୍ଧୁଙ୍କ ଭୁଲ୍‌ ବୁଝାମଣା କାରଣରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ତଥାପି ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ କେତେକାଂଶରେ ମନକୁ ବୁଝାଇବାରେ ସମର୍ଥ ହେବେ। ଅଫିସ୍‌ କାମରେ ଏପରିକି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରିନେବେ।

ବୃଷ: ସାମାଜିକ ସ୍ତରରେ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁ ଲ୍‌ ବୁଝତ୍ବେ। ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ଭ୍ରମଣହେତୁକ କ୍ଳାନ୍ତି ଅନୁଭବ କରିପାରନ୍ତି । ବିଭିନ୍ନ ସମସ୍ୟା ମଧ୍ୟରେ ମନରେ ସବୁବେଳେ ଟେନ୍‌ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢ଼ାଇଦେବ।

ମିଥୁନ: ଆପଣଙ୍କୁ ଋଣ ପରିଶୋଧ କରିବା ସକାଶେ ମାନସିକ ସ୍ତରରେ ବ୍ୟଗ୍ରତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ, ବ୍ୟବସାୟରେ,ପାରିବାରିକ ସମସ୍ୟା ସମାଧାନରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ, କିନ୍ତୁ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।

୧୮ ଅଗଷ୍ଟ ୨୦୧୯ ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

କର୍କଟ: ଘର କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ଼ କରି ସହକର୍ମୀମାନେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ କ୍ଷତିରେ ପଡ଼ିବେ।

ସିଂହ: ସମସ୍ୟା ଲାଗି ରହିଥିଲେ ମଧ୍ୟ ମନରେ ସାହସ ବାନ୍ଧି କୌଣସି କାମ ଆରମ୍ଭକରି ଅବଶ୍ୟ ସଫଳତା ପାଇବେ। ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟିକଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। କିନ୍ତୁ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଅର୍ଥ ଲାଭ ସାଙ୍ଗକୁ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।

କନ୍ୟା: ବହୁଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନକୁ ଭାରାକ୍ରାନ୍ତ କରିବ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବା ସମ୍ଭାବନା ରହିଛି। ଗୃହସଜ୍ଜା,ଗାଡ଼ି ମରାମତି କରିବାରେ ମନୋନିବେଶ କରିବେ। ଅନ୍ୟମାନଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାଜନିତ ଅଶାନ୍ତି ସୃଷ୍ଟି ହୋଇପାରେ।

୧୮ ଅଗଷ୍ଟ ୨୦୧୯ ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ତୁଳା: ମନ ଅସ୍ଥିର ରହିବା କାରଣରୁ ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ୍‌ ଦ୍ରବ୍ୟ ଆଣିପାରନ୍ତି। ମହିଳାମାନେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।

ବିଛା: ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାରକରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା ,ସାହିତ୍ୟ , ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ, କିନ୍ତୁ କିଛି ଅସୁବିଧା ହେବନି। କିନ୍ତୁ ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିପାରେ।

ଧନୁ: ମନ ଭଲ ନ ଥିବା କାରଣରୁ କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ପରିବାରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ପରିବହନ,ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସି ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।

୧୮ ଅଗଷ୍ଟ ୨୦୧୯ ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମକର: କର୍ମକ୍ଷେତ୍ରରେ ମଧ୍ୟ ସମସ୍ୟାରୁ ମୁକୁଳିଯାଇପାରନ୍ତି। ସାୟାହ୍ନରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ୍‌ ହେବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିପାରନ୍ତି, ଏଣୁ ସତର୍କ ରହିବା ଭଲ। ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।

କୁମ୍ଭ: ସବୁ କାମ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବା ସମ୍ଭାବନା ରହିଛି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ।

ମୀନ: ଆଜିର କର୍ମକ୍ଷେତ୍ରରେ ସହକର୍ମୀଟି ସହ ବିବାଦ ବୃଦ୍ଧି ହୋଇପାରେ। ସ୍ବାସ୍ଥ୍ୟ ମଧ୍ୟ ବିଶେଷ ଭଲ ରହି ନ ପାରେ। ଆତ୍ମୀୟ ବିଶ୍ୱାସଘାତକତା କରିପାରନ୍ତି। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଯାତ୍ରା, ବ୍ୟବସାୟ, ମାଲି ମକଦ୍ଦମା, ସଙ୍ଗଠନ, ଲେଖାପଢ଼ା ଓ ଜମିଜମା କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ।