ପୋଷ୍ଟର ବିବାଦ ପରେ ମୁହଁ ଖୋଲିଲେ ପପୁ ପମପମ, ଝିଅଙ୍କୁ ଘୋଡା ବନେଇବାକୁ ନେଇ ଏମିତି କହିଲେ ପପୁ

ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ ମାମଲା ମହିଳା ଥାନା ଓ ମହିଳା କମିସନରେ ପହଞ୍ଚିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ। ପୋଷ୍ଟର ବିବାଦ ପରେ କମେଡି କିଙ୍ଗ ପପୁ ପମପମ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ପୋଷ୍ଟର ତିଆରିରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ। ପପୁ କହିଛନ୍ତି ଯେ ମହିଳାଙ୍କୁ ସେ ଅସମ୍ମାନ କରିନାହାନ୍ତି। ଏପରିକି ପୋଷ୍ଟରଟି କିଏ ତିଆରି କରିଛି ତାକୁ ଖୋଜି ବାହାର
 
ପୋଷ୍ଟର ବିବାଦ ପରେ ମୁହଁ ଖୋଲିଲେ ପପୁ ପମପମ, ଝିଅଙ୍କୁ ଘୋଡା ବନେଇବାକୁ ନେଇ ଏମିତି କହିଲେ ପପୁ

ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ ମାମଲା ମହିଳା ଥାନା ଓ ମହିଳା କମିସନରେ ପହଞ୍ଚିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ। ପୋଷ୍ଟର ବିବାଦ ପରେ କମେଡି କିଙ୍ଗ ପପୁ ପମପମ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ପୋଷ୍ଟର ତିଆରିରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ। ପପୁ କହିଛନ୍ତି ଯେ ମହିଳାଙ୍କୁ ସେ ଅସମ୍ମାନ କରିନାହାନ୍ତି।

ପୋଷ୍ଟର ବିବାଦ ପରେ ମୁହଁ ଖୋଲିଲେ ପପୁ ପମପମ, ଝିଅଙ୍କୁ ଘୋଡା ବନେଇବାକୁ ନେଇ ଏମିତି କହିଲେ ପପୁ

ଏପରିକି ପୋଷ୍ଟରଟି କିଏ ତିଆରି କରିଛି ତାକୁ ଖୋଜି ବାହାର କରିବା ଉଚିତ ବୋଲି ସେ ଦାବି କରିଛନ୍ତି। ମିଷ୍ଟର କହ୍ନେୟା ଏକ ପ୍ରେରଣାଦାୟୀ ଫିଲ୍ମ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପପୁ। ଆଗାମୀ ଦିନରେ ରିଲିଜ ହେବାକୁ ଥିବା ଓଡିଆ ଫିଲ୍ମ ମିଷ୍ଟର କହ୍ନେୟାଙ୍କ ପୋଷ୍ଟରକୁ ନେଇ ପୁଣି ବିବାଦରେ ଫସିଛନ୍ତି ପପୁ ପମପମ୍।

ପୋଷ୍ଟର ବିବାଦ ପରେ ମୁହଁ ଖୋଲିଲେ ପପୁ ପମପମ, ଝିଅଙ୍କୁ ଘୋଡା ବନେଇବାକୁ ନେଇ ଏମିତି କହିଲେ ପପୁ

ଏହି ପୋଷ୍ଟରରେ ଏ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ପୋଷ୍ଟରରେ କିଛି ଯୁବତୀଙ୍କ ବେକରେ ରସି ବାନ୍ଧି ଲଗାମ ଧରିବା ପୋଜରେ ନଜର ଆସିଛନ୍ତି ପପୁ।

ପୋଷ୍ଟର ବିବାଦ ପରେ ମୁହଁ ଖୋଲିଲେ ପପୁ ପମପମ, ଝିଅଙ୍କୁ ଘୋଡା ବନେଇବାକୁ ନେଇ ଏମିତି କହିଲେ ପପୁ

ଏହାକୁ  ନେଇ କିଛି ବ୍ୟକ୍ତିବିଶେଷ ଆପତ୍ତି ଉଠାଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ୟୁଜର୍ସ ନାରୀମାନଙ୍କୁ ଏ କି ପ୍ରକାର ସମ୍ମାନ ବୋଲି ପ୍ରଶ୍ନ କରିବା ସହ ପପୁଙ୍କ ଏଭଳି ପୋଷ୍ଟରକୁ କଟାକ୍ଷ କରାଯାଇ ଟ୍ରୋଲ କରାଯାଇଛି।