ଶେଷରେ କ୍ଷମା ମାଗିଲେ ପପୁ, କ୍ଷମାରେ ରାନୁ ମଣ୍ଡଳଙ୍କୁ ନେଇ କହିଲେ ଏମିତି କଥା

ଷ୍ଟେସନରେ ଏକ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ହିମେସ୍ ରେସତିଆଙ୍କ ଏକ ଗୀତ ରେକଡିଂ ଏବେ ସବୁଆଡେ ଭାଇରାଲ୍। ତେବେ ରେକଡିଂ ଭିଡିଓକୁ ନକଲ କରି ସମାଲୋଚିତ ହୋଇଥିଲେ ଓଲିଉଡ୍ ହାସ୍ୟ ଅଭିନେତା ପପୁ ପମ୍ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ। ତାଙ୍କ ନାଁରେ ନିଶ୍ଚିତକୋଇଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାନୁଙ୍କୁ ଅପମାନିତ କରିଥିବାରୁ ପପୁଙ୍କୁ ଗିରଫ କରାଯାଉ ବୋଲି ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚର ଏତଲାରେ
 
ଶେଷରେ କ୍ଷମା ମାଗିଲେ ପପୁ, କ୍ଷମାରେ ରାନୁ ମଣ୍ଡଳଙ୍କୁ ନେଇ କହିଲେ ଏମିତି କଥା

ଷ୍ଟେସନରେ ଏକ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ହିମେସ୍ ରେସତିଆଙ୍କ ଏକ ଗୀତ ରେକଡିଂ ଏବେ ସବୁଆଡେ ଭାଇରାଲ୍। ତେବେ ରେକଡିଂ ଭିଡିଓକୁ ନକଲ କରି ସମାଲୋଚିତ ହୋଇଥିଲେ ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ।

ଶେଷରେ କ୍ଷମା ମାଗିଲେ ପପୁ, କ୍ଷମାରେ ରାନୁ ମଣ୍ଡଳଙ୍କୁ ନେଇ କହିଲେ ଏମିତି କଥା

ତାଙ୍କ ନାଁରେ ନିଶ୍ଚିତକୋଇଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାନୁଙ୍କୁ ଅପମାନିତ କରିଥିବାରୁ ପପୁଙ୍କୁ ଗିରଫ କରାଯାଉ ବୋଲି ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚର ଏତଲାରେ ଦର୍ଶାଇଛି। ଅନ୍ୟପକ୍ଷରେ ପପୁ ପୁଣି ଥରେ କ୍ଷମା ମାଗିଛନ୍ତି।

ଶେଷରେ କ୍ଷମା ମାଗିଲେ ପପୁ, କ୍ଷମାରେ ରାନୁ ମଣ୍ଡଳଙ୍କୁ ନେଇ କହିଲେ ଏମିତି କଥା

ସେ କହିଛନ୍ତି-“ସାଧାରଣ ସ୍ତରରୁ ଆସିଥିବା ଜଣେ ଅସାଧାରଣ ବ୍ୟକ୍ତିତ୍ୱ ହେଉଛନ୍ତି ରାନୁ ମଣ୍ଡଳ। ସେ ଗାଇଥିବା ଗୀତ ଯେମିତି ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ମୁଁ ଓ ମୋର ବନ୍ଧୁ ଗୋଟିଏ ଭିଡିଓ କରିଥିଲୁ। ଯେଉଁଥିରେ ତାଙ୍କ ଭଳି ରୂପ ଗୀତ ଗାଇଥିଲୁ। ଏହା ହେଉଛି, ଜଣେ କଳାକାରଙ୍କ ପ୍ରତି ଅନ୍ୟ ଜଣେ କଳାକାର ପ୍ରକୃତ ଉପହାର ବା ଶୁଭେଚ୍ଛା।

ଶେଷରେ କ୍ଷମା ମାଗିଲେ ପପୁ, କ୍ଷମାରେ ରାନୁ ମଣ୍ଡଳଙ୍କୁ ନେଇ କହିଲେ ଏମିତି କଥା

ଏହି ଉଦ୍ଦେଶ୍ୟ ନେଇ ଆମେ ଭିଡିଓ କରିଥିଲୁ। କିନ୍ତୁ ତାହା ବିବାଦ ଭିତରକୁ ଆସିଲା ଭଳି କିଛି ଲୋକ କହିଲେ। ତେବେ ସବୁ କଥାରୁ ଦୋଷ ବାହାର କଲେ ବାହାରିବ। ଲୋକ ତ ଭଗବାନଙ୍କର ଦୋଷ ବାଛୁଛନ୍ତି। ମୁଁ ତ ମଣିଷଟିଏ। ସକାରାତ୍ମକ ମନୋଭାବ ନେଇ ଭିଡିଓଟିକୁ ପ୍ରସ୍ତୁତ କରିଥିଲି। ଏଥିପାଇଁ ଯଦି କାହାକୁ କଷ୍ଟ ହୋଇଥିବ, ମୁଁ କ୍ଷମା ମାଗୁଛି। ଭଲ କଥାକୁ ଭଲରେ ନିଅନ୍ତୁ। ସବୁକଥାରେ ବିତର୍କ ଉଠାଇଲେ ଭଲ କଥା ନୁହେଁ।”