ଆଜିଠୁ ଯାନ ପାଇଁ ନୂଆ ନିୟମ, ହଜାରରୁ ନେଇ ୨୫ହଜାର ଜରିମାନା, ଜାଣନ୍ତୁ କେଉଁ ନିୟମ ଭଙ୍ଗ କଲେ କେତେ ଜରିମାନା ଲାଗିବ

ଆଜି ଲାଗୁ ହେବାକୁ ଯାଉଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନରେ ନିୟମ ଖିଲାପ କଲେ ଆଉ ଶହେ କି ପାଞ୍ଚ ଶହ ତଣ୍ଡ ଗଣି ଖସି ହେବ ନାହିଁ। ବିଭିନ୍ନ ନିୟମର ଖିଲାପ ପାଇଁ ୧ ହଜାରରୁ ୨୫ ହଜାର ଟଙ୍କା ଯାଏ ଜରିମାନା ବ୍ୟବସ୍ଥା କରାଯାଇଛି। ରବିବାରଠାରୁ ଯଦି କିଏ ମୋବାଇଲ ଫୋନରେ ଗପି ଗାଡ଼ି ଚଳାଇବା ବେଳେ ଧରା ପଡନ୍ତି, ତେବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ ୫ହଜାର ଟଙ୍କା। ନାବାଳକ
 
ଆଜିଠୁ ଯାନ ପାଇଁ ନୂଆ ନିୟମ, ହଜାରରୁ ନେଇ ୨୫ହଜାର ଜରିମାନା, ଜାଣନ୍ତୁ କେଉଁ ନିୟମ ଭଙ୍ଗ କଲେ କେତେ ଜରିମାନା ଲାଗିବ

ଆଜି ଲାଗୁ ହେବାକୁ ଯାଉଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନରେ ନିୟମ ଖିଲାପ କଲେ ଆଉ ଶହେ କି ପାଞ୍ଚ ଶହ ତଣ୍ଡ ଗଣି ଖସି ହେବ ନାହିଁ। ବିଭିନ୍ନ ନିୟମର ଖିଲାପ ପାଇଁ ୧ ହଜାରରୁ ୨୫ ହଜାର ଟଙ୍କା ଯାଏ ଜରିମାନା ବ୍ୟବସ୍ଥା କରାଯାଇଛି। ରବିବାରଠାରୁ ଯଦି କିଏ ମୋବାଇଲ ଫୋନରେ ଗପି ଗାଡ଼ି ଚଳାଇବା ବେଳେ ଧରା ପଡନ୍ତି, ତେବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ ୫ହଜାର ଟଙ୍କା।

ଆଜିଠୁ ଯାନ ପାଇଁ ନୂଆ ନିୟମ, ହଜାରରୁ ନେଇ ୨୫ହଜାର ଜରିମାନା, ଜାଣନ୍ତୁ କେଉଁ ନିୟମ ଭଙ୍ଗ କଲେ କେତେ ଜରିମାନା ଲାଗିବ

ନାବାଳକ ପୁଅ/ଝିଅ ଗାଡ଼ି ଚଳାଉଥିବା ପୁଲିସ ଧରିଲେ ଅଭିଭାବକ ମାନେ ତ ସେଥିପାଇଁ ଦାୟୀ ରହିବେ, ତା’ ସହିତ ସେମାନଙ୍କଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। କେବଳ ସେତିକି ନୁହେଁ, ବାଇକ୍‌ରେ ଯଦି ତିନି ଜଣ ବସି ଯାଉଥିବେ ଅଥବା ଦୁଇ ଜଣ ଥାଇ ଯଦି ଉଭୟ ହେଲମେଟ୍ ପିନ୍ଧି ନଥିବେ, ତେବେ ସେଥିପାଇଁ ବି ଦଣ୍ଡିତ ହେବେ।

ଆଜିଠୁ ଯାନ ପାଇଁ ନୂଆ ନିୟମ, ହଜାରରୁ ନେଇ ୨୫ହଜାର ଜରିମାନା, ଜାଣନ୍ତୁ କେଉଁ ନିୟମ ଭଙ୍ଗ କଲେ କେତେ ଜରିମାନା ଲାଗିବ

ଉଲ୍ଲେଖନୀୟ କଥା ହେଉଛି, ଥରେ ଧରାପଡ଼ି ଦଣ୍ଡିତ ହେବା ପରେ ଯଦି ଦ୍ବିତୀୟବାର ପୁଣି ସମାନ ଭୁଲ୍ ପାଇଁ ଫସନ୍ତି, ତେବେ ଜରିମାନା ରାଶି ପୂର୍ବ ରାଶି ତୁଳନାରେ ଦୁଇ ଗୁଣ ହେଇଯିବ। ଅର୍ଥାତ୍ ପୂର୍ବଥର ୫ହଜାର ଟଙ୍କା ଜରିମାନା ଗଣିଥିଲେ କେତେକ କ୍ଷେତ୍ରରେ ତାହା ୧୦ହଜାର ଟଙ୍କା ହେଇଯିବ। ରବିବାଠାରୁ ରାଜ୍ୟରେ ଲାଗୁ ହେବାକୁ ଥିବା ‌‘ନୂଆ ମୋଟର ଯାନ ଆଇନ-୨୦୧୯’ରେ ଏଭଳି ଦଣ୍ଡ ପୂର୍ବକ ଜରିମାନା ବ୍ୟବସ୍ଥା ରଖାଯାଇଛି।

ଆଜିଠୁ ଯାନ ପାଇଁ ନୂଆ ନିୟମ, ହଜାରରୁ ନେଇ ୨୫ହଜାର ଜରିମାନା, ଜାଣନ୍ତୁ କେଉଁ ନିୟମ ଭଙ୍ଗ କଲେ କେତେ ଜରିମାନା ଲାଗିବ

ମୋବାଇଲ୍‌ରେ ଗପିବା, ନାବାଳିକ ପୁଅ/ଝିଅ ଗାଡ଼ି ଚଳାଇବା, ବାଇକ୍‌ରେ ଉଭୟ ହେଲମେଟ୍ ନ ପିନ୍ଧିବା ଅଥବା ତିନି ଜଣ ବସି ଯିବା ଘଟଣା ପାଇଁ ଏଭଳି ପ୍ରଥମଥର ଆଇନରେ ଜରିମାନା ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ମଦ ପିଇ ଗାଡ଼ି ଚଳାଉ ଥିଲେ କିମ୍ବା ବିନା ଲାଇସେନ୍‌ସ, ପରମିଟ୍‌ରେ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିଲେ ଜରିମାନା ରାଶି ପୂର୍ବ ତୁଳନାରେ ଦୁଇ ଗୁଣ କରି ଦିଆଯାଇଛି।

ଆଜିଠୁ ଯାନ ପାଇଁ ନୂଆ ନିୟମ, ହଜାରରୁ ନେଇ ୨୫ହଜାର ଜରିମାନା, ଜାଣନ୍ତୁ କେଉଁ ନିୟମ ଭଙ୍ଗ କଲେ କେତେ ଜରିମାନା ଲାଗିବ

ନୂଆ ଆଇନ ମୁତାବକ ବିନା ଲାଇସେନ୍‌ସରେ ଗାଡ଼ି ଚଳାଇ ଧରାପଡ଼ିଲେ ଦଶଗୁଣ ଅଧିକ ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ଏହି ରାଶି ୫୦୦ଟଙ୍କା ଥିବା ବେଳେ ଏଥର ୫ହଜାର ଟଙ୍କା ରଖାଯାଇଛି। ସେହିପରି ମଦ ପିଇଥିବା ଅବସ୍ଥାରେ ପୁଲିସ ଧରିଲେ ୧୦ହଜାର ଟଙ୍କା ଦେବାକୁ ପଡ଼ିବ। ଦ୍ବିତୀୟବାର ସମାନ ଭୁଲରେ ଫସିଲେ ଜରିମାନା ୧୫ହଜାର ଟଙ୍କା ହେଇଯିବ ବୋଲି ଆଇନରେ ଉଲ୍ଲେଖ ରହିଛି। ପୂର୍ବ ତୁଳନାରେ ଜରିମାନା ରାଶି ପାଞ୍ଚ ଗୁଣ ବଢ଼ାଯାଇଛି। ପୂର୍ବରୁ ଏହି ରାଶି ଯଥାକ୍ରମେ ୨ହଜାର ଏବଂ ୩ହଜାର(ଦ୍ବିତୀୟଥର ଧରାହେଲେ) ଟଙ୍କା ଥିଲା।

ଆଜିଠୁ ଯାନ ପାଇଁ ନୂଆ ନିୟମ, ହଜାରରୁ ନେଇ ୨୫ହଜାର ଜରିମାନା, ଜାଣନ୍ତୁ କେଉଁ ନିୟମ ଭଙ୍ଗ କଲେ କେତେ ଜରିମାନା ଲାଗିବ

ଉଲ୍ଲେଖନୀୟ ବିଷୟ ହେଉଛି, ଆଇନରେ ନୂଆ କରି ୧୮ବର୍ଷରୁ କମ୍‌ ପୁଅ/ଝିଅ ଗାଡ଼ି ଚଳାଇବା ଉପରେ ଅଙ୍କୁଶ ଲଗାଯିବା ପାଇଁ ଉଦ୍ୟମ ହୋଇଛି। ନାବାଳକ ପୁଅ/ଝିଅ ଗାଡ଼ି ଚଳାଇ ଧରାପଡ଼ିଲେ ସେମାନଙ୍କ ପିତାମାତା ଏଥିପାଇଁ ଦାୟୀ ରହିବେ ଏବଂ ୨୫ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ ବୋଲି ଆଇନରେ ପ୍ରଥମଥର ପାଇଁ ପ୍ରାବଧାନ ରଖାଯାଇଛି। ଅନୁରୂପ ଭାବେ ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ରେ ଗପି ଧରାପଡ଼ିଲେ ପ୍ରଥମଥର ୫ହଜାର ଟଙ୍କା ଏବଂ ଦ୍ବିତୀୟଥର ହେଲେ ଦୁଇ ଗୁଣ ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ଆଜିଠୁ ଯାନ ପାଇଁ ନୂଆ ନିୟମ, ହଜାରରୁ ନେଇ ୨୫ହଜାର ଜରିମାନା, ଜାଣନ୍ତୁ କେଉଁ ନିୟମ ଭଙ୍ଗ କଲେ କେତେ ଜରିମାନା ଲାଗିବ

ସେହିପରି ବାଇକରେ ତିନି ଜଣ ଥିଲେ କିମ୍ବା ଦୁଇ ଜଣ ଥାଇ ହେଲମେଟ୍‌ ପିନ୍ଧି ନଥିଲେ ଅଥବା କାର୍‌ ଚାଳକଙ୍କ ସମେତ ଯାତ୍ରୀ ସିଟ୍ ବେଲ୍‌ଟ ପିନ୍ଧି ନଥିଲେ ନୂଆ କରି ୧ହଜାର ଟଙ୍କା ଜରିମାନା ବ୍ୟବସ୍ଥା ରଖାଯାଇଛି। ବିନା ଇନସୁରାନ୍ସ, ପରିମିଟ୍‌ରେ ଗାଡ଼ି ଚଳାଇଲେ ଯଥାକ୍ରମେ ଜରିମାନା ୨ ହଜାର ଏବଂ ୧୦ହଜାର ଟଙ୍କା ରଖାଯାଇଛି।