ବୋହୂର ହେଉନଥିଲେ ପିଲାପିଲି, ଘରଲୋକେ ଡାକିଲେ ତାନ୍ତ୍ରିକ, ତାପରେ ଯାହା ହେଲା ଜାଣି ଆଶ୍ଚର୍ଯ୍ୟ ହେବେ

ମଧ୍ୟପ୍ରଦେଶ ହୀରା ନଗରରୁ ଝରଖଣ୍ଡ ପୋଲିସ ଜନୈକ ଭଣ୍ଡ ତାନ୍ତ୍ରିକକୁ ଗିରଫ କରିଛି। ଗିରଫ ତାନ୍ତ୍ରିକର ନାମ ଗୁପ୍ତ ରଖା ଯାଇଥିବା ବେଳେ ପିଲାପିଲି ହେଉନଥିବା ଜନୈକା ମହିଳାଙ୍କୁ ତନ୍ତ୍ରକ୍ରିୟା ମାଧ୍ୟମରେ ମା ହେବାର ସୌଭାଗ୍ୟ ପ୍ରଦାନ କରିବେ କହି ତାଙ୍କ ପ୍ରତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ତାଙ୍କୁ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଝାରଖଣ୍ଡ ନେଇଯାଇଛି। ମିଳିଥିବା ସୂଚନା ଅନୁସାରେ ବିବାହର ୫ ବର୍ଷ ପରେ ବି ଘରେ କୁଆଁ
 
ବୋହୂର ହେଉନଥିଲେ ପିଲାପିଲି, ଘରଲୋକେ ଡାକିଲେ ତାନ୍ତ୍ରିକ, ତାପରେ ଯାହା ହେଲା ଜାଣି ଆଶ୍ଚର୍ଯ୍ୟ ହେବେ

ମଧ୍ୟପ୍ରଦେଶ ହୀରା ନଗରରୁ ଝରଖଣ୍ଡ ପୋଲିସ ଜନୈକ ଭଣ୍ଡ ତାନ୍ତ୍ରିକକୁ ଗିରଫ କରିଛି। ଗିରଫ ତାନ୍ତ୍ରିକର ନାମ ଗୁପ୍ତ ରଖା ଯାଇଥିବା ବେଳେ ପିଲାପିଲି ହେଉନଥିବା ଜନୈକା ମହିଳାଙ୍କୁ ତନ୍ତ୍ରକ୍ରିୟା ମାଧ୍ୟମରେ ମା ହେବାର ସୌଭାଗ୍ୟ ପ୍ରଦାନ କରିବେ କହି ତାଙ୍କ ପ୍ରତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ତାଙ୍କୁ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଝାରଖଣ୍ଡ ନେଇଯାଇଛି।

ବୋହୂର ହେଉନଥିଲେ ପିଲାପିଲି, ଘରଲୋକେ ଡାକିଲେ ତାନ୍ତ୍ରିକ, ତାପରେ ଯାହା ହେଲା ଜାଣି ଆଶ୍ଚର୍ଯ୍ୟ ହେବେ

ମିଳିଥିବା ସୂଚନା ଅନୁସାରେ ବିବାହର ୫ ବର୍ଷ ପରେ ବି ଘରେ କୁଆଁ ରାବ ଶୁଣା ଯାଇନଥିଲା। ଏଣୁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡିଥିବା ବେଳେ ମହିଳାଙ୍କ ଶ୍ୱଶୁରଙ୍କ ବନ୍ଧୁଥିବା ଜନୈକ ତାନ୍ତ୍ରିକଙ୍କ ସହ ସମ୍ପର୍କ ସ୍ଥାପନା କରିଥିଲେ। ମଧ୍ୟପ୍ରଦେଶ ହୀରାନଗରରେ ରହୁଥିବା ଏହି ତାନ୍ତ୍ରିକ ତାଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରି ଆସିବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ତାନ୍ତ୍ରିକ ତାଙ୍କ ଘରକୁ ଆସି ମହିଳାଙ୍କ ପ୍ରତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ବୋହୂର ହେଉନଥିଲେ ପିଲାପିଲି, ଘରଲୋକେ ଡାକିଲେ ତାନ୍ତ୍ରିକ, ତାପରେ ଯାହା ହେଲା ଜାଣି ଆଶ୍ଚର୍ଯ୍ୟ ହେବେ

ଅଭିଯୋଗ ଅନୁସାରେ ଘରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଉପସ୍ଥିତିରେ ଏହି ଦୁଷ୍କର୍ମ ହୋଇଥିଲା। ତାନ୍ତ୍ରିକ ଘରେ ପୂଜା କରିବାର ବାହାନା କରିଥିଲେ। ପୂଜା ସରିବା ପରେ ସବୁଲୋକଙ୍କୁ ବାହାରେ ରଖି ମହିଳାଙ୍କୁ ନେଇ ଏକ ରୁମର କବାଟ ବନ୍ଦ କରି ମନ୍ତ୍ରୋଚାରଣ କରିବାକୁ ଲାଗିଥିଲେ। ଏଥିରେସେ ମହିଳାଙ୍କୁ ବେହୋସ କରିବାପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କିଛି ସମୟ ପରେ ସେ ଏକାକୀ ଘରୁ ପଦାକୁ ଆସି ଯାଅ ଏବେ ସବୁ ଠିକ ହୋଇ ଯିବ କହି ଘରୁ ଚାଲି ଯାଇଥିଲେ।

ବୋହୂର ହେଉନଥିଲେ ପିଲାପିଲି, ଘରଲୋକେ ଡାକିଲେ ତାନ୍ତ୍ରିକ, ତାପରେ ଯାହା ହେଲା ଜାଣି ଆଶ୍ଚର୍ଯ୍ୟ ହେବେ

ତେବେ ବୋହୁର ଚେତା ଫେରିବା ପରେ ତା ପ୍ରତି ହୋଇଥିବା ଘଟଣା  ଗୋଟିଗୋଟି କରି ପରିବାର ଲୋକଙ୍କ ଆଗରେ କହିଥିଲା। ଏଥିରେ ପରିବାର ଲୋକେ ତୁରନ୍ତ ବୋହୁକୁ ନେଇ ଥାନାକୁ ଯିବା ସହ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ପୋଲିସ ଭଣ୍ଡ ତାନ୍ତ୍ରିକକୁ ମଧ୍ୟ ଗିରଫ କରିଛି।