ନାକରେ ବାରମ୍ୱାର ଆଙ୍ଗୁଳି ପୂରାଉଛନ୍ତି କି ? ହୋଇପାରେ ଏହିସବୁ ସାଂଘାତିକ କ୍ଷତି

ଅନେକ ଲୋକ ବାରମ୍ବାର ନାକରେ ଆଙ୍ଗୁଳି ଭର୍ତ୍ତି କରନ୍ତି। ‘ନ୍ୟାସ୍ନାଲ୍ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ଇନଫର୍ମମେସନ୍’ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ସାରା ବିଶ୍ୱରେ ୯୧ ପ୍ରତିଶତ ଲୋକଙ୍କର ନାକରେ ଆଙ୍ଗୁଳି ପୂରାଇବା ଅଭ୍ୟାସ ରହିଛି। ତେବେ ଏହା ଏକ ଖରାପ ଅଭ୍ୟାସ। ଏହା ଦ୍ୱାରା ନାକକୁ କ୍ଷତି ପହଞ୍ଚିଥାଏ। ଏଥିଯୋଗୁ ନାକ ଶୁଖିଯାଏ ଓ ସାମାନ୍ୟ ଧୂଳିକଣା ପଶି ଗଲେ ଅସହଜ ଲାଗେ। ଏହା ବ୍ୟତୀତ ଅନେକ ଗମ୍ଭୀର ସମସ୍ୟା ମଧ୍ୟ ଦେଖା ଦେଇଥାଏ।
 
ନାକରେ ବାରମ୍ୱାର ଆଙ୍ଗୁଳି ପୂରାଉଛନ୍ତି କି ? ହୋଇପାରେ ଏହିସବୁ ସାଂଘାତିକ କ୍ଷତି

ଅନେକ ଲୋକ ବାରମ୍ବାର ନାକରେ ଆଙ୍ଗୁଳି ଭର୍ତ୍ତି କରନ୍ତି। ‘ନ୍ୟାସ୍‌ନାଲ୍‌ ସେଣ୍ଟର ଫର୍‌ ବାୟୋଟେକ୍ନୋଲୋଜି ଇନଫର୍ମମେସନ୍‌’ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ସାରା ବିଶ୍ୱରେ ୯୧ ପ୍ରତିଶତ ଲୋକଙ୍କର ନାକରେ ଆଙ୍ଗୁଳି ପୂରାଇବା ଅଭ୍ୟାସ ରହିଛି। ତେବେ ଏହା ଏକ ଖରାପ ଅଭ୍ୟାସ। ଏହା ଦ୍ୱାରା ନାକକୁ କ୍ଷତି ପହଞ୍ଚିଥାଏ। ଏଥିଯୋଗୁ ନାକ ଶୁଖିଯାଏ ଓ ସାମାନ୍ୟ ଧୂଳିକଣା ପଶି ଗଲେ ଅସହଜ ଲାଗେ। ଏହା ବ୍ୟତୀତ ଅନେକ ଗମ୍ଭୀର ସମସ୍ୟା ମଧ୍ୟ ଦେଖା ଦେଇଥାଏ। ସେ ସଂପର୍କରେ ଜାଣନ୍ତୁ ଓ ଏଭଳି ଅଭ୍ୟାସକୁ ଛାଡ଼ିବାକୁ ପ୍ରୟାସ କରନ୍ତୁ।

ନାକରେ ବାରମ୍ୱାର ଆଙ୍ଗୁଳି ପୂରାଉଛନ୍ତି କି ? ହୋଇପାରେ ଏହିସବୁ ସାଂଘାତିକ କ୍ଷତି

ବ୍ୟାକ୍ଟେରିଆଲ୍‌ ଇନ୍‌ଫେକସନ୍‌
ନାକରେ ବାରମ୍ବାର ଆଙ୍ଗୁଳି ଭର୍ତ୍ତି କଲେ ସେଥିରେ ଇନ୍‌ଫେକସନ୍‌ ହୋଇଥାଏ। ଆଙ୍ଗୁଳି ଭର୍ତ୍ତି କରିବା ସମୟରେ ନଖ ବାଜି ନାକ ଭିତର ଖଣ୍ଡିଆ ହୋଇଯିବାର ସମ୍ଭାବନା ଥାଏ। ଏମିତି ହେଲେ ନାକରେ ଷ୍ଟାଫିଲୋକୋକ୍ସସ୍‌ ଓରିଅସ୍‌(Staphylococcus aureus) ବ୍ୟାକ୍ଟେରିଆ ପ୍ରବେଶ କରିବା ପାଇଁ ସହଜ ହୋଇଥାଏ।

ନାକରେ ବାରମ୍ୱାର ଆଙ୍ଗୁଳି ପୂରାଉଛନ୍ତି କି ? ହୋଇପାରେ ଏହିସବୁ ସାଂଘାତିକ କ୍ଷତି

ନାକରୁ ରକ୍ତ ବାହାରିବା
ବାରମ୍ୱାର ନାକରେ ଆଙ୍ଗୁଳି ପୂରାଇଲେ ରକ୍ତ ବାହିକାଗୁଡ଼ିକୁ କ୍ଷତିଗ୍ରସ୍ତ ହୋଇଥା’ନ୍ତି। ତେଣୁ ରକ୍ତ ବାହିକା ଫାଟି ନାକରୁ ରକ୍ତ ବାହାରିଥାଏ। ଯେଉଁମାନେ ବାରମ୍ୱାର ନାକରେ ଆଙ୍ଗୁଳି ଭର୍ତ୍ତି କରିଥା’ନ୍ତି, ସେମାନଙ୍କ ନାକ ଧୀରେ ଧୀରେ ସେନ୍‌ସିଟିଭ୍‌ ହୋଇଯାଏ।

ନାକରେ ବାରମ୍ୱାର ଆଙ୍ଗୁଳି ପୂରାଉଛନ୍ତି କି ? ହୋଇପାରେ ଏହିସବୁ ସାଂଘାତିକ କ୍ଷତି

ନାକ ଗୁହାକୁ କ୍ଷତି ପହଞ୍ଚିବା
ମୁହଁ ଓ ନାକ ଭିତରେ ଥିବା ପତଳା ଅଂଶକୁ ନାକ ଗୁହା କୁହାଯାଏ। ଏହା ଦୁଇ ଭାଗରେ ନାକ ମଧ୍ୟରେ ରହିଥାଏ। ନାକ ଗୁହା ଉପର ଅଂଶଟି ଶ୍ୱସନ ପ୍ରଣାଳୀରେ ସାହାଯ୍ୟ କରିଥାଏ ଏବଂ ଭିତର ଅଂଶଟି ନିଃଶ୍ୱାସ ନେବା ପାଇଁ ମାର୍ଗ ପ୍ରଦାନ କରିଥାଏ। ବାରମ୍ୱାର ନାକରେ ହାତ ପୂରାଇବା ଯୋଗୁ ସେହି ସ୍ଥାନରେ ପୋଡ଼ାଜଳା ହୋଇଥାଏ ଏବଂ ନିଃଶ୍ୱାସ ନେବା ବାଟଟି ସଙ୍କୁଚିତ ହୋଇଯାଏ। ଏଥିଯୋଗୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ।

ନାକରେ ବାରମ୍ୱାର ଆଙ୍ଗୁଳି ପୂରାଉଛନ୍ତି କି ? ହୋଇପାରେ ଏହିସବୁ ସାଂଘାତିକ କ୍ଷତି

ଘାଆ ହେବା
ବାରମ୍ୱାର ନାକରେ ଆଙ୍ଗୁଳି ପୂରାଇବା ଦ୍ୱାରା ନାକ ଭିତରେ ଥିବା ଲୋମ ବାହାରି ଆସିଥାଏ। ଏଥିଯୋଗୁ ନାକ ଖଣ୍ଡିଆ ହୋଇ ଘା’ରେ ପରିଣତ ହୋଇଥାଏ। ଅନେକ ସମୟରେ ଏହି ଘା’ ଗମ୍ଭୀର ହେବା ସହିତ ଯନ୍ତ୍ରଣା ଦେଇଥାଏ।