ଶନିବାର, ଆଜିର ଅନୁଚିନ୍ତା- ପଢନ୍ତୁ ଏକ ସୁନ୍ଦର କଥା

ଜୟ ଜଗନ୍ନାଥ, ବନ୍ଧୁ ବିଶ୍ବାସ ଆଉ ନିଶ୍ବାସ ଦୁଇଟି ଭଲ ସାଙ୍ଗ କିନ୍ତୁ ସମୟ ଆସିଲେ ନିଶ୍ବାସ ବିଶ୍ବାସର ସବୁ ସମ୍ପର୍କ କାଟିଦେଇ ଚାଲିଯାଏ କାରଣ ସେତେବେଳେ ମିଛ ଜନ୍ମ ନିଏ। ଅନ୍ୟର ପଦବୀ ପ୍ରତିଷ୍ଠା ଦେଖି ଖୁସି ହୁଅ ତାଙ୍କୁ ଶୁଭେଚ୍ଚା ଜଣାଅତାଙ୍କ ପରି ଯୋଗ୍ୟ ହେବା ନିମନ୍ତେ ଉଦ୍ୟମ କର ,ଯଦି ସେ ଅହଂକାରୀ ତୁମେ ନମ୍ରତା ଦ୍ବାରା ତାଙ୍କୁ ସତ୍କାର କର ତାଙ୍କ ସହିତ ଅଭିନ୍ନ, ହୋଇଯାଅ ,ତାଙ୍କର ସଫଳତାକୁ ନିଜର ବୋଲି
 
ଶନିବାର, ଆଜିର ଅନୁଚିନ୍ତା- ପଢନ୍ତୁ ଏକ ସୁନ୍ଦର କଥା

ଜୟ ଜଗନ୍ନାଥ,
ବନ୍ଧୁ ବିଶ୍ବାସ ଆଉ ନିଶ୍ବାସ ଦୁଇଟି ଭଲ ସାଙ୍ଗ କିନ୍ତୁ ସମୟ ଆସିଲେ ନିଶ୍ବାସ ବିଶ୍ବାସର ସବୁ ସମ୍ପର୍କ କାଟିଦେଇ ଚାଲିଯାଏ କାରଣ ସେତେବେଳେ ମିଛ ଜନ୍ମ ନିଏ।

ଅନ୍ୟର ପଦବୀ ପ୍ରତିଷ୍ଠା ଦେଖି ଖୁସି ହୁଅ ତାଙ୍କୁ ଶୁଭେଚ୍ଚା ଜଣାଅ
ତାଙ୍କ ପରି ଯୋଗ୍ୟ ହେବା ନିମନ୍ତେ ଉଦ୍ୟମ କର ,ଯଦି ସେ ଅହଂକାରୀ ତୁମେ ନମ୍ରତା ଦ୍ବାରା ତାଙ୍କୁ ସତ୍କାର କର ତାଙ୍କ ସହିତ ଅଭିନ୍ନ, ହୋଇଯାଅ ,ତାଙ୍କର ସଫଳତାକୁ ନିଜର ବୋଲି ମନେକର,

ତା ହେଲେ ତୁମ ହୃଦୟରେ ଇର୍ଷା ଆପେ ଆପେ ଲିଭିଯିବ ବିଳମ୍ବରେ ହେଲେ ସୁଦ୍ଧା ପ୍ରମ ଓ ସତ୍ୟର ହିଁ ବିଜୟ ହୁଏ। ଭଗବାନଙ୍କ ସୃଷ୍ଟିରେ ଆଶ୍ଚଯ୍ୟ ବୋଲି କିଛି ନାହିଁ କି ଅସମ୍ଭବ ବୋଲି କିଛି ନାହିଁ ତେଣୁ ଆପଣ ଅଧିକ ଭାବନାରେ ବୁଡି ନ ରହି ଧର୍ଯ୍ୟର ନିଜ କର୍ମ କରିଚାଲନ୍ତୁ ଆଉ ପ୍ରତିଟି ସମୟର ସଦ୍ଉପଯୋଗ କରନ୍ତୁ ଦେଖିବେ ଅସମ୍ଭବ ବୋଲି ଯାହାକୁ ଦେଖୁଥିଲେ ସେ ଆଜି ଆପଣଙ୍କ ଆଗରେ ସଫଳତା ରୂପରେ ଉଭା ହୋଇଥିବ।