ଆମ୍ବ ବିକି ଭଙ୍ଗା ଘରେ ଦେଖୁଥିଲେ ଜହ୍ନ, ଏବେ ଜହ୍ନକୁ ପଠାଇଲେ ଚନ୍ଦ୍ରଯାନ, ଜାଣନ୍ତୁ କେ.ଶିବନଙ୍କ ସଂଘର୍ଷର କାହାଣୀ

ମିଶନ୍ ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର୍ ସହ ଇସ୍ରୋର ସଂପର୍କ କଟିଯାଇଥିଲା। ଏହାସତ୍ତେ୍ୱ ଭାରତ ଚନ୍ଦ୍ରରେ ଦକ୍ଷିଣ ଧ୍ରୁବ ପାଖରେ ପହଁଚି ଇତିହାସ ରଚିଥିଲା। ସେ ଆଉ କେହି ନୁହନ୍ତି ଇସ୍ରୋ ପ୍ରମୁଖ କେ.ସିବନ୍। ଏହି ବ୍ୟକ୍ତିଜଣକ ସେହି କାର୍ଯ୍ୟକୁ କରିବାର ସାହସ ଦେଖାଇଲେ ଯାହାକୁ କରିବା କଥା କେହି ଚିନ୍ତା ବି କରିପାରିବେ ନାହିଁ। ନିଜ ପ୍ରୟାସରେ ସଫଳ ହୋଇନଥିଲେ ମଧ୍ୟ ତାଙ୍କ କଠିନ ପରିଶ୍ରମର ଉଦାହରଣ ଏବେ ପୁରା ବିଶ୍ୱ
 
ଆମ୍ବ ବିକି ଭଙ୍ଗା ଘରେ ଦେଖୁଥିଲେ ଜହ୍ନ, ଏବେ ଜହ୍ନକୁ ପଠାଇଲେ ଚନ୍ଦ୍ରଯାନ, ଜାଣନ୍ତୁ କେ.ଶିବନଙ୍କ ସଂଘର୍ଷର କାହାଣୀ

ମିଶନ୍ ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର୍ ସହ ଇସ୍ରୋର ସଂପର୍କ କଟିଯାଇଥିଲା। ଏହାସତ୍ତେ୍ୱ ଭାରତ ଚନ୍ଦ୍ରରେ ଦକ୍ଷିଣ ଧ୍ରୁବ ପାଖରେ ପହଁଚି ଇତିହାସ ରଚିଥିଲା। ସେ ଆଉ କେହି ନୁହନ୍ତି ଇସ୍ରୋ ପ୍ରମୁଖ କେ.ସିବନ୍। ଏହି ବ୍ୟକ୍ତିଜଣକ ସେହି କାର୍ଯ୍ୟକୁ କରିବାର ସାହସ ଦେଖାଇଲେ ଯାହାକୁ କରିବା କଥା କେହି ଚିନ୍ତା ବି କରିପାରିବେ ନାହିଁ। ନିଜ ପ୍ରୟାସରେ ସଫଳ ହୋଇନଥିଲେ ମଧ୍ୟ ତାଙ୍କ କଠିନ ପରିଶ୍ରମର ଉଦାହରଣ ଏବେ ପୁରା ବିଶ୍ୱ ଦେଉଛି। ତେବେ କେମିତି ଥିଲା ଏହି ମହାନ ବୈଜ୍ଞାନିକଙ୍କ ଜୀବନର ସଂଘର୍ଷର ଯାତ୍ରା ଆସନ୍ତୁ ଜାଣିବା।

ଆମ୍ବ ବିକି ଭଙ୍ଗା ଘରେ ଦେଖୁଥିଲେ ଜହ୍ନ, ଏବେ ଜହ୍ନକୁ ପଠାଇଲେ ଚନ୍ଦ୍ରଯାନ, ଜାଣନ୍ତୁ କେ.ଶିବନଙ୍କ ସଂଘର୍ଷର କାହାଣୀ

କେ. ଶିବନ୍ ଙ୍କ ପୁରା ନାମ ଥିଲା ‘କୈଲାଶାବାଦିୱୋ ସିବନ୍’ । କନ୍ୟାକୁମାରୀର ସରକ୍କାଲବିଲାଇ ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା  କେ.ଶିବନଙ୍କ ପାଠପଢା ପାଇଁ ଘରେ ଟଙ୍କାଟିଏ ନଥିଲା । ସେ ଗାଁର ସରକାରୀ ସ୍କୁଲରେ ପାଠ ପଢିଥିଲେ। ପାଠ ପଢିବା ପାଇଁ ଓ  ଆଗକୁ ଯିବାପାଇଁ ତାଙ୍କ ପାଖରେ ଅର୍ଥ ଅଭାବ  ଥିବାରୁ ସେ ପାଖ ବଜାରରେ ଆମ୍ବ ବିକ୍ରି କରିଥିଲେ । ସେଥିରୁ ଯାହା ରୋଜଗାର ହେଉଥିଲା ତାକୁ  ସେ ପାଠପଢା ଖର୍ଚ୍ଚରେ ବିନିଯୋଗ କରୁଥିଲେ।

ଆମ୍ବ ବିକି ଭଙ୍ଗା ଘରେ ଦେଖୁଥିଲେ ଜହ୍ନ, ଏବେ ଜହ୍ନକୁ ପଠାଇଲେ ଚନ୍ଦ୍ରଯାନ, ଜାଣନ୍ତୁ କେ.ଶିବନଙ୍କ ସଂଘର୍ଷର କାହାଣୀ

କେ.ସିବନ୍ ଙ୍କ ପୁରା ନାଁ କୈଲାଶାବାଦିୱୋ ସିବନ୍। କନ୍ୟାକୁମାରୀର ସରକ୍କାଲବିଲାଇ ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମିଥିବା କେ.ସିବନ୍ ଙ୍କ ପାଠପଢା ପାଇଁ ବି ଘରେ ଟଙ୍କାଟିଏ ନଥିଲା। ସେ ଗାଁର ସରକାରୀ ସ୍କୁଲରେ ପାଠ ପଢିଥିଲେ ଏବଂ ଆଗକୁ ପଢିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେ ପାଖ ବଜାରରେ ଆମ୍ବ ବିକ୍ରି କରିଥିଲେ। ସେଥିରୁ ଯାହା ରୋଜଗାର ହେଉଥିଲା ତାହା ସେ ପାଠପଢା ଖର୍ଚ୍ଚରେ ଲଗାଉଥିଲେ । ଇସ୍ରୋ ଚେୟାରମ୍ୟାନ୍ ହେବା ପରେ ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେଇ ସେ ଏକଥା କହିଥିଲେ। ଆମ୍ବ ବିକ୍ରି କରି ସେ ଯୁକ୍ତ ୨ ପାସ୍ କରିଥିଲେ। କିନ୍ତୁ ସ୍ନାତକ ପାଇଁ ତାଙ୍କୁ ଅଧିକ ଅର୍ଥର ଆବଶ୍ୟକତା ପଡୁଥିଲା। ଟଙ୍କା ଅଭାବରୁ ତାଙ୍କ ବାପା କନ୍ୟାକୁମାରୀ ନାଗରକୋଇଲ୍ ହିନ୍ଦୁ କଲେଜରେ ତାଙ୍କ ନାଁ ଲେଖାଇଥିଲେ।

ଆମ୍ବ ବିକି ଭଙ୍ଗା ଘରେ ଦେଖୁଥିଲେ ଜହ୍ନ, ଏବେ ଜହ୍ନକୁ ପଠାଇଲେ ଚନ୍ଦ୍ରଯାନ, ଜାଣନ୍ତୁ କେ.ଶିବନଙ୍କ ସଂଘର୍ଷର କାହାଣୀ

ଗଣିତ ବିଷୟରେ ଯେତେବେଳେ ସେ ସ୍ନାତକ କରିବା ପାଇଁ କଲେଜ୍ ଯାଇଥିଲେ ସେତେବେଳେ ସେ ପ୍ରଥମଥର ପାଇଁ ଚପଲ ପିନ୍ଧିଥିଲେ। ଧୋତି-କୁର୍ତ୍ତା ସାଙ୍ଗକୁ ଚପଲ ପିନ୍ଧି ସେ ଗ୍ରାଜୁଏଟ୍ ପାସ୍ କରିଥିଲେ। ଗଣିତରେ ୧୦୦ ରୁ ୧୦୦ ନମ୍ବର ରଖି ସେ ପରିବାରର ପ୍ରଥମ ଗ୍ରାଜୁଏଟ୍ ହେଲେ। ଗଣିତ ପରେ ବିଜ୍ଞାନ ପଢିବା ପାଇଁ ସେ ଏମଆଇଟି ପହଁଚିଲେ। ଯେଉଁଠାରେ ତାଙ୍କୁ ସ୍କଲାରସିପ୍ ମିଳିଲା ଏବଂ ସେ ଏରୋନାଟିକଲ୍ ଇଞ୍ଜିନିୟରିଂରେ ବିଟେକ୍ କଲେ।

ଆମ୍ବ ବିକି ଭଙ୍ଗା ଘରେ ଦେଖୁଥିଲେ ଜହ୍ନ, ଏବେ ଜହ୍ନକୁ ପଠାଇଲେ ଚନ୍ଦ୍ରଯାନ, ଜାଣନ୍ତୁ କେ.ଶିବନଙ୍କ ସଂଘର୍ଷର କାହାଣୀ

ଆଇଆଇଏସ୍ ବାଙ୍ଗାଲୋରରୁ ଏରୋନାଟିକଲ୍ ଇଞ୍ଜିନିୟରିଂ କରି ସାରିବା ବେଳକୁ ସେ ଜଣେ ବୈଜ୍ଞାନିକ ହୋଇଯାଇଥିଲେ।  ପ୍ରଥମେ ସେ ଇସ୍ରୋରେ ପିଏସଏଲବି (ପୋଲର୍ ସାଟେଲାଇଟ୍ ଲଞ୍ଚ୍ ୱିକଲ୍)ପ୍ରସ୍ତୁତ କରିବାରେ ଚାକିରୀ ଜୀବନ  ଆରମ୍ଭ କଲେ। କେ.ଶିବନ୍ ଏବଂ ତାଙ୍କ ଟିମ୍ ଏହି କାମରେ ସଫଳ ହୋଇଥିଲେ।ରକେଟ୍ କକ୍ଷରେ ସ୍ଥାପନ କରିବା ପାଇଁ ” ସିତାରା” ନାମକ ଏକ ସଫ୍ଟୱେୟାର୍ କେ.ଶିବନ୍ ପ୍ରସ୍ତୁତ କରିଥିଲେ। ତାଙ୍କର ଏହି ସଫ୍ଟୱେୟାର୍ ସଫଳ ହେବା ସହ ଭାରତୀୟ ବୈଜ୍ଞାନିକ ଜଗତରେ ଏହା ବିଷୟରେ  ଚର୍ଚ୍ଚା ବଢିଯାଇଥିଲା ।

ଆମ୍ବ ବିକି ଭଙ୍ଗା ଘରେ ଦେଖୁଥିଲେ ଜହ୍ନ, ଏବେ ଜହ୍ନକୁ ପଠାଇଲେ ଚନ୍ଦ୍ରଯାନ, ଜାଣନ୍ତୁ କେ.ଶିବନଙ୍କ ସଂଘର୍ଷର କାହାଣୀ

ଏହାପରେ ଭାରତୀୟ ବୈଜ୍ଞାନିକ ଜିଏସଏଲବି ପ୍ରସ୍ତୁତ କରି ଟେଷ୍ଟିଙ୍ଗ୍ କରିବା ସମୟରେ ଏଥିରେ ଅସଫଳ ରହିଥିଲେ ଯାହାକୁ କେ.ସିବନ୍ ସଫଳ କରି ଦେଖାଇଥିଲେ । ଯାହାପରେ ତାଙ୍କୁ ଇସ୍ରୋର “ରକେଟ୍ ମ୍ୟାନ୍” ବୋଲି କୁହାଗଲା । ୨୦୦୬ ରେ ସେ ଏୟାରସ୍ପେଶ୍ ଇଞ୍ଜିନିୟରିଂ ଆଇଆଇଟି ବମ୍ବେରୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ । ଏହାପରେ ତାଙ୍କୁ ଇସ୍ରୋର ପ୍ରମୁଖ ପଦବୀ ଦିଆଯାଇଥିଲା । ୨୦୧୪ ଜୁଲାଇ ୨ ରେ ମାତ୍ର ୧ ବର୍ଷ ମଧ୍ୟରୁ କମ୍ ସମୟରେ ତାଙ୍କୁ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରର ମୁଖ୍ୟ କରାଗଲା । ଏହି ସ୍ପେଶ୍ ସେଣ୍ଟରର କାମ ସାଟେଲାଇଟ୍ କୁ ଅନ୍ତରୀକ୍ଷରେ ପଠାଇବା ଅର୍ଥାତ୍ ରକେଟ୍ ତିଆରି କରିବା ।