ଅନଲାଇନରେ କଥା ହେଇ କରିବସିଥିଲେ ପ୍ରେମ, ଦେଖାକରିବା ପରେ ପୁଅଟି ବୃଦ୍ଧ ବାହାରିବାରୁ ଝିଅଟି ଯାହା କଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ। ଆଜିର ଦୁନିଆରେ ପ୍ରେମ ଅନ୍ଧ ହେବା ସହ ମୁକ ଏବଂ ବଧିର ମଧ୍ୟ ହୋଇ। କିଛି ଏହିପରି ଘଟଣା ନିକଟରେ ପାଟଣାରୁ ଆମ ସମ୍ମୁଖକୁ ଆସିଛି। ଯେଉଁଠି ଜଣେ ଇଣ୍ଟରରେ ପଢ଼ୁଥିବା ଝିଅକୁ ଜଣେ ମଧ୍ୟମ ବୟସର ବ୍ୟକ୍ତି ସହ ପ୍ରେମ ହୋଇ ଯାଇଥିଲହୋଇଯାଇଛି। ଦୁହିଁଙ୍କ ପ୍ରେମର ପ୍ରାରମ୍ଭ ମୋବାଇଲ ମାଧ୍ୟମରେ ହୋଇଥିଲା। ଝିଅଟି ଏହି ବିଷୟରେ ଅଜ୍ଞାତ ଥିଲା ଯେ, ସେ ଯେଉଁ ବ୍ୟକ୍ତି ସହ ପ୍ରେମଭରା କଥାବାର୍ତ୍ତା ହେଉଛି
 
ଅନଲାଇନରେ କଥା ହେଇ କରିବସିଥିଲେ ପ୍ରେମ, ଦେଖାକରିବା ପରେ ପୁଅଟି ବୃଦ୍ଧ ବାହାରିବାରୁ ଝିଅଟି ଯାହା କଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ। ଆଜିର ଦୁନିଆରେ ପ୍ରେମ ଅନ୍ଧ ହେବା ସହ ମୁକ ଏବଂ ବଧିର ମଧ୍ୟ ହୋଇ। କିଛି ଏହିପରି ଘଟଣା ନିକଟରେ ପାଟଣାରୁ ଆମ ସମ୍ମୁଖକୁ ଆସିଛି। ଯେଉଁଠି ଜଣେ ଇଣ୍ଟରରେ ପଢ଼ୁଥିବା ଝିଅକୁ ଜଣେ ମଧ୍ୟମ ବୟସର ବ୍ୟକ୍ତି ସହ ପ୍ରେମ ହୋଇ ଯାଇଥିଲହୋଇଯାଇଛି। ଦୁହିଁଙ୍କ ପ୍ରେମର ପ୍ରାରମ୍ଭ ମୋବାଇଲ ମାଧ୍ୟମରେ ହୋଇଥିଲା। ଝିଅଟି ଏହି ବିଷୟରେ ଅଜ୍ଞାତ ଥିଲା ଯେ, ସେ ଯେଉଁ ବ୍ୟକ୍ତି ସହ ପ୍ରେମଭରା କଥାବାର୍ତ୍ତା ହେଉଛି ସେ କୌଣସି ଯୁବକ ନୁହେଁ ବରଂ ଜଣେ ବୃଦ୍ଧ ଅଟେ। କେବଳ ଏତିକି ନୁହେଁ ଝିଅଟି ସେହି ବୃଦ୍ଧ ପ୍ରେମରେ ଏତେ ପରିମାଣରେ ପାଗଳ ହୋଇଯାଇଥିଲା ଯେ, ତା’ସହ ବିବାହ କରିବା ପାଇଁ ମନ ସ୍ଥିର କରି ନେଇଥିଲା। ଏହା ଯୋଗୁଁ ସେ ନିଜ ପ୍ରେମିକ ସହ ଭେଟିବା ପାଇଁ ଡାକିଥିଲା ଏବଂ ଯେତେବେଳେ ସେ ନିଜ ପ୍ରେମିକକୁ ସମ୍ମୁଖରେ ଦେଖିଥିଲା; ତେବେ ଝିଅଟିର ହୋସ ଉଡି ଯାଇଥିଲା।

ଅନଲାଇନରେ କଥା ହେଇ କରିବସିଥିଲେ ପ୍ରେମ, ଦେଖାକରିବା ପରେ ପୁଅଟି ବୃଦ୍ଧ ବାହାରିବାରୁ ଝିଅଟି ଯାହା କଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଏହି ଘଟଣା ଭାଗଲପୁର ଜିଲ୍ଲାର ଅଟେ । ଯେଉଁଠି ଇଣ୍ଟର ପଢ଼ୁଥିବା ଜଣେ ଝିଅକୁ ଏକ ମିସ୍-କଲ୍ ଆସିଥିଲା। ଧୀରେ ଧୀରେ ନମ୍ବରରେ ମିସ୍-କଲ୍ ଆସିବା ଆରମ୍ଭ ହୋଇଯାଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ବାର୍ତ୍ତାଳାପ କ୍ରମଶ ପ୍ରେମରେ ବଦଳି ଯାଇଥିଲା ଏବଂ ଅବୁଝା ଝିଅଟି, ନିଜ ବୟସର ଭାବି ବ୍ୟକ୍ତିଟିକୁ ନିଜ ସ୍ଵପ୍ନର ରାଜା ଭାବି ବସିଥିଲା। ଯେତେବେଳେ ଝିଅଟି ନିଜ ପ୍ରେମିକର ସତ୍ୟତା ଦେଖିଥିଲା, ସେହି ସମୟରେ ଜାଣି ପାରିଲା ସେହି ଯୁବକ ଝିଅଟିର ପିତାଙ୍କ ବୟସର ଅଟେ। ଏହାପରେ ଝିଅଟି ନିଶବ୍ଦ ହୋଇ ଯାଇଥିଲା ଏବଂ ବିବାହ ପାଇଁ ସଫା ସଫା ମନା କରି ଦେଇଥିଲା।

ଅନଲାଇନରେ କଥା ହେଇ କରିବସିଥିଲେ ପ୍ରେମ, ଦେଖାକରିବା ପରେ ପୁଅଟି ବୃଦ୍ଧ ବାହାରିବାରୁ ଝିଅଟି ଯାହା କଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଯେତେବେଳେ ଝିଅଟି ଯୁବକକୁ ବୃଦ୍ଧ ଭାବି ବିବାହ ପାଇଁ ମନା କରି ଦେଇଥିଲା; ତେବେ ସେହି ପ୍ରେମିକ ଝିଅଟିକୁ ଅପହରଣ କରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଝିଅଟିର ଭାଗ୍ୟ ଭଲ ଥିବା କାରଣରୁ ଭାଗଲପୁର ଷ୍ଟେସନରେ ଶୁକ୍ରବାର ଦିନ ଜିଆରପି ପୋଲିସ ଝିଅଟିକୁ ପ୍ରେମିକ କବଳରୁ ମୁକ୍ତି କରିଥିଲା ଏବଂ ସେହି ପ୍ରେମିକକୁ ପୋଲିସ ହେପାଜତକୁ ପଠାଇ ଦେଇଥିଲା। ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ; ଏହି ମଧ୍ୟ ବୟସ୍କ ବ୍ୟକ୍ତିର ନାମ ସନ୍ଦୀପ କୁମାର ଅଟେ। ସନ୍ଦୀପ ମୋକାମା ଜିଲ୍ଲାର ବାସିନ୍ଧା ଅଟେ। ୪୨ ବର୍ଷୀୟ ସନ୍ଦୀପ କୁମାର ନିଜ ଠାରୁ ଅଧା ବୟସର ଝିଅକୁ ପ୍ରେମ କରି ବସିଥିଲା। ପୋଲିସକୁ ଦେଇଥିବା ବୟାନ ଅନୁସାରେ ଝିଅଟି କହିଥିଲା, ଏକଦା ରାତିରେ ଅନେକ ଥର ମିସ୍-କଲ୍ ମୋ (ଝିଅ) ନମ୍ବରକୁ ଆସିଥିଲା ଏହାପରେ ଯେତେବେଳେ ଝିଅଟି ଉତ୍ତର ଦେଇଥିଲା, ବ୍ୟକ୍ତି ଝିଅଟିକୁ ପ୍ରେମ ଜାଲରେ ଫସାଇ ଦେଇଥିଲା।

ଅନଲାଇନରେ କଥା ହେଇ କରିବସିଥିଲେ ପ୍ରେମ, ଦେଖାକରିବା ପରେ ପୁଅଟି ବୃଦ୍ଧ ବାହାରିବାରୁ ଝିଅଟି ଯାହା କଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ମିଳିଥିବା ସୂଚନା ଅନୁସାରେ ଫୋନରେ କଥାବାର୍ତ୍ତା ହେବା ପରେ ପରେ ଝିଅଟି ସେହି ଯୁବକକୁ ହୃଦୟ ଦେଇ ବସିଲା। ବାରମ୍ବାର ୭ ଦିନ ପର୍ଯ୍ୟନ୍ତ ସେ ଦିନରାତି କଥାବାର୍ତ୍ତା କରିବା ପରେ ଯୁବକ ଝିଅଟିକୁ ବିବାହ ପାଇଁ ନିବେଦନ କରିଥିଲା। ପ୍ରଥମେ ଝିଅଟି ନ ଦେଖି ବିବାହ ପାଇଁ ରାଜି ହୋଇନଥିଲା କିନ୍ତୁ ଯେତେବେଳେ ଯୁବକ ନିଜକୁ ୨୦ ବର୍ଷୀୟ କହିଥିଲା ଏବଂ ଦେଖିବା ପାଇଁ ଠିକଠାକ ବୋଲି କହିଥିଲା, ତେବେ ଯୁବକର କଥାରେ ପ୍ରଭାବିତ ହୋଇ ଯାଇଥିଲା। କେବଳ ଏତିକି ନୁହେଁ; ଯୁବକ ଝିଅଟିକୁ ବିଷ ଖାଇ ଆତ୍ମହତ୍ୟା କରିବା ଧମକ ମଧ୍ୟ ଦେଇଥିଲା। ଯାହାଫଳରେ ଝିଅଟି ତାର କଥାରେ ଭାସିଯାଇ ବିବାହ ପାଇଁ ରାଜି ହୋଇଯାଇଥିଲା। ଝିଅଟି ହଁ କରିବା ପରେ ଯୁବକ ଝିଅଟିକୁ କହିଥିଲା, ସେ ଖୁବ ଶୀଘ୍ର ଝିଅଟି ସହ ଭେଟିବା ପାଇଁ ଆସିବ।

ଅନଲାଇନରେ କଥା ହେଇ କରିବସିଥିଲେ ପ୍ରେମ, ଦେଖାକରିବା ପରେ ପୁଅଟି ବୃଦ୍ଧ ବାହାରିବାରୁ ଝିଅଟି ଯାହା କଲା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ବିଗତ ଶୁକ୍ରବାର ଦିନ ଝିଅଟି ଘରଲୋକଙ୍କୁ କୋଚିଙ୍ଗ ଯିବା ବାହାନା କରି ପ୍ରେମିକ ସହ ଭେଟିବା ପାଇଁ ଷ୍ଟେସନ ଚାଲି ଯାଇଥିଲା। ଯେତେବେଳେ ପିତାଙ୍କ ବୟସର ପ୍ରେମିକକୁ ଦେଖିବା ପରେ ଝିଅଟିର ହୋସ ଉଡି ଯାଇଥିଲା ଏବଂ ସେ ବିବାହ କରିବା ପାଇଁ ମନା କରି ଦେଇଥିଲା। ଝିଅଟି ମନା କରିବା ପରେ ଯୁବକଟି ଝିଅଟିକୁ ବଳପୂର୍ବକ ଟ୍ରେନରେ ବସାଇ ଦେଇଥିଲା ଏବଂ ନିଜ ଗାଁକୁ ନେବା ପାଇଁ ଚେଷ୍ଟା କରିଥିଲା। ଏହା ସହ ସେ ଝିଅଟିକୁ ଜୀବନରୁ ମାରି ଦେବା ପାଇଁ ଧମକ ମଧ୍ୟ ଦେଇଥିଲା। ଝିଅଟି ବହୁତ ଡରି ଯାଇଥିଲା ଏବଂ ଶୌଚ ହେବା ବାହାନାରେ ନିଜ ଭଉଣୀକୁ ଫୋନ କରିଥିଲା। ଶୌଚାଳୟରୁ ବାହାରକୁ ଆସିବା ପରେ ଯୁବକ ଜଣକ ଝିଅଟିର ଫୋନ ଛଡାଇ ଭାଙ୍ଗି ଦେଇଥିଲା।ଯେତେବେଳେ ଗାଡି ଭାଗଲପୁର ଷ୍ଟେସନ ପହଞ୍ଚିଥିଲା; ତେବେ ପୋଲିସକୁ ସମ୍ମୁଖରେ ଦେଖି ଝିଅଟି ଚିତ୍କାର କରିବାକୁ ଲାଗିଥିଲା। ଏହାପରେ ପୋଲିସ ସେହି ଯୁବକକୁ ଗିରଫ କରିଥିଲା। ଝିଅଟି ପୋଲିସକୁ କହିଥିଲା, ସେହି ଯୁବକ Whatsaapରେ ମଧ୍ୟ ନିଜର ଡିପି ଲଗାଇନଥିଲା। ଝିଅଟି କହିଥିଲା ଯଦି ସେ ଯୁବକର ଫୋଟ ଦେଖି ଥାଆନ୍ତି; ତେବେ ସେ କଦାପି ତାର କଥାରେ ଆସିନଥାନ୍ତି। ଯୁବକଟି ନିଜ ଡିପିରେ ମନ୍ଦିରର ଫୋଟ ଲଗାଇଥିଲା।