୩୯ବର୍ଷ ବୟସରେ ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ନିଧନ, ଜାଣନ୍ତୁ କେମିତି ଘଟିଲା ତାଙ୍କ ଅକାଳ ବିୟୋଗ

ତେଲୁଗ ଫିଲ୍ମ ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷ ବୟସରେ ପରଲୋକ ଘଟିଛି। ହାଇଦ୍ରାବାଦ ସ୍ଥିତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ସେ ଯକୃତ ଓ ବୃକକଜନୀତ ରୋଗରେ ପୀଡ଼ିତ ଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେଲୁଗ ଦେଶମ ପାର୍ଟିର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟ୍ଵିଟ୍ କରି ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ମିଡିଆ
 
୩୯ବର୍ଷ ବୟସରେ ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ନିଧନ, ଜାଣନ୍ତୁ କେମିତି ଘଟିଲା ତାଙ୍କ ଅକାଳ ବିୟୋଗ

ତେଲୁଗ ଫିଲ୍ମ ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷ ବୟସରେ ପରଲୋକ ଘଟିଛି। ହାଇଦ୍ରାବାଦ ସ୍ଥିତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ସେ ଯକୃତ ଓ ବୃକକଜନୀତ ରୋଗରେ ପୀଡ଼ିତ ଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେଲୁଗ ଦେଶମ ପାର୍ଟିର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟ୍ଵିଟ୍ କରି ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। 

୩୯ବର୍ଷ ବୟସରେ ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ନିଧନ, ଜାଣନ୍ତୁ କେମିତି ଘଟିଲା ତାଙ୍କ ଅକାଳ ବିୟୋଗ

ମିଡିଆ କନସଲଟାଣ୍ଟ ବାମସୀ କାକା ଟ୍ଵିଟ୍ କରି କହିଛନ୍ତି ଯେ ହାସ୍ୟ ଅଭିନେତା ବେଣୁ ମାଧବ ଏବେ ଆମ ଗହଣରେ ନାହାନ୍ତି। ଡାକ୍ତରଙ୍କ ଅନୁସାରେ ବେଣୁ ବୁଧବାର ଅପରାହ୍ନ ୧୨ଟା ୨୦ ମିନିଟରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ବେଣୁ ମାଧବଙ୍କ ଆକସ୍ମିକ ନିଧନ ଖବର ଶୁଣି ବଲିଉଡରେ ମଧ୍ୟ ଶୋକର ଲହରି ଖେଳି ଯାଇଛି। ତାଙ୍କର ପ୍ରଶଂସକ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

୩୯ବର୍ଷ ବୟସରେ ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ନିଧନ, ଜାଣନ୍ତୁ କେମିତି ଘଟିଲା ତାଙ୍କ ଅକାଳ ବିୟୋଗ

ଉଲ୍ଲେଖଯୋଗ୍ୟ, ବେଣୁ ମାଧବ ଜଣେ ମିମିକ୍ରି କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଜଣେ ହାସ୍ୟ ଅଭିନେତା ଭାବେ ଫିଲ୍ମରେ ପାଦ ଦେଇଥିଲେ। ସେ ଫିଲ୍ମ ସଂପ୍ରଦାୟମ ଜରିଆରେ ତେଲୁଗ ଫିଲ୍ଜ ଜଗତରେ ପ୍ରବେଶ କରିଥିଲେ। ଏହି ଫିଲ୍ମ ୧୯୯୬ରେ ରିଲିଜ୍ ହୋଇଥିଲା।

୩୯ବର୍ଷ ବୟସରେ ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ନିଧନ, ଜାଣନ୍ତୁ କେମିତି ଘଟିଲା ତାଙ୍କ ଅକାଳ ବିୟୋଗ

ସେ ତାମିଲ ଓ ତେଲୁଗରେ ପ୍ରାୟ ୨୦୦ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ଶେଷ ଫିଲ୍ମ ଡ. ପରମାନନ୍ଦିଆ ଷ୍ଟୁଡେଣ୍ଟ ଥିଲା। ଫିଲ୍ମଟି ଏ ଯାଏ ପରଦାକୁ ଆସିନାହିଁ। ଗତ କିଛି ବର୍ଷ ହେବ ବେଣୁ ମାଧବ ରାଜନୀତି ପ୍ରତି ରୁଚି ଦେଖାଇଥିଲେ। ସେ ତେଲୁଗ ଦେଶମ ପାର୍ଟି ପାଇଁ ମଧ୍ୟ ପ୍ରଚାର କରିଥିଲେ।