ଅକ୍ଟୋବର ୧ ରୁ ବଦଳିଯିବ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଆଉ ଗାଡି ର RC, ଏମିତି ହେବ ନୂଆ ପରିବର୍ତନ

ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏବେ ଆପଣଙ୍କୁ ଡ୍ରାଇଭିଙ୍ଗ୍ ଲାଇସେନ୍ସ (ଡିଏଲ) ଏବଂ ଗାଡ଼ିର ରେଜିଷ୍ଟେସନ ସାର୍ଟିଫିକେଟ (ଆରସି) ମଧ୍ୟ ବଦଳିଯିବ । ପ୍ରକୃତରେ,ଆସନ୍ତା ଅକ୍ଟୋବର ୧ ତାରିଖରୁ ଡିଏଲ୍ ଏବଂ ଆରସିର ଫର୍ମାଟରେ ପରିବର୍ତ୍ତନ ହେବାକୁ ଯାଉଛି । ନୂଆ ପରିବର୍ତ୍ତନ ଅନୁସାରେ ପୂରା ଦେଶରେ ସବୁ ଗାଡି ଚାଳକଙ୍କ ଡିଏଲ୍ ଏବଂ ଆରସିର ଫର୍ମାଟ ସମାନ ରହିବ । ଏବେ ପୂରା ଭାରତରେ ଡିଏଲ୍ ଏବଂ ଆରସିର ରଙ୍ଗ, ଲୁକ୍, ଡିଜାଇନ୍
 
ଅକ୍ଟୋବର ୧ ରୁ ବଦଳିଯିବ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଆଉ ଗାଡି ର RC, ଏମିତି ହେବ ନୂଆ ପରିବର୍ତନ

ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏବେ ଆପଣଙ୍କୁ ଡ୍ରାଇଭିଙ୍ଗ୍ ଲାଇସେନ୍ସ (ଡିଏଲ) ଏବଂ ଗାଡ଼ିର ରେଜିଷ୍ଟେସନ ସାର୍ଟିଫିକେଟ (ଆରସି) ମଧ୍ୟ ବଦଳିଯିବ । ପ୍ରକୃତରେ,ଆସନ୍ତା ଅକ୍ଟୋବର ୧ ତାରିଖରୁ ଡିଏଲ୍ ଏବଂ ଆରସିର ଫର୍ମାଟରେ ପରିବର୍ତ୍ତନ ହେବାକୁ ଯାଉଛି । ନୂଆ ପରିବର୍ତ୍ତନ ଅନୁସାରେ ପୂରା ଦେଶରେ ସବୁ ଗାଡି ଚାଳକଙ୍କ ଡିଏଲ୍ ଏବଂ ଆରସିର ଫର୍ମାଟ ସମାନ ରହିବ । ଏବେ ପୂରା ଭାରତରେ ଡିଏଲ୍ ଏବଂ ଆରସିର ରଙ୍ଗ, ଲୁକ୍, ଡିଜାଇନ୍ ଏବଂ ସିକ୍ୟୁରିଟି ଫିଚର୍ସ ସବୁ ସମାନ ରହିବ ।

ମାଇକ୍ରୋଚିପ୍ ଏବଂ କ୍ୟୁଆର୍ କୋଡ ରହିବ :-

ଅକ୍ଟୋବର ୧ ରୁ ବଦଳିଯିବ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଆଉ ଗାଡି ର RC, ଏମିତି ହେବ ନୂଆ ପରିବର୍ତନ

ନୂଆ ନିୟମ ଅନୁସାରେ, ଏହି ସ୍ମାର୍ଟ ଡିଏଲ୍ ଏବଂ ଆରସିରେ ମାଇକ୍ରୋଚିପ୍ ଏବଂ କ୍ୟୁଆର୍ କୋଡ ରହିବ । ଏବେ ପ୍ରତି ରାଜ୍ୟରେ ଡିଏଲ୍ ଓ ଆରସିର ରଙ୍ଗ ସମାନ ହେବ ଏବଂ ଏଗୁଡ଼ିକର ପ୍ରିଣ୍ଟିଙ୍ଗ ମଧ୍ୟ ଏକାଭଳି ହେବ । ସରକାରଙ୍କ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଡିଏଲ ଏବଂ ଆରସିରେ ସୂଚନା ସମାନ ଏବଂ ଗୋଟିଏ ସ୍ଥାନରେ ରହିବ ।

ଗାଡ଼ିର ସମସ୍ତ ରେକର୍ଡ଼ ପଢ଼ାଯାଇପାରିବ :-

ଅକ୍ଟୋବର ୧ ରୁ ବଦଳିଯିବ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଆଉ ଗାଡି ର RC, ଏମିତି ହେବ ନୂଆ ପରିବର୍ତନ

ଏବେ ଡିଏଲ୍ ଏବଂ ଆରସିରେ ମାଇକ୍ରୋଚିପ୍ ଏବଂ କ୍ୟୁଆର କୋଡ ରହିବ, ଫଳରେ ପୂର୍ବ ରେକର୍ଡ଼ ଲୁଚାଯାଇ ପାରିବ ନାହିଁ । କ୍ୟୁଆର କୋଡ ଦ୍ବାରା କେନ୍ଦ୍ର ଡାଟା ବେସ୍ ଦ୍ବାରା ଡ୍ରାଇଭର କିମ୍ବା ଗାଡ଼ିର ସମସ୍ତ ରେକର୍ଡ଼ ଗୋଟିଏ ସ୍ଥାନରେ ପଢ଼ାଯାଇପାରିବ । କ୍ୟୁଆର କୋଡ ରିଡ କରିବା ପାଇଁ ଟ୍ରାଫିକ ପୋଲିସକୁ ଏକ ହ୍ୟାଣ୍ଡି ଟ୍ରାକିଙ୍ଗ ମେସିନ୍ ଦିଆଯିବ । ଏହା ସହିତ ଡିଏଲର ପଛରେ ଏମରଜେନ୍ସି କଣ୍ଟାକ୍ଟ ନମ୍ବର ମଧ୍ୟ ଦିଆଯିବ ।

ଏହି ନିୟମ ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗାଡ଼ିର ରେଜିଷ୍ଟେସନ୍ ସାର୍ଟିଫିକେଟକୁ ନେଇ କୌଣସି ଦ୍ବନ୍ଦ୍ବ ସୃଷ୍ଟି ହେବ ନାହିଁ । ସରକାରଙ୍କ ଉଦ୍ଦେଶ୍ୟ ହେଉଛି କି, ନୂଆ ନିୟମ ଦ୍ବାରା ସମସ୍ତ ଗାଡ଼ି ଏବଂ ଡ୍ରାଇଭରଙ୍କ ସେଣ୍ଟ୍ରାଲ ଅନଲାଇନ୍ ଡାଟାବେସ୍ ପ୍ରସ୍ତୁତ କରାଯାଇ ପାରିବ । ସରକାର ଆରସି ଏବଂ ଡିଏଲ୍ କାର୍ଡ଼ର ପ୍ରିଣ୍ଟିଙ୍ଗ କ୍ବାଲିଟିକୁ ମଧ୍ୟ ଉନ୍ନତ କରିବ, ଫଳରେ ଏହା ଶୀଘ୍ର ଛାଡ଼ିବ ନାହିଁ ।

କଣ ଅଛି ଅସୁବିଧା :-

ଅକ୍ଟୋବର ୧ ରୁ ବଦଳିଯିବ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଆଉ ଗାଡି ର RC, ଏମିତି ହେବ ନୂଆ ପରିବର୍ତନ

ଡିଏଲ୍ ଏବଂ ଆରସିକୁ ନେଇ ବର୍ତ୍ତମାନ ପ୍ରତି ରାଜ୍ୟ ନିଜ ନିଜ ମୁତାବକ ଫରମାର୍ଟ ପ୍ରସ୍ତୁତ କରୁଛନ୍ତି କିନ୍ତୁ ଏଥିରେ ସମସ୍ୟା ହେଉଛି କି, କେତେକ ରାଜ୍ୟରେ ଏହି ସୂଚନା ଆରମ୍ଭରୁ ଅଛି ତ କେତେକ ରାଜ୍ୟରେ ଏହା ପଛପଟେ ଛପିଥାଏ । କିନ୍ତୁ ସରକାରଙ୍କ ନୂଆ ନିୟମ ପରେ ଡିଏଲ୍ ଏବଂ ଆରସିର ସୂଚନା ଗୋଟିଏ ସ୍ଥାନରେ ହିଁ ରହିବ ।