ବାଃ: ପୂଜାରେ ହେଲା ସାକ୍ଷାତ ୪ ଘଣ୍ଟା ମଧ୍ୟରେ ଘଟିଗଲା କିଛି ଏମିତି ଯେ ଦୁର୍ଗାମଣ୍ଡପରେ ହିଁ ଉଭୟେ କରିନେଲେ ବିବାହ

ସୋସିଆଲ୍ ମିଡିଆ ପ୍ରେମ କାହାଣୀ ବିଷୟରେ ତ ଆପଣ ଅନେକ ଶୁଣିଥିବେ। ହେଲେ ଦେଖା ହେବାର ସାଙ୍ଗେ ସାଙ୍ଗେ ବିବାହ ଏହା ଆପଣ ପ୍ରଥମ ଥର ଶୁଣୁଥିବେ। ମା’ ଦୂର୍ଗାଙ୍କ ନବରାତ୍ରୀ ସମୟରେ କଲିକତାରେ ହଜାର ହଜାର ମଣ୍ଡପ ଭିତରେ ଏଭଳି ଏକ ପ୍ରେମକାହାଣୀର ଆରମ୍ଭ ଆଉ ସେଠାରୁ ହିଁ ବୈବାହିକ ସଂପର୍କରେ ପ୍ରେମୀଯୁଗଳ ଛନ୍ଦି ହୋଇଛନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତାରେ। ଯେଉଁଠାରେ ଦୁର୍ଗାପୂଜା ଦେଖି ଆସିଥିବା ଯୁବକ ଯୁବତୀ ପ୍ରଥମ ଦେଖାରେ
 
ବାଃ: ପୂଜାରେ ହେଲା ସାକ୍ଷାତ ୪ ଘଣ୍ଟା ମଧ୍ୟରେ ଘଟିଗଲା କିଛି ଏମିତି ଯେ ଦୁର୍ଗାମଣ୍ଡପରେ ହିଁ ଉଭୟେ କରିନେଲେ ବିବାହ

ସୋସିଆଲ୍ ମିଡିଆ ପ୍ରେମ କାହାଣୀ ବିଷୟରେ ତ ଆପଣ ଅନେକ ଶୁଣିଥିବେ। ହେଲେ ଦେଖା ହେବାର ସାଙ୍ଗେ ସାଙ୍ଗେ ବିବାହ ଏହା ଆପଣ ପ୍ରଥମ ଥର ଶୁଣୁଥିବେ। ମା’ ଦୂର୍ଗାଙ୍କ ନବରାତ୍ରୀ ସମୟରେ କଲିକତାରେ ହଜାର ହଜାର ମଣ୍ଡପ ଭିତରେ ଏଭଳି ଏକ ପ୍ରେମକାହାଣୀର ଆରମ୍ଭ ଆଉ ସେଠାରୁ ହିଁ ବୈବାହିକ ସଂପର୍କରେ ପ୍ରେମୀଯୁଗଳ ଛନ୍ଦି ହୋଇଛନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତାରେ। ଯେଉଁଠାରେ ଦୁର୍ଗାପୂଜା ଦେଖି ଆସିଥିବା ଯୁବକ ଯୁବତୀ ପ୍ରଥମ ଦେଖାରେ ହିଁ ଦୁହେଁଦୁହିଁଙ୍କୁ ନିଜର ଜୀବନ ସାଥୀ କରିଥିଲେ। ଆଉ ଏହି ବିବାହରେ ଶହ ଶହ ଲୋକ ସାଜିଥିଲେ ବରଯାତ୍ରୀ।

ବାଃ: ପୂଜାରେ ହେଲା ସାକ୍ଷାତ ୪ ଘଣ୍ଟା ମଧ୍ୟରେ ଘଟିଗଲା କିଛି ଏମିତି ଯେ ଦୁର୍ଗାମଣ୍ଡପରେ ହିଁ ଉଭୟେ କରିନେଲେ ବିବାହ

ସୂଚନାଯୋଗ୍ୟ, ହୁଗୁଳି ଜିଲା ହିନ୍ଦ ମୋଟରର ସୁଦୀପ ଘୋଷାଲ ଓ ଶେଉରାଫୁଲିର ପ୍ରତୀମା ବାନାର୍ଜୀ ୩ ମାସ ପୂର୍ବରୁ ଫେସ୍‌ବୁକ୍‌ରେ ବନ୍ଧୁ ହୋଇଥିଲେ। ଏହାପରେ ଦୁଇ ଜଣ ସାକ୍ଷାତକାର କରିବା ପାଇଁ ଯୋଜନା କରିଥିଲେ। ହେଲେ ରବ ନେ ବନାଦି ଯୋଡି ଭଳି ଦୁର୍ଗାଷ୍ଟମୀ ଦିନ ସନ୍ଧ୍ୟାରେ ଭାଗ୍ୟବଶତଃ ଦୁଇଜଣ ଗୋଟିଏ ପେଣ୍ଡାଲକୁ ମା’ଙ୍କ ଦର୍ଶନ ପାଇଁ ଆସିଥିଲେ। ମହାଅଷ୍ଟମୀରେ ପ୍ରତିମା କଲିକତା ପୂଜା ମଣ୍ଡପ ବୁଲିବାକୁ ଆସିଥିଲେ।

ବାଃ: ପୂଜାରେ ହେଲା ସାକ୍ଷାତ ୪ ଘଣ୍ଟା ମଧ୍ୟରେ ଘଟିଗଲା କିଛି ଏମିତି ଯେ ଦୁର୍ଗାମଣ୍ଡପରେ ହିଁ ଉଭୟେ କରିନେଲେ ବିବାହ

ଏହି କଥା ଜାଣିବା ପରେ ସୁଦିପ୍ ମଧ୍ୟ ସାଙ୍ଗମାନଙ୍କ ସହ ସେଠାରେ ପହଁଚି ଯାଇଥିଲେ। ଦୁଇଜଣ ପ୍ରଥମ ଥର ପାଇଁ ଦୁହିଁଙ୍କୁ ଦେଖିଥିଲେ ଏବଂ ପ୍ରଥମଦେଖାରେ ହିଁ ସିନେମା ଷ୍ଟାଇଲରେ ସୁଦିମ୍ ଆଣ୍ଠୁରେ ବସି ପ୍ରତିମାକୁ ପ୍ରେମ ନିବେଦନ କରିବା ସହ ବିବାହ କରିବା ପାଇଁ ଇଚ୍ଛା ପ୍ରକଟ କରିଥିଲେ। 

ବାଃ: ପୂଜାରେ ହେଲା ସାକ୍ଷାତ ୪ ଘଣ୍ଟା ମଧ୍ୟରେ ଘଟିଗଲା କିଛି ଏମିତି ଯେ ଦୁର୍ଗାମଣ୍ଡପରେ ହିଁ ଉଭୟେ କରିନେଲେ ବିବାହ

ଯୁବକଙ୍କ ଏଭଳି ଢ଼ଙ୍ଗରେ ଦେଇଥିବା ପ୍ରସ୍ତାବକୁ ମନାକରିପାରି ନ ଥିଲେ ପ୍ରତିମା। ଏହାପରେ ମାତ୍ର ୪ ଘଣ୍ଟା ମଧ୍ୟରେ ସେହି ମଣ୍ଡପରେ ଦୁଇଜଣଙ୍କର ବିବାହ ହୋଇଥିଲା। ଦୁଇଜଣଙ୍କ ଏଭଳି ବିବାହ ବେଶ୍‌ ଚର୍ଚ୍ଚା ସାଉଁଟିଥିବା ବେଳେ ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।