ପଡିଆ ଭିତରେ ପସି ରୋହିତଙ୍କ ଗୋଡ ଛୁଇଁ ପକାଇଲେ ଜଣେ ପ୍ରଶଂସକ, ତାପରେ ରୋହିତ୍ ଯାହାକଲେ ଜାଣି ଆଶ୍ଚର୍ଯ୍ୟ ହେବେ

ପୁଣେର ଏମସିଏ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ବିରାଟ ବାହିନୀ ଭ୍ରମଣକାରୀ ଦଳକୁ ଗୋଟିଏ ଇନିଂସ ଓ ୧୩୭ରନରେ ପରାସ୍ତ କରିଛି। ଏହାସହ ସିରିଜରେ ମଧ୍ୟ ୨-୦ରେ ଆଗୁଆ ରହିଛି। ତେବେ ମ୍ୟାଚ ମଝିରେ ଏକ ଅଜବ୍ ଦୃଶ୍ୟ ଦେଖିବାକୁ ମିଳିଥିଲା। ପଡ଼ିଆରେ ଖେଳ ଚାଲିଥିବା ବେଳେ ପ୍ରଶଂସକ ପଶି ଆସିଥିଲେ ପଡ଼ିଆ ଭିତରକୁ। ଦେହରେ ପିନ୍ଧିଥିଲେ ଟିମ ଇଣ୍ଡିଆର ଜର୍ସି। ସିଧା ପହଁଚିଥିଲେ ରୋହିତ
 
ପଡିଆ ଭିତରେ ପସି ରୋହିତଙ୍କ ଗୋଡ ଛୁଇଁ ପକାଇଲେ ଜଣେ ପ୍ରଶଂସକ, ତାପରେ ରୋହିତ୍ ଯାହାକଲେ ଜାଣି ଆଶ୍ଚର୍ଯ୍ୟ ହେବେ

ପୁଣେର ଏମସିଏ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ବିରାଟ ବାହିନୀ ଭ୍ରମଣକାରୀ ଦଳକୁ ଗୋଟିଏ ଇନିଂସ ଓ ୧୩୭ରନରେ ପରାସ୍ତ କରିଛି। ଏହାସହ ସିରିଜରେ ମଧ୍ୟ ୨-୦ରେ ଆଗୁଆ ରହିଛି। ତେବେ ମ୍ୟାଚ ମଝିରେ ଏକ ଅଜବ୍ ଦୃଶ୍ୟ ଦେଖିବାକୁ ମିଳିଥିଲା।

ପଡିଆ ଭିତରେ ପସି ରୋହିତଙ୍କ ଗୋଡ ଛୁଇଁ ପକାଇଲେ ଜଣେ ପ୍ରଶଂସକ, ତାପରେ ରୋହିତ୍ ଯାହାକଲେ ଜାଣି ଆଶ୍ଚର୍ଯ୍ୟ ହେବେ

ପଡ଼ିଆରେ ଖେଳ ଚାଲିଥିବା ବେଳେ ପ୍ରଶଂସକ ପଶି ଆସିଥିଲେ ପଡ଼ିଆ ଭିତରକୁ। ଦେହରେ ପିନ୍ଧିଥିଲେ ଟିମ ଇଣ୍ଡିଆର ଜର୍ସି। ସିଧା ପହଁଚିଥିଲେ ରୋହିତ ଶର୍ମାଙ୍କ ପାଖରେ। ହଠାତ ଏପରି ଘଟଣା ଦେଖି ହଡବଡେଇ ଯାଇଥିଲେ ରୋହିତ ଶର୍ମା। ପ୍ରଶଂସକ ଜଣକ ରୋହିତ ଶର୍ମାଙ୍କୁ ପାଦ ଛୁଇଁବାକୁ ଉଦ୍ୟମ କରିବା ମାତ୍ରେ ରୋହିତ ଶର୍ମା ତାଙ୍କୁ ଦୂରେଇବା ପାଇଁ ଉଦ୍ୟମ କରିଥିଲେ।

ପଡିଆ ଭିତରେ ପସି ରୋହିତଙ୍କ ଗୋଡ ଛୁଇଁ ପକାଇଲେ ଜଣେ ପ୍ରଶଂସକ, ତାପରେ ରୋହିତ୍ ଯାହାକଲେ ଜାଣି ଆଶ୍ଚର୍ଯ୍ୟ ହେବେ

ତେବେ କିଛି ମିନିଟ୍‌ ଧରି ଚାଲିଥିଲା ଏହି ଘଟଣା। ଏହାରି ଭିତରେ ରୋହିତ ଶର୍ମା ପଡ଼ିଆରେ ଖସି ପଡ଼ିଥିଲେ। ପାଖରେ ଥିଲେ କ୍ୟାପଟେନ୍‌ କୋହଲି। ତୁରନ୍ତ ସୁରକ୍ଷାକର୍ମୀ ପହଁଚି ଫ୍ୟାନ ଜଣଙ୍କୁ ଧରି ନେଇ ପଡ଼ିଆ ବାହାରକୁ ଯାଇଥିଲେ। ଏପରି ଘଟଣାକୁ ପୂର୍ବତନ କ୍ରିକେଟର ନାପସନ୍ଦ କରିଛନ୍ତି।

ପଡିଆ ଭିତରେ ପସି ରୋହିତଙ୍କ ଗୋଡ ଛୁଇଁ ପକାଇଲେ ଜଣେ ପ୍ରଶଂସକ, ତାପରେ ରୋହିତ୍ ଯାହାକଲେ ଜାଣି ଆଶ୍ଚର୍ଯ୍ୟ ହେବେ

ଗାଭାସ୍କର ସିଧାସଳଖ ପ୍ରଶ୍ନ କରିଛନ୍ତି, ଖେଳ ପଡିଆ ଚାରିପାଖେ ମୁତୟନ ଥିବା ସୁରକ୍ଷାକର୍ମୀ କରୁଥିଲେ କଣ। ସେମାନେ ସେଠାରେ ମ୍ୟାଚ ଦେଖିବାକୁ ନୁହଁ ବରଂ ମ୍ୟାଚକୁ ସୁରକ୍ଷା ଦେବାକୁ ରହିଛନ୍ତି। ଖେଳ ପଡ଼ିଆରେ ଏପରି ଘଟଣା ଘଟିଲେ ଜଣେ ଖେଳାଳି ପଡିଆରେ ଏକାଗ୍ରତାର ସହ ନିଜ ପ୍ରଦର୍ଶନ ଦେବାରେ ବାଧା ସୃଷ୍ଟି ହେବ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର।