ସହଜ ହେଲା ଶିରିଡି ଯାଇ ସାଇବାବାଙ୍କୁ ଦର୍ଶନ କରିବା, ଏବେ ଏତିକି ଟଙ୍କା ଦେଇ ଯାଇ ପାରିବେ ଶିରିଡି

ଭକ୍ତ ଓ ଭଗବାନ ଗୋଟିଏ ଭାବ ଡୋରୀରେ ବନ୍ଧା। ଭଗବାନ ଓ ଭକ୍ତ ମଧ୍ୟରେ ଯେତେ ବାଧା ଆସିଲେ ମଧ୍ୟ ଯଦି ଭକ୍ତଟିଏ ଭକ୍ତିର ସହ ଭଗବାନଙ୍କୁ ସ୍ମରଣ କରେ ତେବେ ଭଗବାନ ସବୁ ବାଧାକୁ ଦୂର କରିଦେଇଥାନ୍ତି। ସେହିଭଳି କିଛି ଦେଖିବାକୁ ମିଳିଛି ଶିରିଡି ସାଇବାବାଙ୍କ କ୍ଷେତ୍ରରେ। ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଭକ୍ତ ଶିରିଡି ଯାଇଥାନ୍ତି ସାଇବାବାଙ୍କ ଦର୍ଶନ ନିମନ୍ତେ। ମାତ୍ର ଏଥିପାଇଁ ସେମାନଙ୍କୁ କରିବାକୁ ପଡିଥାଏ ଅନେକ ଅସୁବିଧାର ସାମ୍ନା। କେତେବେଳେ ଯାତାୟତରେ
 
ସହଜ ହେଲା ଶିରିଡି ଯାଇ ସାଇବାବାଙ୍କୁ ଦର୍ଶନ କରିବା, ଏବେ ଏତିକି ଟଙ୍କା ଦେଇ ଯାଇ ପାରିବେ ଶିରିଡି

ଭକ୍ତ ଓ ଭଗବାନ ଗୋଟିଏ ଭାବ ଡୋରୀରେ ବନ୍ଧା। ଭଗବାନ ଓ ଭକ୍ତ ମଧ୍ୟରେ ଯେତେ ବାଧା ଆସିଲେ ମଧ୍ୟ ଯଦି ଭକ୍ତଟିଏ ଭକ୍ତିର ସହ ଭଗବାନଙ୍କୁ ସ୍ମରଣ କରେ ତେବେ ଭଗବାନ ସବୁ ବାଧାକୁ ଦୂର କରିଦେଇଥାନ୍ତି। ସେହିଭଳି କିଛି ଦେଖିବାକୁ ମିଳିଛି ଶିରିଡି ସାଇବାବାଙ୍କ କ୍ଷେତ୍ରରେ। ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଭକ୍ତ ଶିରିଡି ଯାଇଥାନ୍ତି ସାଇବାବାଙ୍କ ଦର୍ଶନ ନିମନ୍ତେ। ମାତ୍ର ଏଥିପାଇଁ ସେମାନଙ୍କୁ କରିବାକୁ ପଡିଥାଏ ଅନେକ ଅସୁବିଧାର ସାମ୍ନା। କେତେବେଳେ ଯାତାୟତରେ ଅସୁବିଧା ହୋଇଥାଏ ତ ପୁଣି କେତେବେଳେ ରହିବା ଓ ଖାଇବା ପାଇଁ ଭକ୍ତ ଭୋଗିଥାନ୍ତି ଅନେକ ଅସୁବିଧା। ଭକ୍ତଙ୍କ ସୁବିଧାକୁ ନଜରରେ ରଖି ଏବେ ଆଇଆର୍ସିଟିସି ଶିରିଡି ଟୁର୍ ପ୍ୟାକେଜ ଘୋଷଣା କରିଛି।

ସହଜ ହେଲା ଶିରିଡି ଯାଇ ସାଇବାବାଙ୍କୁ ଦର୍ଶନ କରିବା, ଏବେ ଏତିକି ଟଙ୍କା ଦେଇ ଯାଇ ପାରିବେ ଶିରିଡି

ଯଦି ଆପଣ ଆସନ୍ତା ମାସ ଦିଲ୍ଳୀରୁ ଶିରିଡ଼ି ଯିବାର ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଆଇଆର୍‌ସିଟିସିର ଶିରିଡ଼ି ଟୁର୍‌ ପ୍ୟାକେଜ୍‌ ବିଷୟରେ ଚିନ୍ତା କରିବା ଉଚିତ। ଏହି ଟୁର୍‌ ପ୍ୟାକେଜ୍‌ର ନାମ ଦିଲ୍ଲୀ-ଶିରିଡ଼ି ଫ୍ଲାଇଟ୍‌ ପ୍ୟାକେଜ୍‌। ଏହି ପ୍ୟାକେଜ୍‌ ଜରିଆରେ ନଭେମ୍ବର ୧୬, ଡିସେମ୍ବର ୭ ଏବଂ ଡିସେମ୍ବର ୨୧ ତାରିଖରେ ଯାତ୍ରୀମାନେ ଯାତ୍ରାରମ୍ଭ କରିପାରିବେ। ଗୋଟିଏ ରାତି ଓ ଦୁଇ ଦିନର ଏହି ପ୍ୟାକେଜର ଦର ରହିଛି ଲୋକପିଛା ୧୪,୯୫୦ ଟଙ୍କା। ଏହି ପ୍ୟାକେଜ୍‌ରେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ମଧ୍ୟ ରହିଛି।

ସହଜ ହେଲା ଶିରିଡି ଯାଇ ସାଇବାବାଙ୍କୁ ଦର୍ଶନ କରିବା, ଏବେ ଏତିକି ଟଙ୍କା ଦେଇ ଯାଇ ପାରିବେ ଶିରିଡି

ଏସ୍‌ଜି-୯୪୬ ବିମାନରେ ଯାତ୍ରୀମାନେ ଦିଲ୍ଲୀରୁ ୧୨.୪୫ରେ ବାହାରି ଶିରିଡ଼ିରେ ୨.୩୫ରେ ପହଞ୍ଚିବ। ସେହିପରି ଏସ୍‌ଜି-୯୪୨ ବିମାନଟି ଦିଲ୍ଲୀରୁ ୩.୦୫ରେ ଉଡ଼ାଣ ଭରି ୪.୪୫ରେ ପହଞ୍ଚିବ। ଏହି ଟୁର୍‌ ପ୍ୟାକେଜ୍‌ରେ ବିମାନ ଭଡ଼ା ସହ ବିମାନବନ୍ଦରରେ ଛାଡ଼ିବାରୁ ନେଇ ଶିିରିଡ଼ିରେ ପହଞ୍ଚାଇବା, ଡିଲକ୍ସ ହୋଟେଲ୍‌ରେ ଶିରିଡ଼ିରେ ଗୋଟିଏ ରାତ୍ରୀ ଯାପନ ସୁବିଧା ଉପଲବ୍ଧ। ଖାଇବା, ରହିବା ଓ କର ଆଦି ସମସ୍ତ ଖର୍ଚ ଏହି ଟୁର୍‌ ପ୍ୟାକେଜ୍‌ ବହନ କରିବ। ଏହି ଟୁର୍‌ରେ ଦିଲ୍ଳୀରୁ ଶିରିଡ଼ି, ଶିରିଡ଼ିରୁ ସନି ସିଂହାପୁର ଓ ସନିସିଂହାପୁରରୁ ଦିଲ୍ଳୀ ଯାଇ ହେବ। ଏହି ପ୍ୟାକେଜ୍‌ ଅଧୀନରେ ଦିନକୁ ମାତ୍ର ୧୦ ଜଣ ଯାତ୍ରୀ ଯାତ୍ରା କରିପାରିବେ।