ସ୍ଥଳଭାବ ଛୁଇଁବା ପୂର୍ବରୁ ଓଡିଶାରେ ତାଣ୍ଡବ ରଚେଇଲା ‘ବୁଲବୁଲ’, ଜଣେ ମୃତ! ଜାଣନ୍ତୁ କେଉଁ ଜିଲ୍ଲାରେ କଣ କ୍ଷୟକ୍ଷତି କରିଛି ବାତ୍ୟା

ଅତି ଭୟଙ୍କର ରୂପ ଧାରଣ କରି ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଆଡ଼କୁ ମାଡ଼ି ଚାଲିଛି। ବୁଲବୁଲ ଏବେ ଦୀଘାରୁ ୮୦ କିମି ଦୂରରେ ଗତି କରୁଛି। ଘଣ୍ଟାକୁ ୮ ରୁ ୯ କିମି ଗତିରେ ଆଗକୁ ବଢ଼ୁଛି ବାତ୍ୟା ବୁଲବୁଲ। ଉତ୍ତର, ଉତ୍ତର ପୂର୍ବ ଦିଗରେ ଗତି ରାତି ୭ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ବୁଲବୁଲ ଓଡ଼ିଶା ନ ଛୁଇଁଲେ ମଧ୍ୟ ତାଣ୍ଡବ ରଚିଛି। ଅନେକ ଜିଲ୍ଲାରେ କ୍ଷୟକ୍ଷତି ହେବା ସହିତ ଜଣଙ୍କର ମୃତ୍ୟୁ
 
ସ୍ଥଳଭାବ ଛୁଇଁବା ପୂର୍ବରୁ ଓଡିଶାରେ ତାଣ୍ଡବ ରଚେଇଲା ‘ବୁଲବୁଲ’, ଜଣେ ମୃତ! ଜାଣନ୍ତୁ କେଉଁ ଜିଲ୍ଲାରେ କଣ କ୍ଷୟକ୍ଷତି କରିଛି ବାତ୍ୟା

ଅତି ଭୟଙ୍କର ରୂପ ଧାରଣ କରି ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଆଡ଼କୁ ମାଡ଼ି ଚାଲିଛି। ବୁଲବୁଲ ଏବେ ଦୀଘାରୁ ୮୦ କିମି ଦୂରରେ ଗତି କରୁଛି। ଘଣ୍ଟାକୁ ୮ ରୁ ୯ କିମି ଗତିରେ ଆଗକୁ ବଢ଼ୁଛି ବାତ୍ୟା ବୁଲବୁଲ। ଉତ୍ତର, ଉତ୍ତର ପୂର୍ବ ଦିଗରେ ଗତି ରାତି ୭ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ବୁଲବୁଲ ଓଡ଼ିଶା ନ ଛୁଇଁଲେ ମଧ୍ୟ ତାଣ୍ଡବ ରଚିଛି। ଅନେକ ଜିଲ୍ଲାରେ କ୍ଷୟକ୍ଷତି ହେବା ସହିତ ଜଣଙ୍କର ମୃତ୍ୟୁ ଘଟିଛି। ବୁଲବୁଲ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହୋଇଛି। ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ବାତ୍ୟା ବୁଲବୁଲ ପ୍ରଭାବ ପକାଇଛି। ଅନେକ ଗାଜାରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିଥିବା ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସ୍ଥଳଭାବ ଛୁଇଁବା ପୂର୍ବରୁ ଓଡିଶାରେ ତାଣ୍ଡବ ରଚେଇଲା ‘ବୁଲବୁଲ’, ଜଣେ ମୃତ! ଜାଣନ୍ତୁ କେଉଁ ଜିଲ୍ଲାରେ କଣ କ୍ଷୟକ୍ଷତି କରିଛି ବାତ୍ୟା

ବାତ୍ୟା ବୁଲବୁଲ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ରାଜ୍ୟର ପ୍ରଭାବିତ ଜିଲ୍ଲା ବାଲେଶ୍ୱରର ସ୍ଥିତି ବାବଦରେ ଆପଣଙ୍କୁ ଜଣାଇବା ପାଇଁ ସଜାଗ ଥିଲେ ଆମ ପ୍ରତିନିଧି । ଚାନ୍ଦିପୁର ବେଳଭୂମୀରୁ ଅଶାନ୍ତ ସମୁଦ୍ର ଉପରେ ନଜର ରଖିଥିଲେ ଆମ ପ୍ରତିନିଧି ଭବାନୀ ପ୍ରସାଦ ଦାସ । ଅନ୍ୟ ଦିନମାନଙ୍କରେ ଚାନ୍ଦିପୁର ବେଳାଭୂମୀକୁ ସମୁଦ୍ର ୨୪ ଘଂଟାରେ ୨ ଥର ଆସୁଥିବା ବେଳେ ଝଡ ଓଡିଶା ଉପକୂଳର ନିକଟତର ହେବା ସମୟରେ ଚାନ୍ଦିପୁରରେ ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା ।

ସ୍ଥଳଭାବ ଛୁଇଁବା ପୂର୍ବରୁ ଓଡିଶାରେ ତାଣ୍ଡବ ରଚେଇଲା ‘ବୁଲବୁଲ’, ଜଣେ ମୃତ! ଜାଣନ୍ତୁ କେଉଁ ଜିଲ୍ଲାରେ କଣ କ୍ଷୟକ୍ଷତି କରିଛି ବାତ୍ୟା

କେବଳ ସମୁଦ୍ର ଅଶାନ୍ତ ଥିଲା ତା ନୁହେଁ, ବର୍ଷା ଓ ପବନ ବେଗ ବି ବଢିଥିଲା । ବୁଲବୁଲ୍ ବାଲେଶ୍ୱରର ନିକଟତର ହେବା ସମୟରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିଥିଲା। ଯାହା ବାଲେଶ୍ୱର ସହର ସମେତ, ଗ୍ରାମାଂଚଳରେ ଲୋକଙ୍କ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ତଳି ଅଂଚଳର ଲୋକଙ୍କ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।

ସ୍ଥଳଭାବ ଛୁଇଁବା ପୂର୍ବରୁ ଓଡିଶାରେ ତାଣ୍ଡବ ରଚେଇଲା ‘ବୁଲବୁଲ’, ଜଣେ ମୃତ! ଜାଣନ୍ତୁ କେଉଁ ଜିଲ୍ଲାରେ କଣ କ୍ଷୟକ୍ଷତି କରିଛି ବାତ୍ୟା

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ କାନ୍ଥ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ବାସୁଦେବପୁରରେ ଉଦ୍ଧାର କାର୍ୟ୍ୟ ବେଳେ ବିଦ୍ୟୁତ୍ ଖୁଣ୍ଟ ବାଜି ଆହତ ହୋଇଥିବା ଏନଡିଆରଏଫ କର୍ମୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ୬ ଲକ୍ଷ ହେକ୍ଟର ଜମିରୁ ୩୦ ରୁ ୪୦ ପ୍ରତିଶତ ଜମି କ୍ଷତିଗ୍ରସ୍ତ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି।