କ୍ରିକେଟ୍ ପଡିଆରେ ଘଟିଲା ଅଘଟଣ, ଅମ୍ପାୟାରଙ୍କ ପାଇଁ ଚାଲିଗଲା ବ୍ୟାଟ୍ସମ୍ୟାନଙ୍କ ଜୀବନ, ଜାଣନ୍ତୁ କେମିତି

କ୍ରିକେଟ୍ ମଇଦାନରେ ଅନେକ ଅଘଟଣ କିଛି ନୂଆ କଥା ନୁହେଁ ଅନେକ ଖେଳାଳିଙ୍କ ବଲ ବାଜି କିମ୍ବା ଧକ୍କା ହୋଇ ଖେଳାଳିଙ୍କ ଜୀବନ ଯାଇଛି ଅମ୍ପାୟାରଙ୍କ ପାଇଁ ଜଣେ ଖେଳାଳିଙ୍କ ମୃତ ଘଟିବା ନିହାତି ଆଶ୍ଚର୍ଯ୍ୟ କଥା। ତେବେ ଆସନ୍ତୁ ଜାଣିବା କିପରି ଘଟିଲା ଏହି ଖେଳାଳିଙ୍କ ମୃତ୍ୟୁ। ହାଇଦ୍ରାବାଦର କ୍ରିକେଟର୍ ବୀରେନ୍ଦ୍ର ନାଏକଙ୍କ ସହ କିଛି ଏଭଳି ଘଟିଛି, ଯାହା କେହିବି ଭାବିପାରିବେ ନାହିଁ। ରବିବାର ଏ-୩ ଡିଭିଜନ୍ ଦିନିକିଆ ଲିଗ୍ ମ୍ୟାଚରେ ମରେଡପଲ୍ଲୀ ବ୍ଲୁଜ
 
କ୍ରିକେଟ୍ ପଡିଆରେ ଘଟିଲା ଅଘଟଣ, ଅମ୍ପାୟାରଙ୍କ ପାଇଁ ଚାଲିଗଲା ବ୍ୟାଟ୍ସମ୍ୟାନଙ୍କ ଜୀବନ, ଜାଣନ୍ତୁ କେମିତି

କ୍ରିକେଟ୍ ମଇଦାନରେ ଅନେକ ଅଘଟଣ କିଛି ନୂଆ କଥା ନୁହେଁ ଅନେକ ଖେଳାଳିଙ୍କ ବଲ ବାଜି କିମ୍ବା ଧକ୍କା ହୋଇ ଖେଳାଳିଙ୍କ ଜୀବନ ଯାଇଛି ଅମ୍ପାୟାରଙ୍କ ପାଇଁ ଜଣେ ଖେଳାଳିଙ୍କ ମୃତ ଘଟିବା ନିହାତି ଆଶ୍ଚର୍ଯ୍ୟ କଥା। ତେବେ ଆସନ୍ତୁ ଜାଣିବା କିପରି ଘଟିଲା ଏହି ଖେଳାଳିଙ୍କ ମୃତ୍ୟୁ। ହାଇଦ୍ରାବାଦର କ୍ରିକେଟର୍ ବୀରେନ୍ଦ୍ର ନାଏକଙ୍କ ସହ କିଛି ଏଭଳି ଘଟିଛି, ଯାହା କେହିବି ଭାବିପାରିବେ ନାହିଁ। ରବିବାର ଏ-୩ ଡିଭିଜନ୍ ଦିନିକିଆ ଲିଗ୍ ମ୍ୟାଚରେ ମରେଡପଲ୍ଲୀ ବ୍ଲୁଜ ବିପକ୍ଷରେ ସେ ଅର୍ଦ୍ଧଶତକ ମାରି ଆଉଟ୍ ହୋଇଥିଲେ। ଏହା ପରେ ସେ ପ୍ୟାଭିଲିୟନ୍ ଫେରିଥିଲେ, ଯେଉଁଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।

କ୍ରିକେଟ୍ ପଡିଆରେ ଘଟିଲା ଅଘଟଣ, ଅମ୍ପାୟାରଙ୍କ ପାଇଁ ଚାଲିଗଲା ବ୍ୟାଟ୍ସମ୍ୟାନଙ୍କ ଜୀବନ, ଜାଣନ୍ତୁ କେମିତି

ରବିବାର ହୋଇଥିବା ମୁକାବିଲାରେ ୪୧ ବର୍ଷୀୟ ବୀରେନ୍ଦ୍ର ୬୬ ରନର ଦମଦାର ଇନିଂସ୍ ଖେଳିଥିଲେ। ସେ ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ କୁହାଯାଉଛି ଯେ ବୀରେନ୍ଦ୍ର ଅମ୍ପାୟାରଙ୍କ ନିଷ୍ପତ୍ତିରେ ନାଖୁସ୍ ଥିଲେ। ବୀରେନ୍ଦ୍ରଙ୍କ ମତରେ ବଲ୍ ତାଙ୍କ ବ୍ୟାଟକୁ ସ୍ପର୍ଶ କରିନଥିଲା। ବୀରେନ୍ଦ୍ର ଯେମିତି ପ୍ୟାଭିଲିୟନରେ ପହଞ୍ଚିଲେ, ହଠାତ୍ ତାଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ଏହା ପରେ ସାଥୀ ଖେଳାଳି ତାଙ୍କୁ କାର ଯୋଗେ ହସ୍ପିଟାଲ୍ ନେଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

କ୍ରିକେଟ୍ ପଡିଆରେ ଘଟିଲା ଅଘଟଣ, ଅମ୍ପାୟାରଙ୍କ ପାଇଁ ଚାଲିଗଲା ବ୍ୟାଟ୍ସମ୍ୟାନଙ୍କ ଜୀବନ, ଜାଣନ୍ତୁ କେମିତି

ତେବେ ବୀରେନ୍ଦ୍ରଙ୍କ ମୃତ୍ୟୁ ହାର୍ଟଆଟାକ୍ କାରଣରୁ ହୋଇଥିବା କୁହାଯାଉଛି। ବୀରେନ୍ଦ୍ରଙ୍କ ଭାଇ ଅବିନାଶ ପୁଲିସକୁ ସୂଚନା ଦେଇଥିଲେ ଯେ ବୀରେନ୍ଦ୍ରଙ୍କ ଛାତିଜନିତ ସସମ୍ୟା ଥିଲା ଏବଂ ସେ ଏଥିପାଇଁ ଔଷଧ ସେବନ କରୁଥିଲେ। ବୀରେନ୍ଦ୍ରଙ୍କ ମୃତ ଶରୀର ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଏହା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବୀରେନ୍ଦ୍ର ନାଏକ ମହାରାଷ୍ଟ୍ରର ସାୱନ୍ତୱଡିରେ ରହୁଥିଲେ ଏବଂ ସେହିଠାରେ ହିଁ ତାଙ୍କର କ୍ରିୟାକର୍ମ ହେବ।