୫ ଡିସେମ୍ବର ୨୦୧୯ ଗୁରୁବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ଭାଗ୍ୟ ଓ ଏକାଦଶ ସ୍ଥାନରେ ତିନି ତିନୋଟି ଗ୍ରହ ଅବସ୍ଥାନ କରି ଆପଣଙ୍କୁ ସାମଗ୍ରିକ କ୍ଷେତ୍ରରେ ଅନୁକୂଳ ଫଳ ପ୍ରଦାନ କରିବେ। ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ଯାତ୍ରାକାଳରେ ସତର୍କତା ଅଭାବରୁ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ବୃଷ: ଅଷ୍ଟମରେ ଏକାଧିକ ଗ୍ରହ ବିଭିନ୍ନ ଦିଗରୁ ଅର୍ଥଲାଭର ମାର୍ଗ ଉନ୍ମୋଚନ କରାଇପାରନ୍ତି। ମନେ ମନେ ଭାବୁଥିବା କାମଟି
 
୫ ଡିସେମ୍ବର ୨୦୧୯ ଗୁରୁବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ଭାଗ୍ୟ ଓ ଏକାଦଶ ସ୍ଥାନରେ ତିନି ତିନୋଟି ଗ୍ରହ ଅବସ୍ଥାନ କରି ଆପଣଙ୍କୁ ସାମଗ୍ରିକ କ୍ଷେତ୍ରରେ ଅନୁକୂଳ ଫଳ ପ୍ରଦାନ କରିବେ। ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ଯାତ୍ରାକାଳରେ ସତର୍କତା ଅଭାବରୁ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ।

ବୃଷ: ଅଷ୍ଟମରେ ଏକାଧିକ ଗ୍ରହ ବିଭିନ୍ନ ଦିଗରୁ ଅର୍ଥଲାଭର ମାର୍ଗ ଉନ୍ମୋଚନ କରାଇପାରନ୍ତି। ମନେ ମନେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ବହୁତ ବିଳମ୍ବ ଘଟିପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ଶିଳ୍ପ ଓ ଏଜେନ୍ସିପରୁ ମନ ଖୁସି ରହିବ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ କିଛି ପରିମାଣରେ ଝମେଲା ଆସିପାରେ।

ମିଥୁନ: ସପ୍ତମସ୍ଥ ଗ୍ରହ ଆପଣଙ୍କୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଦିଗରେ ଅନୁପ୍ରେରିତ କରିପାରେ। କିନ୍ତୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି, ପ୍ରତିଯୋଗିତାରେ ପରାଜୟର ଗ୍ଳାନି ମଧ୍ୟ ଭୋଗିବାକୁ ପଡ଼ିବ। ସାମାଜିକ ସ୍ତରରେ ପ୍ରକୃତ ଘଟଣା ନ ବୁଝି କୌଣସି କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ରାହୁଙ୍କ କୁପ୍ରଭାବରୁ ଅଧିକାଂଶ ସମୟ ଅସାବଧାନତା କାରଣରୁ ଜିନିଷ ହଜି ଯିବାର ସମ୍ଭାବନା ରହିଛି।

କର୍କଟ: ଛଅଟି ଗ୍ରହ ଦୁଃସ୍ଥାନରେ ଅବସ୍ଥାନ କରି ଆପଣଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରାଇପାରନ୍ତି। ତଥାପି ସାମାନ୍ୟ ଅସୁବିଧା ହେଲେ ମଧ୍ୟ ପାରିବାରିକ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା ହେତୁ ମନୋବଳ ବୃଦ୍ଧି ପାଇବ। ସଭାସମିତି, ଆନୁଷ୍ଠାନିକ କାମ, ମନୋରଞ୍ଜନ, ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।

ସିଂହ: ଆଜି ତିନୋଟି ଗ୍ରହ ଲାଭସ୍ଥାନକୁ ଆପଣଙ୍କୁ ଅଭିଳଷିତ ଦ୍ରବ୍ୟପ୍ରାପ୍ତିରେ ସହାୟକ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ। ବିଶେଷଭାବେ ପରିବହନ, ମନୋରଞ୍ଜନ କାର୍ଯ୍ୟକ୍ରମାଦିରୁ ଲାଭବାନ ହେବେ କିନ୍ତୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।

କନ୍ୟା: କର୍ମସ୍ଥାନ ପ୍ରତି ଗ୍ରହ ସମ୍ବନ୍ଧ ଆପଣଙ୍କୁ କାର୍ଯ୍ୟସିଦ୍ଧି, ପାରିବାରିକ ଶାନ୍ତି ଓ ସାମାଜିକ ସ୍ତରରେ ସମ୍ମାନ ଦେବାର ସୁଯୋଗ ସୃଷ୍ଟି କରିବ। ଆନୁଷ୍ଠାନିକ କାମର ଉଦ୍‌ଯାପନୀର ଶେଷ ସମୟରେ ବିବାଦୀୟ ପରିବେଶରେ ବାତାବରଣ ଅଶାନ୍ତ ହୋଇପାରେ। ଆଇନ ଅଦାଲତରୁ ସୁଫଳ ପାଇବେ। ପାରିବାରିକ,ଆନୁଷ୍ଠାନିକ,ବ୍ୟବସାୟିକ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ।

ତୁଳା: ଭାଗ୍ୟସ୍ଥାନକୁ ଗ୍ରହଦୃଷ୍ଟି ଭାଗ୍ୟର ଅନୁକୂଳତା ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ ପାଇଁ ପରିବେଶ ସୃଷ୍ଟି କରିବ। ବିଭିନ୍ନ ଯୋଜନାର କାମ ହାତକୁ ନେବେ କିନ୍ତୁ ସାମୟିକ ଆର୍ଥିକ ସ୍ଥିତିକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକିବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ।

ବିଛା: ଧନଭାବସ୍ଥ ଗ୍ରହ ଅର୍ଥ ଓ ସମ୍ମାନ ପ୍ରଦାନ କରିବା ସହ ବନ୍ଧୁମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଇପାରେ। ପୁତ୍ର, କନ୍ୟାଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ମଧ୍ୟ ରହିଛି। ଜମିଜମା, କଳିତକରାଳ, ଗୃହସୀମା ପ୍ରଭୃତି ସମ୍ପର୍କୀୟ ବିବାଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ। ସାମାଜିକ ସ୍ତରରେ ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।

ଧନୁ: ଆଜିର ଗ୍ରହସ୍ଥିତି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ କରାଇ ଆଶା ପୂରଣ କରାଇପାରିବ। ପାରିପାର୍ଶ୍ୱିକ ପରିସ୍ଥିତି ପ୍ରତି ସଜାଗ ରହି ବୁଦ୍ଧିବଳ ଖଟାଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟା କଲେ ନିଶ୍ଚିତ ଉପକୃତ ହେବ। ମଙ୍ଗଳଙ୍କ ପ୍ରଭାବରେ ସାମୟିକ ଗରମ ଜନିତ ବ୍ରଣ, ଘିମିରି, ଆଣ୍ଠୁଗଣ୍ଠି ବାତ, ଗ୍ୟାଷ୍ଟ୍ରିକ, ଭ୍ରମ, ରୋଗରେ କଷ୍ଟ ପାଇବେ।

ମକର: ରାଶିର ଉଭୟପାର୍ଶ୍ୱରେ ଛଅଟି ଗ୍ରହ ରାଶିକୁ ପ୍ରଭାବିତ କରି ଅସ୍ଥିରତା ସୃଷ୍ଟି କରିପାରନ୍ତି। ଅନ୍ୟମାନଙ୍କ ପ୍ରରୋଚନାରେ ପଡି ପଡ଼ୋଶୀ କିମ୍ବା ଜଣାଶୁଣା କେହି ବ୍ୟକ୍ତି ପ୍ରତିବାଦ କରି କାମ ହାସଲରେ ବିଘ୍ନ ଘଟାଇବେ। ପାରିବାରିକ ଜଞ୍ଜାଳ ବୃଦ୍ଧି ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ନିଜର କାର୍ଯ୍ୟ ଦକ୍ଷତା ହେତୁ ନିଜ ପରିସରରେ ପ୍ରଶଂସିତ ହେବେ।

କୁମ୍ଭ: ଅନୁକୂଳ ଗ୍ରହ ସମ୍ପର୍କରୁ ଆଜି ଯାହା ଇଚ୍ଛା କରୁଛନ୍ତି ତାହା ଅବିଳମ୍ବେ ପ୍ରାପ୍ତ ହେବ। ପ୍ରତ୍ୟେକ କ୍ଷେତ୍ରରେ ବିଜୟଲାଭ କରି ବନ୍ଧୁ, ପରିବାର ଓ ସର୍ବସାଧାରଣଙ୍କର ପ୍ରୀତିଭାଜନ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ସାମୟିକ ଭାବରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

ମୀନ: ଚତୁର୍ଥ ରାଶିରେ ରାହୁଙ୍କ ଉପସ୍ଥିତି କାରଣରୁ ପାରିବାରିକ ସ୍ଥିରତା ରକ୍ଷା କରିବାରେ ଅସମର୍ଥ ହୋଇପଡ଼ିବେ। ବିବାଦୀୟ ପରିସ୍ଥିତିରେ ଲଢ଼େଇ କଲେ ବାଦୀ ଓ ପ୍ରତିବାଦୀ ଉଭୟେ କ୍ଷତିଗ୍ରସ୍ତ ହେବେ। କିନ୍ତୁ ସାମାଜିକ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ପ୍ରତିଷ୍ଠା ଓ ପ୍ରଶଂସା ଅକ୍ଷୁଣ୍ଣ ରହିବ। ବନ୍ଧୁଙ୍କ ସହ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଲାଭ କରିବେ।