ବ୍ଲଡ କ୍ୟାନସର ହେବାର ୨ ମାସ ପୂର୍ବରୁ ଶରୀର ଦେଖାଦିଏ ଏହି ୭ଟି ଲକ୍ଷଣ, କେବେବି କରନ୍ତୁନି ଅଣଦେଖା

 
cancer
ରକ୍ତ କ୍ୟାନସର ବା ଲ୍ୟୁକେମିୟାରେ ରକ୍ତ କଣିକା ବନ୍ଦ ହୋଇଯିବା କିମ୍ବା କମ ହେବା ଦ୍ୱାରା ବ୍ଲଡ କ୍ୟାନସର ହେବାର ସମ୍ଭାବନା ରହିଥାଏ। ଭାରତରେ ପ୍ରତ୍ୟେକ ବର୍ଷ ପାଖାପାଖି ଏକ ଲକ୍ଷ ଲୋକମାନେ ଏହି ରୋଗରେ ପୀଡିତ ହୋଇଥାନ୍ତି। ଲ୍ୟୁକେମିୟା ମଧ୍ୟ ଦୁଇ ପ୍ରକାରର ହୋଇଥାଏ। ଆରମ୍ଭ ହେବା ସମୟରେ ଯଦି ଏହି ରୋଗ ସମ୍ପର୍କରେ ଜାଣି ଚିକିତ୍ସା କରାଯାଏ ତେବେ ଅନେକ ଲୋକମାନଙ୍କର ଜୀବନ ରକ୍ଷା ପାଇପାରିବ। ଏହିକାରଣରୁ ଆପଣମାନେ ଜାଣି ରଖନ୍ତୁ ରକ୍ତ କ୍ୟାନସର ଆରମ୍ଭ ହେବା ସମୟରେ କେଉଁ ସବୁ ଲକ୍ଷଣ ଦେଖାଯାଇଥାଏ।
ବ୍ଲଡ କ୍ୟାନସର ହେବାର ୨ ମାସ ପୂର୍ବରୁ ଶରୀର ଦେଖାଦିଏ ଏହି ୭ଟି ଲକ୍ଷଣ, କେବେବି କରନ୍ତୁନି ଅଣଦେଖା

୧- ଏନିମିୟା କିମ୍ବା ଜ୍ୱର : ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ପର୍ଯ୍ୟାୟରେ ଆପଣଙ୍କୁ ଏନିମିୟା ଭଳି ସଂକେତ ଦେଖାଯାଏ। ସବୁବେଳେ ଥକ୍କାପଣ,ଅଳ୍ପ ଜ୍ୱର ଏବଂ ଦୂର୍ବଳ ଲାଗିବା ମଧ୍ୟ ଏହାର ଏକ ସଂକେତ।

୨- ଯଦି ଶରୀରରେ କୌଣସି ଯାଗାରେ କ୍ଷତ ନହୋଇ ନୀଳ ରଙ୍ଗର ଦାଗ ହୋଇଥାଏ ତେବେ ଏହାର ଅର୍ଥ ହେଉଛି ଶରୀରରେ ଶ୍ୱେତ ରକ୍ତ କଣିକା ପ୍ରସ୍ତୁତ ହେବା ବନ୍ଦ ହୋଇଯାଇଛି।

୩- ଗଳାରେ ଦରଜ ହେବା : ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ପର୍ଯ୍ୟାୟରେ ଗଳା କିମ୍ବା କାଖ ତଳେ ହାଲୁକା ଦରଜ ଲାଗିଥାଏ। ଏହାଛଡା ଆପଣଙ୍କ ପାଦ ବିନ୍ଧିବା କିମ୍ବା ଛାତିରେ ଜ୍ୱଳନ ହେଲେ ତୁରନ୍ତ ଡେରି ନକରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ଏହା ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ।

୪- ବ୍ଲିଡିଙ୍ଗ୍ ହେବା : ଯଦି ଆପଣଙ୍କ ମୁହଁ,ନାକ କିମ୍ବା ଶୌଚ ସମୟରେ ରକ୍ତ ବ୍ଲିଡିଙ୍ଗ୍ ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଖାନାକୁ ଯାଇ ବ୍ଲଡ୍ କ୍ୟାନ୍ସରର ଚିକିତ୍ସା କରାଇନିଅନ୍ତୁ।

୫- ଅଚାନକ ଓଜନ କମିବାକୁ ଲାଗିବା : ଅଚାନକ ଓଜନ କମିବା ତଥା ଭୋକ ନଲାଗିବା ବି ଏହାର ଏକ ବଡ କାରଣ। ବିନା କୌଣସି ପ୍ରୟାସରେ ଯଦି ଅଚାନକ ଶରୀରରେ ଓଜନ କମିବାକୁ ଲାଗୁଛି ତେବେ ଏହାକୁ ହେୟଜ୍ଞାନ ନକରି ଡାକ୍ତରଙ୍କୁ ଦେଖାନ୍ତୁ । ଏହା ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ।

ବ୍ଲଡ କ୍ୟାନସର ହେବାର ୨ ମାସ ପୂର୍ବରୁ ଶରୀର ଦେଖାଦିଏ ଏହି ୭ଟି ଲକ୍ଷଣ, କେବେବି କରନ୍ତୁନି ଅଣଦେଖା

୬- ରାତିରେ ଶୋଇବା ସମୟରେ ଯଦି ଆପଣ ଝାଳରେ ଓଦା ହୋଇଯାନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ କାରଣ ଶରୀରରେ କୌଣସି ସଂକ୍ରମଣ କାରଣରୁ ଏପରି ହୋଇଥାଏ। ଏଥିସହ ଲ୍ୟୁକେମିୟାର ଲକ୍ଷଣରେ ମଧ୍ୟ ଏହାକୁ ସାମିଲ୍‌ କରାଯାଇଥାଏ।

୭- ଶରୀରରେ ଦାଗ ପଡିବା : ରକ୍ତରେ ପ୍ଲେଟଲେଟସ୍ କମ୍ ହେବା ବି ବ୍ଲଡ କ୍ୟାନ୍ସରର ଲକ୍ଷଣ। ଏହାଦ୍ୱାରା ଶରୀରରେ ବାଇଗଣୀ କିମ୍ବା ନାଲି ରଙ୍ଗର ଦାଗ ପଡିଯାଏ। ଏହାଛଡା ହାଡ କିମ୍ବା ଜଏଣ୍ଟ ଦରଜ କରିବା : ହାଡ କିମ୍ବା ଜଏଣ୍ଟ ଦରଜ ହେଲେ ମଧ୍ୟ ଏଥିପାଇଁ ସତର୍କ ରୁହନ୍ତୁ । କାରଣ ବ୍ଲଡ୍ କ୍ୟାନ୍ସର ଅସ୍ତିମଜ୍ଜାରେ ହେଉଥିବା ରୋଗ ତେଣୁ ଏହାକୁ ଖାମଖିଆଲ ଭାବେ ଦ ନନେଇ ଡାକ୍ତର ଦେଖାନ୍ତୁ।