୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ପ୍ରେସ୍ ମିଟରେ କମିଶନର ଭିସି ସଜନାରଙ୍କ ବଡ ଖୁଲାସା, ଜାଣନ୍ତୁ ଏନକାଉଣ୍ଟର ସମୟର ପୁରା କାହାଣୀ

ଚେତାବନୀ ପରେ ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରଯାଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜନାର। ତେବେ ଆତ୍ମରକ୍ଷା ପାଇଁ ଏନକାଉଣ୍ଟର କରିଥିବା କହିଛନ୍ତି ସାଇବରାବାଦ ପୋଲିସ କମିଶନର ଭି ସଜ୍ଜନାର। ପୋଲିସ କମିଶନରଙ୍କ କହିବାନୁସାରେ, ରାତିରେ ଘଟଣାର ରିକ୍ରିଏସନ୍ ପାଇଁ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ପୁଲିସ ଆଣିଥିଲା। ତେବେ ଅଭଯୁକ୍ତ ମାନେ ସେମାନେ ପ୍ରଥମେ ପୋଲିସ ଉପରକୁ ପଥର ଫୋପାଡିଥିଲେ।
 
୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ପ୍ରେସ୍ ମିଟରେ କମିଶନର ଭିସି ସଜନାରଙ୍କ ବଡ ଖୁଲାସା, ଜାଣନ୍ତୁ ଏନକାଉଣ୍ଟର ସମୟର ପୁରା କାହାଣୀ

ଚେତାବନୀ ପରେ ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରଯାଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜନାର। ତେବେ ଆତ୍ମରକ୍ଷା ପାଇଁ ଏନକାଉଣ୍ଟର କରିଥିବା କହିଛନ୍ତି ସାଇବରାବାଦ ପୋଲିସ କମିଶନର ଭି ସଜ୍ଜନାର।

୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ପ୍ରେସ୍ ମିଟରେ କମିଶନର ଭିସି ସଜନାରଙ୍କ ବଡ ଖୁଲାସା, ଜାଣନ୍ତୁ ଏନକାଉଣ୍ଟର ସମୟର ପୁରା କାହାଣୀ

ପୋଲିସ କମିଶନରଙ୍କ କହିବାନୁସାରେ, ରାତିରେ ଘଟଣାର ରିକ୍ରିଏସନ୍ ପାଇଁ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ପୁଲିସ ଆଣିଥିଲା। ତେବେ ଅଭଯୁକ୍ତ ମାନେ ସେମାନେ ପ୍ରଥମେ ପୋଲିସ ଉପରକୁ ପଥର ଫୋପାଡିଥିଲେ। ଆମେ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲୁ। ଆରିଫ ପ୍ରଥମେ ପୋଲିସ ଉପରକୁ ଆକ୍ରମଣ କରିଥିଲା। ଏହି ସମୟରେ ଅଭିଯୁକ୍ତ ଆରିଫ ଓ ଚିନ୍ତାକୁଟ୍ଟା ପୋଲିସ କର୍ମୀଙ୍କଠାରୁ ବନ୍ଧୁକ ଛଡାଇ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ତାଙ୍କୁ ଚେତାବନୀ ଦେବା ସହ ଆତ୍ମସମର୍ପଣ କରିବା ପାଇଁ କହିଥିଲା ପୋଲିସ। କିନ୍ତୁ ସେମାନେ ଅଟକି ନଥିଲେ ଏପରିକି ଓଲଟା ପୁଲିସ ଉପରକୁ ଢେଲା ପଥର ମାଡ କରିଥିଲେ ସେମାନେ।

୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ପ୍ରେସ୍ ମିଟରେ କମିଶନର ଭିସି ସଜନାରଙ୍କ ବଡ ଖୁଲାସା, ଜାଣନ୍ତୁ ଏନକାଉଣ୍ଟର ସମୟର ପୁରା କାହାଣୀ

ତେବେ ପୋଲିସର ବନ୍ଧୁକ ଧରି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଗୋଡାଇ ଏନକାଉଂଟର କରିଥିବା କହିଛନ୍ତି ଭି ସଜ୍ଜନାର। ୫ଟା ୪୫ରୁ ୬ଟା ୧୫ ମଧ୍ୟରେ ଏନ୍‌କାଉଣ୍ଟର ହୋଇଛି। ଚେତାବନୀ ଦେବା ପରେ ପୋଲିସ ଫାୟାରିଂ କରିଥିଲା। ଘଟଣାସ୍ଥଳରେ ୧୦ ଜଣ ପୋଲିସ ଅଫିସର ଥିଲେ। ଶବବ୍ୟବଚ୍ଛେଦ ପରେ DNA ଯାଞ୍ଚ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।