୭ ଡିସେମ୍ବର ୨୦୧୯ ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ଚନ୍ଦ୍ର କର୍ମଭାବସ୍ଥ ଶୁକ୍ର ନକ୍ଷତ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆତ୍ମୀୟ ସ୍ବଜନ ସୁବିଧାବାଦୀ ଭଳି କାମ କଲେ ମଧ୍ୟ ଆପଣଙ୍କୁ କିଛି ଫରକ ପଡିବ ନାହିଁ । ପାରିବେଶିକ ପ୍ରଭାବରେ ସମାଜକଲ୍ୟାଣମୂଳକ କାର୍ଯ୍ୟ କିମ୍ବା ଧର୍ମାନୁଷ୍ଠାନ ଦିଗରେ ଆଗ୍ରହ ପ୍ରକାଶ କରିବେ। ବୃଷ: ଲାଭସ୍ଥାନରେ ବୁଧ ଯୋଗୁ ଅର୍ଥଲାଭର ଆଶା ବ୍ୟର୍ଥ ଯିବନାହିଁ। ହାତକୁ ନେଇଥିବା କାମଗୁଡିକ
 
୭ ଡିସେମ୍ବର ୨୦୧୯ ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ଚନ୍ଦ୍ର କର୍ମଭାବସ୍ଥ ଶୁକ୍ର ନକ୍ଷତ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆତ୍ମୀୟ ସ୍ବଜନ ସୁବିଧାବାଦୀ ଭଳି କାମ କଲେ ମଧ୍ୟ ଆପଣଙ୍କୁ କିଛି ଫରକ ପଡିବ ନାହିଁ । ପାରିବେଶିକ ପ୍ରଭାବରେ ସମାଜକଲ୍ୟାଣମୂଳକ କାର୍ଯ୍ୟ କିମ୍ବା ଧର୍ମାନୁଷ୍ଠାନ ଦିଗରେ ଆଗ୍ରହ ପ୍ରକାଶ କରିବେ।

ବୃଷ: ଲାଭସ୍ଥାନରେ ବୁଧ ଯୋଗୁ ଅର୍ଥଲାଭର ଆଶା ବ୍ୟର୍ଥ ଯିବନାହିଁ। ହାତକୁ ନେଇଥିବା କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ। ସନ୍ତାନଙ୍କ ଶିକ୍ଷା, ପରୀକ୍ଷାରେ ଆଶାନୁରୂପ ଫଳଲାଭର କ୍ଷୀଣ ଆଶା ଚିନ୍ତାକରି ବ୍ୟଥିତ ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ବନ୍ଧୁଙ୍କ ଆଲୋଚନା କେତେକାଂଶରେ ଭଲ ରହିପାରେ।

ମିଥୁନ: ଚନ୍ଦ୍ରଙ୍କ କେନ୍ଦ୍ରସ୍ଥାନରେ ବୁଧ ହେତୁ ବନ୍ଧୁଙ୍କ କାର୍ଯ୍ୟକଳାପକୁ ନେଇ ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫୟତ୍‌ ଦେବାକୁ ପଡ଼ିପାରେ। ସଭାସମିତି, ପ୍ରଶାସନିକ ଆଲୋଚନା, ଆଇନ ଅଦାଲତ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। କଳା, ସାହିତ୍ୟ ଓ ସଂଗୀତ, ପର୍ଯ୍ୟଟନ ଦିଗରେ ମାନସିକ ପ୍ରସ୍ତୁତି ଚଳାଇପାରନ୍ତି।

କର୍କଟ: କେନ୍ଦ୍ରକୋଣାଧିପତି ମଙ୍ଗଳ ଓ ଦେବଗୁରୁଙ୍କ ସମ୍ବନ୍ଧ ଆପଣଙ୍କ ପ୍ରତ୍ୟେକ ଆଶା ଓ ଅଭିଳାଷକୁ ପୂରଣ କରିଦେବ। ଫଳତଃ ଆନୁସଙ୍ଗିକ ଅନୁକୂଳ ପରିବେଶ ମଧ୍ୟରେ ଇପ୍ସିତ ଦ୍ରବ୍ୟଲାଭ କରିପାରନ୍ତି। ଅବଶ୍ୟ କାର୍ଯ୍ୟ ହାସଲ ଦିଗରେ ଖର୍ଚ୍ଚାନ୍ତ ହେଲେ ମଧ୍ୟ ସୁଯୋଗର ସଦ୍‌ବ୍ୟବହାର କରିବାରେ କୈାଣସି ଅସୁବିଧା ହେବନାହିଁ।

ସିଂହ: କେତୁ ଯୁକ୍ତ କର୍ମାଧିପତି ଯୋଗୁ ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ। ବ୍ୟବସାୟିକ ଦୃଷ୍ଟିକୋଣରୁ କିଣା ବିକାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ସଭାସମିତିରେ ଆପଣଙ୍କ କାର୍ଯ୍ୟଦକ୍ଷତା ବନ୍ଧୁବର୍ଗଙ୍କ ଦ୍ୱରା ପ୍ରଶଂସିତ ହେବ। କିନ୍ତୁ ମଘାନକ୍ଷତ୍ର କର୍ମକ୍ଷେତ୍ରରେ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।

କନ୍ୟା: ବ୍ୟୟାଧିପ ଷଷ୍ଠଭାବସ୍ଥ ହେତୁ ସ୍ବାସ୍ଥ୍ୟ, ଶତ୍ରୁତା, ବିବାଦ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଅବଶ୍ୟ ଜମା ଟଙ୍କାରୁ କିମ୍ବା ବ୍ୟାଙ୍କସୂତ୍ରରୁ ଅଥବା ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ରହିଛି। ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବାର ସୁଯୋଗ ପାଇବେ। ମାନସିକ ଅସ୍ଥିରତା ଦେଖାଦେଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ।

ତୁଳା: କର୍ମାଧିପ ନିଜଭାବରୁ ଷଷ୍ଠସ୍ଥ ହୋଇ ପାପଗ୍ରହ କବଳରେ ଥିବାରୁ କାମଗୁଡିକ ଶୃଙ୍ଖଳିତ ନ ହୋଇପାରେ। ଅବଶ୍ୟ ବିଶାଖା ନକ୍ଷତ୍ର ବହୁଳାଂଶରେ ଉପକୃତ ହୋଇପାରନ୍ତି। ବନ୍ଧୁମାନଙ୍କ ସହାୟତା ନେଇ ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଆନୁଷ୍ଠାନିକ କାମ ପରିସରରେ ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ।

ବିଛା: ଚନ୍ଦ୍ର ପାପଗ୍ରହ ଯୁକ୍ତ ହୋଇ ଦ୍ୱିତୀୟସ୍ଥ ହେତୁ କିଛି କହିବା ପୂର୍ବରୁ ଭାବିଚିନ୍ତି ନ କହିଲେ ଓଲଟା ବୁଝାମଣା ଅନର୍ଥ ସୃଷ୍ଟିକରିବ। ଆଜିହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି । ବାଣିଜ୍ୟ, ବ୍ୟବସାୟରେ ବିଶେଷ ଉନ୍ନତି କରିବେ କିନ୍ତୁ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇପାରେ।

ଧନୁ: ଶନିଙ୍କ ପ୍ରଭାବରେ ପ୍ରତ୍ୟେକ କାର୍ଯ୍ୟରେ ମନ୍ଥରତା ପରିଲକ୍ଷିତ ହେବ। ଆକସ୍ମିକ ଭାବରେ ସ୍ଥାନାନ୍ତର କିମ୍ବା ନୂତନ କର୍ମସସ୍ଥାନ ପାଇଁ ମନ ବଳାଇପାରନ୍ତି। ପରିବାରରେ ସହମତିରେ କାମ କଲେ ଆଶା ପୂରଣ ହୋଇପାରିବ। କିନ୍ତୁ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।

ମକର: ପରିବାର ସ୍ଥାନରେ ସ୍ବଗୃହୀ ମଙ୍ଗଳ ସୁନ୍ଦର ପାରିବାରିକ ଜୀବନ କଟାଇବାରେ ସାହାଯ୍ୟ କରିବ। କିନ୍ତୁ ଉତରାଷାଢ଼ା ନକ୍ଷତ୍ର ସକାଶେ ଯେତେ ଚେଷ୍ଟା କଲେ ମଧ୍ୟ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇ ପାରିବ ନାହିଁ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।

କୁମ୍ଭ: କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଲକ୍ଷ୍ୟ ପୂରଣ କରିପାରିବେ। ପରିବାରରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁଙ୍କୁ ଦେଇଥିବା ଜିନିଷ ଠିକ୍‌ ସମୟରେ ନ ପାଇ ବ୍ୟସ୍ତତା ଅନୁଭବ କରିପାରନ୍ତି। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ।

ମୀନ: ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ। ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ। ପୂର୍ବପରିକଳ୍ପିତ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ।