‘ନିର୍ଭୟା’ ଦୋଷୀଙ୍କୁ ଫାଶୀରେ ଝୁଲେଇବା ପାଇଁ ଶେଷରେ ମିଳିଲା ଘାତକ, ତାଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ଡିସେମ୍ବର ୧୪ ସୁଦ୍ଧା ପ୍ରସ୍ତୁତ ରଖ ୧୦ଟି ଫାଶୀ ଦଉଡି, କିଛି ଏଭଳି ନିର୍ଦ୍ଦେଶ ଏବେ ବିହାରର ବକ୍ସର ଜେଲ କର୍ତ୍ତୃପକ୍ଷଙ୍କୁ ମିଳିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଦିଲ୍ଲୀରେ ଘଟିଥିବା ବହୁଚର୍ଚ୍ଚିତ ନିର୍ଭୟା ମାମଲାର ଦୋଷୀଙ୍କ ପାଇଁ ଏହି ଫାଶୀ ଦଉଡି ପ୍ରସ୍ତୁତ କରିବାକୁ କୁହାଯାଇଛି। ମିଳିଥିବା ସୂଚନା ମୁତାବକ ବକ୍ସର ଜେଲ ଅଧିକ୍ଷକ ବିଜୟ କୁମାର ଆରୋଡାଙ୍କୁ ୧୦ଟି ଫାଶୀ ଦଉଡି ପ୍ରସ୍ତୁତ ରଖିବାକୁ ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
 
‘ନିର୍ଭୟା’ ଦୋଷୀଙ୍କୁ ଫାଶୀରେ ଝୁଲେଇବା ପାଇଁ ଶେଷରେ ମିଳିଲା ଘାତକ, ତାଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ଡିସେମ୍ବର ୧୪ ସୁଦ୍ଧା ପ୍ରସ୍ତୁତ ରଖ ୧୦ଟି ଫାଶୀ ଦଉଡି, କିଛି ଏଭଳି ନିର୍ଦ୍ଦେଶ ଏବେ ବିହାରର ବକ୍ସର ଜେଲ କର୍ତ୍ତୃପକ୍ଷଙ୍କୁ ମିଳିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଦିଲ୍ଲୀରେ ଘଟିଥିବା ବହୁଚର୍ଚ୍ଚିତ ନିର୍ଭୟା ମାମଲାର ଦୋଷୀଙ୍କ ପାଇଁ ଏହି ଫାଶୀ ଦଉଡି ପ୍ରସ୍ତୁତ କରିବାକୁ କୁହାଯାଇଛି। ମିଳିଥିବା ସୂଚନା ମୁତାବକ ବକ୍ସର ଜେଲ ଅଧିକ୍ଷକ ବିଜୟ କୁମାର ଆରୋଡାଙ୍କୁ ୧୦ଟି ଫାଶୀ ଦଉଡି ପ୍ରସ୍ତୁତ ରଖିବାକୁ ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ଜେଲ ଅଧିକ୍ଷକ କହିଛନ୍ତି ଯେ ଡିସେମ୍ବର ୧୪ ସୁଦ୍ଧା ୧୦ଟି ଫାଶୀ ଦଉଡି ପ୍ରସ୍ତୁତ ରଖିବାକୁ କୁହାଯାଇଥିବାବେଳେ କାହାକୁ ଫାଶୀ ଦିଆଯିବ ସେ ନେଇ କିଛି ତଥ୍ୟ ଦିଆଯାଇନାହିଁ।

‘ନିର୍ଭୟା’ ଦୋଷୀଙ୍କୁ ଫାଶୀରେ ଝୁଲେଇବା ପାଇଁ ଶେଷରେ ମିଳିଲା ଘାତକ, ତାଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ପୂର୍ବରୁ ଏହି ଅଭିଯୁକ୍ତମାନଙ୍କୁ ଫାଶୀ ଦେବାକୁ ଲୋକ ମିଳୁନଥିବା ବେଳେ ବର୍ତ୍ତମାନ ସେ ସମସ୍ୟା ମଧ୍ୟ ଦୂର ହୋଇଛି। ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀକୁ ଫାଶୀରେ ଝୁଲାଇବା ପାଇଁ ଜହ୍ଲାଦ ବା ଘାତକ ମିଳିସାରିଛି। ପବନ ଏହି କାମ କରିବେ ବୋଲି ଜଣାଯାଇଛି। ତାଙ୍କ ଚାରିପିଢ଼ି ଏହି କାମ କରିଆସୁଛନ୍ତି। ପବନ ଉତ୍ତର ପ୍ରଦେଶର ମିରଠ ଜେଲ୍‌ରେ ଘାତକ ଭାବେ କାମ କରୁଛନ୍ତି। ଏଥିପାଇଁ ତାଙ୍କୁ ମାସିକ ବେତନ ମଧ୍ୟ ମିଳୁଛି। ଅନ୍ୟ ସମୟରେ ସେ ସାଇକେଲରେ ପୋଷାକ ବିକ୍ରି କରିଥାନ୍ତି। ଦୁଇତିନି ବର୍ଷ ପୂର୍ବରୁ ନିଠାରୀ ହତ୍ୟାକାଣ୍ଡର ଦୋଷୀ ସୁରେନ୍ଦ୍ର କୋଲିଙ୍କୁ ଫାଶୀ ଦେବା ପାଇଁ ପବନଙ୍କୁ ଚୟନ କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ଫାଶୀ ଦଣ୍ଡରୁ ମୁକ୍ତି ମିଳିଥିଲା।

‘ନିର୍ଭୟା’ ଦୋଷୀଙ୍କୁ ଫାଶୀରେ ଝୁଲେଇବା ପାଇଁ ଶେଷରେ ମିଳିଲା ଘାତକ, ତାଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

୫୬ ବର୍ଷୀୟ ପବନ କହିଛନ୍ତି ଯେ ଯଦି କେହି ନ୍ୟାୟପାଳିକା ଦ୍ୱାରା ଦଣ୍ଡିତ ହେଉଛି ତେବେ ସେ ସେମିତି କିଛି ଜଘନ୍ୟ କାଣ୍ଡ ନିଶ୍ଚୟ ଘଟାଇଥିବ। ଏଣୁ ସେ କେବଳ ନିଜ କାମ ବା ପେସାକୁ ସଚ୍ଚୋଟତାର ସହ କରୁଛନ୍ତି। କିଶୋରବସ୍ଥାରୁ ସେ ଜହ୍ଲାଦ କାମ କରୁଥିବା କହିଛନ୍ତି। ପ୍ରଥମେ ସେ ନିଜ ଦାଦା କାଳୁ ଜହ୍ଲାଦଙ୍କୁ ସାହାଯ୍ୟ କରୁଥିଲେ। କାଳୁ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାରୀ ସତବନ୍ତ ସିଂହ ଓ କେହରା ସିଂହଙ୍କୁ ଫାଶୀ ଦେବାରେ ସାହାଯ୍ୟ କରିଥିଲେ। କେବଳ ତାଙ୍କୁ ଫାଶୀ ଦେବା ପାଇଁ କାଳୁକୁ ସ୍ୱତନ୍ତ୍ର ଭାବେ ମିରଠ ଡକାଯାଇଥିଲା।

‘ନିର୍ଭୟା’ ଦୋଷୀଙ୍କୁ ଫାଶୀରେ ଝୁଲେଇବା ପାଇଁ ଶେଷରେ ମିଳିଲା ଘାତକ, ତାଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ପବନଙ୍କ କହିବାନୁସାରେ ସେ ବାପା ଓ ଦାଦାଙ୍କଠାରୁ ଫାଶୀ ଦେବା ଟେକ୍ନିକ୍‌ ଶିଖିଛନ୍ତି। ରଶିରେ ଗଣ୍ଠି ପକାଇବା ଶୈଳୀ, କେମିତି ଫାଶୀ ଦେବା ବେଳେ ବେକ ଚାରିପଟେ ସହଜରେ ଦଉଡ଼ିକୁ ରଖିବ, ଦଉଡ଼ିକୁ ବାନ୍ଧିବା ଆଦି କାମ ସେ ବିଧିବଦ୍ଧ ଭାବେ ଶିକ୍ଷା କରିଛନ୍ତି। ଫାଶୀ ଦେବା ପୂର୍ବରୁ କିଛିଦିନ ପର୍ଯ୍ୟନ୍ତ ଟ୍ରାଏଲ କରାଯାଏ। ମଣିଷ ଓଜନର ବାଲିବସ୍ତାକୁ ଏହି କାମରେ ବ୍ୟବହାର କରାଯାଏ। ଫାଶୀ ଦେବା ବେଳେ ଦୋଷୀକୁ ଯେଭଳି କମ୍‌ କଷ୍ଟ ହେବ ସେଥିପାଇଁ ଏସବୁ କାମ କରାଯାଏ।

‘ନିର୍ଭୟା’ ଦୋଷୀଙ୍କୁ ଫାଶୀରେ ଝୁଲେଇବା ପାଇଁ ଶେଷରେ ମିଳିଲା ଘାତକ, ତାଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ଜେଲ ଅଧିକ୍ଷକ ବିଜୟ କୁମାର ଆରୋଡା କହିଛନ୍ତି ଯେ ଗୋଟିଏ ଫାଶୀ ଦଉଡି ପ୍ରସ୍ତୁତ କରିବାକୁ ଦୁଇରୁ ତିନିଦିନ ସମୟ ଲାଗିଥାଏ | ୫ରୁ ୬ ଜଣ କଏଦୀ ଏହି ଫାଶୀ ଦଉଡି ପ୍ରସ୍ତୁତ କରିଥାନ୍ତି | ଏଠାରେ ସୂଚନା ଥାଉ କି ଡିସେମ୍ବର ୧୬, ୨୦୧୨ ମସିହାରେ ଦିଲ୍ଲୀରେ ଏକ ଚଳନ୍ତା ବସରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ୪ ଜଣ ଦୋଷୀଙ୍କୁ ବର୍ଷ ଶେଷ ସୁଦ୍ଧା ଫାଶୀ ଦିଆଯାଇପାରେ |