ରାସ୍ତାକଡରେ ଥିବା ଗଛରେ କାହିଁକି ଦିଆଯାଇଥାଏ ଧଳା ରଙ୍ଗ! ଜାଣନ୍ତୁ କାରଣ ଦରକାରରେ ଆସିବ

ରାସ୍ତାରେ ଯିବାବେଳେ ସମସ୍ତଙ୍କ ନଜର ରାସ୍ତାକଡର ଗଛ ଉପରେ ନିଶ୍ଚୟ ପଡିଥିବ। ସେହି ଗଛଗୁଡିକୁ ନେଇ ସର୍ବଦା ମନ ଭିତରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଥାଏ। ବିଶେଷକରି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଗଛଗୁଡିକରେ କଣ ପାଇଁ ଏକ ନିର୍ଦିଷ୍ଟ ରଙ୍ଗ ଦିଆଯାଇଥାଏ। ଏହା ପଛର ରହସ୍ୟ କଣ। କିଛି ଲୋକ ଆଜି ଯାଏଁ ମଧ୍ୟ ଉତ୍ତର ପାଇନଥିବେ। ତେବେ ଆସନ୍ତୁ ଜାଣିବା ରାସ୍ତାକଡ, ବିଭିନ୍ନ ପାର୍କ ଓ ଜଙ୍ଗଲର ଥିବା ଗଛଗୁଡିକରେ ଦିଆଯାଇଥିବା ରଙ୍ଗ ପଛର
 
ରାସ୍ତାକଡରେ ଥିବା ଗଛରେ କାହିଁକି ଦିଆଯାଇଥାଏ ଧଳା ରଙ୍ଗ! ଜାଣନ୍ତୁ କାରଣ ଦରକାରରେ ଆସିବ

ରାସ୍ତାରେ ଯିବାବେଳେ ସମସ୍ତଙ୍କ ନଜର ରାସ୍ତାକଡର ଗଛ ଉପରେ ନିଶ୍ଚୟ ପଡିଥିବ। ସେହି ଗଛଗୁଡିକୁ ନେଇ ସର୍ବଦା ମନ ଭିତରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଥାଏ। ବିଶେଷକରି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଗଛଗୁଡିକରେ କଣ ପାଇଁ ଏକ ନିର୍ଦିଷ୍ଟ ରଙ୍ଗ ଦିଆଯାଇଥାଏ। ଏହା ପଛର ରହସ୍ୟ କଣ। କିଛି ଲୋକ ଆଜି ଯାଏଁ ମଧ୍ୟ ଉତ୍ତର ପାଇନଥିବେ। ତେବେ ଆସନ୍ତୁ ଜାଣିବା ରାସ୍ତାକଡ, ବିଭିନ୍ନ ପାର୍କ ଓ ଜଙ୍ଗଲର ଥିବା ଗଛଗୁଡିକରେ ଦିଆଯାଇଥିବା ରଙ୍ଗ ପଛର ରହସ୍ୟ।

ରାସ୍ତାକଡରେ ଥିବା ଗଛରେ କାହିଁକି ଦିଆଯାଇଥାଏ ଧଳା ରଙ୍ଗ! ଜାଣନ୍ତୁ କାରଣ ଦରକାରରେ ଆସିବ

ଗଛ ଗୁଡିକର ସୁରକ୍ଷା ପାଇଁ ମୁଖ୍ୟତଃ ଗଛରେ ରଙ୍ଗ ଦିଆଯାଇଥାଏ। ରଙ୍ଗ ଦେବା ଦ୍ୱାରା ଗଛ ଛାଲରେ ଥିବା ଫ।ଟ ବନ୍ଦ ହୋଇଥାଏ। ଯଦି କୌଣସି ଗଛରେ ଫ।ଟ ଥାଏ, ତେବେ ବିଭିନ୍ନ କୀଟ ଓ ବ୍ୟାକ୍ଟେରିଆ ଏହାକୁ ନିଜର ବାସସ୍ଥଳୀ ଭାବେ ବାଛିନିଅନ୍ତି। ଏହି ବ୍ୟାକ୍ଟେରିଆ ଓ ଜୀବାଣୁ ଗଛ ଭିତରେ ରହି ଏହାକୁ ନଷ୍ଟ କରିଥାନ୍ତି। ତେଣୁ ଧଳାରଙ୍ଗ ଦେଇ ଗଛ ଗୁଡିକୁ କୀଟଙ୍କ କବଳରୁ ରକ୍ଷା କରାଯାଇଥାଏ। କିଛି ଦେଶରେ ଗଛରେ ଦିଆଯାଇଥିବା ଧଳାରଙ୍ଗ ସୂଚାଇ ଥାଏ କି ଏହା ସରକାରଙ୍କ ସମ୍ପତ୍ତି।

ରାସ୍ତାକଡରେ ଥିବା ଗଛରେ କାହିଁକି ଦିଆଯାଇଥାଏ ଧଳା ରଙ୍ଗ! ଜାଣନ୍ତୁ କାରଣ ଦରକାରରେ ଆସିବ

ତେଣୁ ସାଧାରଣ ଲୋକ ଏହିସବୁ ଗଛ କାଟିବାରୁ ଦୂରେଇ ରୁହନ୍ତି। ଗଛରେ ରଙ୍ଗ ଦିଆଯିବା ପଛରେ ଆଉ ଏକ କାରଣ ମଧ୍ୟ ରହିଛି। ଗଛର ଛାଲ ଗୁଡିକ ଅତ୍ୟନ୍ତ ସମ୍ୱେଦନଶୀଳ, ତେଣୁ ସୂର୍ଯ୍ୟକିରଣରୁ ରକ୍ଷା କରିବାକୁ ଗଛରେ ରଙ୍ଗ ଦିଆଯାଇଥାଏ। ଜାତୀୟ ରାଜପଥରେ ଥିବା ଗଛ ଗୁଡିକରେ ମୁଖ୍ୟତଃ ଧଳା ରଙ୍ଗ ଦିଆଯାଇଥାଏ। କାରଣ ରାତିର ଅନ୍ଧାରରେ ଦୁର୍ଘଟଣା ରୋକିବାକୁ ଗଛକୁ ଏପରି ରଙ୍ଗ ଦିଆଯାଇଥାଏ।