ଟ୍ରେନରେ PUBG ନିଶାରେ ପାଣି ବଦଳରେ କେମିକାଲ ପିଇଦେଲେ ଯୁବକ, ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପବଜି ମୋବାଇଲ୍ ଗେମ୍ ରେ ଏବେ ସମସ୍ତେ ପାଗଳ। ଯୁବକଠୁ ବୟସ୍କ ସମସ୍ତେ ଏହାକୁ ଘଣ୍ଟା ଘଣ୍ଟା ଧରି ଖେଳୁଛନ୍ତି। ଯାହାକୁ କେହି ମାନସିକ ଭାରସାମ୍ୟ ହରାଉଛି ତ ଜୀବନ ମଧ୍ୟ ଚାଲି ଯାଉଛି ଏହି ଗେମ୍ କୁ ଖେଳି। ତେବେ ଆଗରୁ ଅନେକ ଘଟଣା ଦେଖିବାକୁ ମିଳିଥିବା ଏବେ ଆଉ ଏକ ପବଜୀ ପାଇଁ ମୃତ୍ୟୁ ହୋଇଥିବା ଘଟଣା ସାମନାକୁ ଆସିଛି। ସୌରଭ ଯାଦବ ନାମକ ଜଣେ ୨୦ ବର୍ଷୀୟ ଯୁବକ ଟ୍ରେନରେ ଯାତ୍ରା ସମୟରେ
 
ଟ୍ରେନରେ PUBG ନିଶାରେ ପାଣି ବଦଳରେ କେମିକାଲ ପିଇଦେଲେ ଯୁବକ, ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପବଜି ମୋବାଇଲ୍ ଗେମ୍ ରେ ଏବେ ସମସ୍ତେ ପାଗଳ। ଯୁବକଠୁ ବୟସ୍କ ସମସ୍ତେ ଏହାକୁ ଘଣ୍ଟା ଘଣ୍ଟା ଧରି ଖେଳୁଛନ୍ତି। ଯାହାକୁ କେହି ମାନସିକ ଭାରସାମ୍ୟ ହରାଉଛି ତ ଜୀବନ ମଧ୍ୟ ଚାଲି ଯାଉଛି ଏହି ଗେମ୍ କୁ ଖେଳି। ତେବେ ଆଗରୁ ଅନେକ ଘଟଣା ଦେଖିବାକୁ ମିଳିଥିବା ଏବେ ଆଉ ଏକ ପବଜୀ ପାଇଁ ମୃତ୍ୟୁ ହୋଇଥିବା ଘଟଣା ସାମନାକୁ ଆସିଛି।

ଟ୍ରେନରେ PUBG ନିଶାରେ ପାଣି ବଦଳରେ କେମିକାଲ ପିଇଦେଲେ ଯୁବକ, ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସୌରଭ ଯାଦବ ନାମକ ଜଣେ ୨୦ ବର୍ଷୀୟ ଯୁବକ ଟ୍ରେନରେ ଯାତ୍ରା ସମୟରେ କାନରେ ହେଡଫୋନ ଲଗାଇ ମୋବାଇଲ ଫୋନରେ ଏତେ ମଜିଯାଇଥିଲେ ସେ ଯାହା ଫଳରେ ପାଣି ବଦଳରେ କେମିକାଲ ପିଇ ଦେଇଥିଲେ। ବ୍ୟାଗରୁ ପାଣି ପରିବର୍ତ୍ତେ ଅନ୍ୟ ବୋତଲ ବାହାର କରି କେମିକାଲ ପିଇ ଦେଇଥିଲେ। ୪୫ ମିନିଟ୍ ପର୍ଯ୍ୟନ୍ତ ଚିକିତ୍ସା ନମିଳିବା କାରଣରୁ ଟ୍ରେନରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଶବକୁ ଆଗ୍ରାର କ୍ୟାଣ୍ଟ ଷ୍ଟେସନରେ ଓହ୍ଲାଯାଇଛି।

ଟ୍ରେନରେ PUBG ନିଶାରେ ପାଣି ବଦଳରେ କେମିକାଲ ପିଇଦେଲେ ଯୁବକ, ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗ୍ଵାଲିୟରର ଚନ୍ଦ୍ରବନୀ ନାକା ଝାନ୍ସି ରୋଡ଼ ନିବାସୀ ପିତମ ସିଂହ ଯାଦବଙ୍କ ପୁତ୍ର ସୌରଭ ରୂପା ଅଳଙ୍କାରର ଏକ ଫାର୍ମରେ କାମ କରୁଥିଲେ। ସୌରଭ ସାଥୀ ସନ୍ତୋଷ ଶର୍ମାଙ୍କ ସହିତ ଅଳଙ୍କାର ନେଇ ଆଗ୍ରା ଯାଉଥିଲେ। ସନ୍ତୋଷ ଉପର ସିଟରେ ବସିଥିଲେ। ତଳ ସିଟରେ ବସି ସୌରଭ ଅନଲାଇନ ଗେମ ଖେଳରେ ମଜି ରହିଥିଲେ।ସନ୍ତୋଷ ଙ୍କ କହିବାନୁସାରେ ଶୋଷ ହେବାରୁ ସୌରଭ ବ୍ୟାଗରୁ ବୋତଲ କାଢ଼ିଥିଲା। ସେହି ବ୍ୟାଗରେ ଅଳଙ୍କାର ସଫା ଲାଗି କେମିକାଲ ବୋତଲ ମଧ୍ୟ ଥିଲା। ପବଜି ଖେଳରେ ମଜି ରହିବା କାରଣରୁ ସେ ଧ୍ୟାନ ଦେଇପାରିନଥିଲେ। ପାଣି ବୋତଲ ପରିବର୍ତ୍ତେ କେମିକାଲ ବୋତଲ ନେଇ ପିଇ ଦେଇଥିଲା।

ଟ୍ରେନରେ PUBG ନିଶାରେ ପାଣି ବଦଳରେ କେମିକାଲ ପିଇଦେଲେ ଯୁବକ, ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପିଇବା ମାତ୍ରେ ସେ ଜୋରରେ ଚିତ୍କାର କରିଥିଲା ଏବଂ ବଞ୍ଚାଅ-ବଞ୍ଚାଇ ପାଟି କରି କେମିକାଲ ପିଇ ଦେଇଥିବା କହିଥିଲା। ଏହା ପରେ ସନ୍ତୋଷ ଚେନ୍ ଟାଣିଥିଲେ, ଟ୍ରେନ ଅଟକିଥିଲା ଏବଂ ସୁରକ୍ଷା ଗାର୍ଡ ଉକ୍ତ ବଗିକୁ ଆସିଥିଲେ। ଗାର୍ଡ କହିଥିଲେ ଯେ, ନା ଟ୍ରେନରେ କୌଣସି ଉପଚାର ବ୍ୟବସ୍ଥା ଅଛି ନା ଆଖପାଖ ଷ୍ଟେସନରେ ଅଛି। ଏହା ପରେ ଟ୍ରେନ ଯାଇ ସିଧା ଆଗ୍ରାର କ୍ୟାଣ୍ଟ ଷ୍ଟେସନରେ ଅଟକିଥିଲା। ସେଠାରେ ପୂର୍ବରୁ ମୁତୟନ ଡାକ୍ତର ସନ୍ତୋଷଙ୍କ ମୃତ୍ୟୁ ଘଟିଥିବା କହିଥିଲେ। ସନ୍ତୋଷ କହିଛନ୍ତି ସୌରଭଙ୍କ ପାଖରେ ବସିଥିବା ଯୁବକ ମଧ୍ୟ ପବଜି ଖେଳୁଥିଲା।