ଦୋଷୀଙ୍କୁ ଫାଶୀରେ ବିଳମ୍ବ ହେବା ଶୁଣି ସରକାରଙ୍କ ଉପରେ ବର୍ଷିଲେ ନିର୍ଭୟାଙ୍କ ମାଆ, ମୋଦୀଙ୍କୁ କହିଲେ ଏମିତି କଥା

ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା କାରଣରୁ ଅଭିଯୁକ୍ତମାନେ ଆଇନର ଗଳାବାଟ ଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଶୁକ୍ରବାର ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ଫାଶୀର ନୂତନ ତାରିଖ ଘୋଷଣା କରିଛନ୍ତି। ଫେବୃୟାରୀ ୧ ରେ ଦୋଷୀଙ୍କୁ ଫାଶୀ ଦିଆଯିବ। ସେପଟେ ଝିଅ ପାଇଁ ନ୍ୟାୟ ମାଗି
 
ଦୋଷୀଙ୍କୁ ଫାଶୀରେ ବିଳମ୍ବ ହେବା ଶୁଣି ସରକାରଙ୍କ ଉପରେ ବର୍ଷିଲେ ନିର୍ଭୟାଙ୍କ ମାଆ, ମୋଦୀଙ୍କୁ କହିଲେ ଏମିତି କଥା

ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା କାରଣରୁ ଅଭିଯୁକ୍ତମାନେ ଆଇନର ଗଳାବାଟ ଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଶୁକ୍ରବାର ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ଫାଶୀର ନୂତନ ତାରିଖ ଘୋଷଣା କରିଛନ୍ତି। ଫେବୃୟାରୀ ୧ ରେ ଦୋଷୀଙ୍କୁ ଫାଶୀ ଦିଆଯିବ।

ଦୋଷୀଙ୍କୁ ଫାଶୀରେ ବିଳମ୍ବ ହେବା ଶୁଣି ସରକାରଙ୍କ ଉପରେ ବର୍ଷିଲେ ନିର୍ଭୟାଙ୍କ ମାଆ, ମୋଦୀଙ୍କୁ କହିଲେ ଏମିତି କଥା

ସେପଟେ ଝିଅ ପାଇଁ ନ୍ୟାୟ ମାଗି ମାଗି ନିର୍ଭୟାଙ୍କ ପିତାମାତା ସର୍ବସ୍ଵାନ୍ତ ହୋଇପଡିଲେଣି। ଦୀର୍ଘ ୭ ବର୍ଷର ଆଇନ ଲଢେଇ ଲଢି ନିର୍ଭୟାଙ୍କ ମାଆ ଥକି ପଡିଛନ୍ତି। ବାରମ୍ବାର ଅଭିଯୁକ୍ତଙ୍କ ଫାଶୀ ଦଣ୍ଡରେ ବିଳମ୍ବ ହେଉଥିବା କାରଣରୁ ନିର୍ଭୟାଙ୍କ ମାଆ ଆମ ଆଦମୀ ପାର୍ଟି ଉପରେ ବର୍ଷିବା ସହ ଖୁବ୍ ଶୀଘ୍ର ଫାଶୀ ହେଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଗୁହାରୀ କରିଛନ୍ତି। 

ଦୋଷୀଙ୍କୁ ଫାଶୀରେ ବିଳମ୍ବ ହେବା ଶୁଣି ସରକାରଙ୍କ ଉପରେ ବର୍ଷିଲେ ନିର୍ଭୟାଙ୍କ ମାଆ, ମୋଦୀଙ୍କୁ କହିଲେ ଏମିତି କଥା

ନିର୍ଭୟାଙ୍କ ମାଆ କହିଛନ୍ତି ଯେ ଯେଉଁ ସମୟରେ ତାଙ୍କ ଝିଅ ସହ ଏଭଳି ପାଶବିକ ଅମାନୁଷିକ କାଣ୍ଡ ହୋଇଥିଲା ସେହି ସମୟରେ ଏହି ଆପ୍ ଏବଂ ବିଜେପି ମୁଣ୍ଡରେ କଳା ପଟି ବାନ୍ଧି ହାତରେ ତ୍ରିରଙ୍ଗା ଦରି ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ରାଜନୈତିକ ଦଳମାନେ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ଫାଶୀକୁ ନେଇ ଖେଳୁଛନ୍ତି। କେହି କହୁଛି ଫାଶୀ ଦଣ୍ଡ ଆପ୍ ଅଟକାଇଛି, କେହି କହୁଛି ଆମକୁ ପୁଲିସ ଦେଇ ଦିଅନ୍ତୁ ଆମେ ଦୁଇ ଦିନ ମଧ୍ୟରେ ଦେଖାଇ ଦେବୁ। 

ଦୋଷୀଙ୍କୁ ଫାଶୀରେ ବିଳମ୍ବ ହେବା ଶୁଣି ସରକାରଙ୍କ ଉପରେ ବର୍ଷିଲେ ନିର୍ଭୟାଙ୍କ ମାଆ, ମୋଦୀଙ୍କୁ କହିଲେ ଏମିତି କଥା

ସୂଚନାଯୋଗ୍ୟ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଏବଂ ଆପ୍ ନେତା ମନୀଷ ଶିଶୋଦିଆ କହିଥିଲେ ଯେ, ଦିଲ୍ଲୀ ପୁଲିସକୁ ଆପ ସରକାରକୁ ଦୁଇ ଦିନ ପାଇଁ ଦେଇ ଦିଆଯାଉ ନିର୍ଭୟା ଦୋଷୀଙ୍କୁ ଆମେ ଫାଶୀରେ ଚଢାଇ ଦେବୁ। ଏହା ପୂର୍ବରୁ ବିଜେପି ନେତା ପ୍ରକାଶ ଜାବଡ଼େକର କହିଥିଲେ ଯେ, ଅଭିଯୁକ୍ତଙ୍କ ଫାଶୀଦଣ୍ଡରେ ବିଳମ୍ବ ହେବାର କାରଣ ହେଉଛି ଆପ୍।