ଆପଣଙ୍କ ମଥାରେ ଅଛି କି ଏଭଳି ଚିହ୍ନ, ତେବେ ଏହା ପଛର ଏହି ଖାସ୍ କଥା ଜାଣି ଖୁସି ହେବେ

ମଥାର ରେଖା ସହ ଭାଗ୍ୟର ସମ୍ବନ୍ଧ ରହିଛି। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, କୌଣସି ବ୍ୟକ୍ତିର ମଥା ରେଖାକୁ ଦେଖି ଅନୁମାନ କରାଯାଇ ପାରିବ ଯେ, ବ୍ୟକ୍ତି ଜଣଙ୍କ କେତେ ଭାଗ୍ୟଶାଳୀ। ମଥାର ରେଖା ବ୍ୟକ୍ତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାଏ। ଧନ ସହ ଜଡିତ ମଥାର ପ୍ରଥମ ରେଖା: ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିର ମଥାର ପ୍ରଥମ ରେଖା ଧନ ସହ ସମ୍ବନ୍ଧ ରଖିଥାଏ। ତେଣୁ ଏହାକୁ ଧନର ରେଖା ବୋଲି କୁହାଯାଏ।
 
ଆପଣଙ୍କ ମଥାରେ ଅଛି କି ଏଭଳି ଚିହ୍ନ, ତେବେ ଏହା ପଛର ଏହି ଖାସ୍ କଥା ଜାଣି ଖୁସି ହେବେ

ମଥାର ରେଖା ସହ ଭାଗ୍ୟର ସମ୍ବନ୍ଧ ରହିଛି। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, କୌଣସି ବ୍ୟକ୍ତିର ମଥା ରେଖାକୁ ଦେଖି ଅନୁମାନ କରାଯାଇ ପାରିବ ଯେ, ବ୍ୟକ୍ତି ଜଣଙ୍କ କେତେ ଭାଗ୍ୟଶାଳୀ। ମଥାର ରେଖା ବ୍ୟକ୍ତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାଏ।

ଧନ ସହ ଜଡିତ ମଥାର ପ୍ରଥମ ରେଖା: ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିର ମଥାର ପ୍ରଥମ ରେଖା ଧନ ସହ ସମ୍ବନ୍ଧ ରଖିଥାଏ। ତେଣୁ ଏହାକୁ ଧନର ରେଖା ବୋଲି କୁହାଯାଏ। ଯେଉଁ ବ୍ୟକ୍ତିର ଧନ ରେଖା ଅର୍ଥାତ୍ ମଥାର ପ୍ରଥମ ରେଖା ଯେତେ ସ୍ପଷ୍ଟ ଦେଖାଯାଏ, ସେହି ବ୍ୟକ୍ତି ସେତିକି ଧନବାନ୍‌ ହୋଇଥାଏ। କିନ୍ତୁ ଯଦି ମଥାର ଏହି ରେଖା ସ୍ପଷ୍ଟ ଦେଖା ନଯାଏ, ତାହା ସଙ୍କେତ ଦେଇଥାଏ ଯେ ତାଙ୍କ ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ଆପଣଙ୍କ ମଥାରେ ଅଛି କି ଏଭଳି ଚିହ୍ନ, ତେବେ ଏହା ପଛର ଏହି ଖାସ୍ କଥା ଜାଣି ଖୁସି ହେବେ

ମଥାର ଦ୍ବିତୀୟ ରେଖା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଦିଏ ସୂଚନା: ବ୍ୟକ୍ତିର ସ୍ବାସ୍ଥ୍ୟଗତ ଜୀବନ ସହ ମଥାର ଦ୍ବିତୀୟ ରେଖା ଜଡିତ। ଯଦି ମଥାର ଦ୍ବିତୀୟ ରେଖା ଗାଢ ଏବଂ ପରିଷ୍କାର ଦେଖାଯାଉଛି, ତେବେ ଏହାର ଅର୍ଥ ହେଉଛି ବ୍ୟକ୍ତିର ସ୍ବାସ୍ଥ୍ୟ ଉତ୍ତମ ରହିବ। ଯଦି ଏହାର ବିପରୀତ ହୁଏ ଅର୍ଥାତ୍ ରେଖା ଅସ୍ପଷ୍ଟ ଦେଖାଯାଏ, ତେବେ ଏହାର ଅର୍ଥ ହେଉଛି ବ୍ୟକ୍ତିର ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିବ।

ଭାଗ୍ୟ ସହ ଜଡିତ ମଥାର ତୃତୀୟ ରେଖା: ମଥାରେ ପଡୁଥିବା ରେଖାଗୁଡିକ ମଧ୍ୟରୁ ତୃତୀୟ ରେଖା ଭାଗ୍ୟ ସହ ଜଡିତ। ଏହି ରେଖା ବହୁତ କମ୍ ଲୋକଙ୍କ ମଥାରେ ଦେଖିବାକୁ ମିଳେ। ତେଣୁ ଏହି ରେଖା ଥିବା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଆନ୍ତି।

ଆପଣଙ୍କ ମଥାରେ ଅଛି କି ଏଭଳି ଚିହ୍ନ, ତେବେ ଏହା ପଛର ଏହି ଖାସ୍ କଥା ଜାଣି ଖୁସି ହେବେ

ଜୀବନର ଉତ୍ଥାନ-ପତନ ସହ ଜଡିତ ଚତୁର୍ଥ ରେଖା: ମଥାରେ ଦେଖା ଯାଉଥିବା ଚତୁର୍ଥ ରେଖା ଜୀବନର ଉତ୍ଥାନ-ପତନ ସହ ଜଡିତ। ୨୬ରୁ ୪୦ବର୍ଷ ପର୍ଯ୍ୟନ୍ତ ଦେଖା ଦେଉଥିବା ସମସ୍ୟା ଏବଂ ସଂଘର୍ଷ ବିଷୟରେ ଏହି ରେଖା ସୂଚନା ଦେଇଥାଏ। ଏହି ରେଖା ଥିବା ବ୍ୟକ୍ତି ମାତ୍ର ୪୦ ବର୍ଷ ବୟସରେ ହିଁ ସଫଳତାର ଶୀର୍ଷରେ ପହଞ୍ଚି ଥାଏ। ଏମାନଙ୍କ ଜୀବନରେ ଆର୍ଥିକ ଅବସ୍ଥା ଉତ୍ତମ ରହିଥାଏ।

ପଞ୍ଚମ ରେଖାର ଏହି ଅର୍ଥ: ମଥାରେ ଦେଖା ଯାଉଥିବା ପଞ୍ଚମ ରେଖା ବିପଦଜନକ ବୋଲି କୁହାଯାଏ। ଏହି ରେଖା ଜୀବନର କଷ୍ଟ ଓ ଚିନ୍ତାକୁ ଦର୍ଶାଇଥାଏ। ବେଳେବେଳେ ଦେଖିବାକୁ ମିଳେ ଯେ, ଏହି ଲୋକ ଘର ଦ୍ବାର ଛାଡି ବୈରାଗ୍ୟ ଜୀବନ ବିତାଇବାକୁ ଚାଲିଯାଆନ୍ତି।

ଷଷ୍ଠ ରେଖା ଥିବା ବ୍ୟକ୍ତି କରିଥାନ୍ତି ଅପ୍ରତ୍ୟାଶିତ ଉନ୍ନତି: ନାକ ସିଧାରୁ ଉପରକୁ ଯାଉଥିବା ରେଖାକୁ ଷଷ୍ଠ ରେଖା ବୋଲି କୁହାଯାଏ। ଏହାକୁ ଦୈବୀୟ ରେଖା ବୋଲି କୁହାଯାଏ। କାରଣ ଏହି ରେଖା ସଙ୍କେତ ଦେଇଥାଏ ଯେ ବ୍ୟକ୍ତି ଉପରେ ଦୈବୀୟ କୃପା ରହିଛି। ଏହି ବ୍ୟକ୍ତିଙ୍କ ଜୀବନରେ ଅପ୍ରତ୍ୟାଶିତ ଉନ୍ନତି ହୋଇଥାଏ। ଅର୍ଥାତ୍ ଏମାନେ ଆଶାଠାରୁ ଅଧିକ ଉନ୍ନତି କରିଥାନ୍ତି।