୧୯ ଜାନୁଆରୀ ୨୦୨୦ ରବିବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଭାଗ୍ୟସ୍ଥ ରହି ବନ୍ଧୁ ପରିଜନଙ୍କ ପ୍ରୀତିଭାଜନ କରାଇବ। କିନ୍ତୁ ଆଲୋଚନାର ଶେଷ ପର୍ଯ୍ୟାୟରେ ରାହୁଙ୍କ ପ୍ରଭାବରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ବିବାଦୀୟ ଘଟଣାରେ କୈାଣସି ପକ୍ଷ ସମର୍ଥନ କରିବା ଠିକ୍ ହେବ ନାହିଁ । ଚଳଚ୍ଚିତ୍ର,ସାହିତ୍ୟ,କଳା, ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ବୃଷ: ରାହୁ ଓ ଚନ୍ଦ୍ର ରାଶି ଓ ଷଷ୍ଠ୍ୟାଧିପ ଶୁକ୍ରଙ୍କୁ ଦେଖୁଥିବାରୁ ରୋଗପୀଡା ଜନିତ ସ୍ବାସ୍ଥ୍ୟହାନୀ କିମ୍ବା କଳହର ସୂଚନା । ଏପରିକି ଭଲ
 
୧୯ ଜାନୁଆରୀ ୨୦୨୦ ରବିବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଭାଗ୍ୟସ୍ଥ ରହି ବନ୍ଧୁ ପରିଜନଙ୍କ ପ୍ରୀତିଭାଜନ କରାଇବ। କିନ୍ତୁ ଆଲୋଚନାର ଶେଷ ପର୍ଯ୍ୟାୟରେ ରାହୁଙ୍କ ପ୍ରଭାବରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ବିବାଦୀୟ ଘଟଣାରେ କୈାଣସି ପକ୍ଷ ସମର୍ଥନ କରିବା ଠିକ୍‌ ହେବ ନାହିଁ । ଚଳଚ୍ଚିତ୍ର,ସାହିତ୍ୟ,କଳା, ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

ବୃଷ: ରାହୁ ଓ ଚନ୍ଦ୍ର ରାଶି ଓ ଷଷ୍ଠ୍ୟାଧିପ ଶୁକ୍ରଙ୍କୁ ଦେଖୁଥିବାରୁ ରୋଗପୀଡା ଜନିତ ସ୍ବାସ୍ଥ୍ୟହାନୀ କିମ୍ବା କଳହର ସୂଚନା । ଏପରିକି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୂଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। କୈାଣସି ମୂଲ୍ୟବାନ ଜିନିଷ କିଣିବା ସକାଶେ ଧାର କରିବାକୁ ପଡିବ। ଅଯଥା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କର ସମାଲୋଚିତ ହେବେ।

ମିଥୁନ: ମୁଖଭାବରେ ପାପଗ୍ରହ ଯୋଗୁ ପରିସ୍ଥିତିରେ ପଡି ଆପଣ ଶେଷ୍ଳାମତ୍କ ଭାଷା ପ୍ରୟୋଗକରି ସମାଲୋଚିତ ହୋଇପାରନ୍ତି। ରାଶିପ୍ରତି ଗଣତନ୍ତ୍ରର ଗ୍ରହ ଶନିଙ୍କ ଦୃଷ୍ଟି ହେତୁ ସଂଗଠନ, ରାଜନୀତି, ଆଇନ, ଅଦାଲତରେ ଲକ୍ଷ୍ୟ ହାସଲ କରିପାରିବେ। ଆକସ୍ମିକ ଭାବରେ ସହକର୍ମୀଙ୍କ ସହ ଟଙ୍କା,ପଇସାକୁ କେନ୍ଦ୍ର କରି କଳହ ଘଟିପାରେ।

କର୍କଟ: ରାଶ୍ୟାଧିପ ସ୍ବଗୃହରେ ଥିଲେ ମଧ୍ୟ ପାପଯୁକ୍ତ କାରଣରୁ ମାନସିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିନପାରେ। ପରିସ୍ଥିତି ଆପଣଙ୍କ ଚିନ୍ତାଧାରାକୁ ବିଗାଡି ଦେବାର ବହୁ ପରିମାଣରେ ଆଶଙ୍‌କା ରହିଛି। ବନ୍ଧୁମାନେ ସ୍ବାର୍ଥହାନୀ ଆଶଙ୍କାରେ ଦୂରେଇ ଯିବେ। ବ୍ୟବସାୟ, ବାଣିଜ୍ୟ, କଳା, ସାହିତ୍ୟ, ଚଳଚ୍ଚିତ୍ର, ପ୍ରେସ୍‌ ଓ ପବ୍ଳିକେଶନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ସିଂହ: ଅଷ୍ଟମଭାବସ୍ଥ ରାଶ୍ୟାଧିପ ଗୁରୁକ୍ଷେତ୍ରସ୍ଥ ଯୋଗୁ ଉଚ୍ଚ୍‌ନ ନେଇ କାମ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ ଏବଂ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସୁନଜରରେ ଆସିପାରନ୍ତି। ପାରିବାରିକ ସ୍ତରରେ ବଦ୍‌ଖର୍ଚ୍ଚ ରୋକିବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟ‘ରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

କନ୍ୟା: ଉଚ୍ଚାରୋହୀ ଶୁକ୍ର ପାପଗ୍ରହ ଯୁକ୍ତହେଲେ ମଧ୍ୟ ସ୍ବଗୃହାଭିମଖୀ ଯୋଗୁଁ ବିଳାସପ୍ରିୟ କରାଇବେ। ଯାନାବାହାନଦି କ୍ରୟ କରିବା ସକାଶେ ମାନସିକ ପ୍ରସ୍ତୁତି ଚଳାଇପାରନ୍ତି। ଆତ୍ମୀୟଙ୍କ ଦୁଃଖିତ ମନକୁ ସାନ୍ତ୍ୱନା ଦେବାକୁ ଯାଇ ପରିବାରରେ ଟଣା ଓଟରା ଲାଗିଯିବ।ଦୀର୍ଘ ଦିନରୁ ସାଧାରଣ କଥାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।

ତୁଳା: କୋଣଭାବରେ ବୁଧ ଆପଣଙ୍କୁ ବୌଦ୍ଧିକ ସହାୟତା ପ୍ରଦାନ କରି ସମସ୍ୟା ମୁକ୍ତ ହେବାରେ ବନ୍ଧୁ ମାଧ୍ୟମରେ ସାହାଯ୍ୟ କରିବେ। ବ୍ୟୟ ଭାର କ୍ରମଶଃ କମି କମି ଆସିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଭ୍ରମଣ ହେତୁକ କ୍ଳାନ୍ତି ଜନିତ ସ୍ବାସ୍ଥ୍ୟ ସାମାନ୍ୟ ବିଗିଡି ଯିବାର ସୂଚନା ରହିଛି ।

ବିଛା: ସ୍ବରାଶିସ୍ଥ ବୃହସ୍ପତି ଚନ୍ଦ୍ରଙ୍କ କୋଣଭାବରେ ପାପମଧ୍ୟସ୍ଥ ଯୋଗୁ ଆପଣ ପୂର୍ବ ନିର୍ଦ୍ଧାରିତ ପ୍ରକାରେ କାମ କରିପାରିବେ ନାହିଁ । ନିଜ ପରିସରରେ କାମର ଚାପ କ୍ରମଶଃ ବୃଦ୍ଧି ପାଇବା କାରଣରୁ ଓ କିଛିଟା ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ। ବହୁତ ଦିନ ହେଲା ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

ଧନୁ: ଧନ ତୃତତୀୟାଧିପ ଶନି ରାଶିରେ ଅବସ୍ଥାନ କରି ବନ୍ଧୁ ମାନଙ୍କ ସାହାଯ୍ୟ, ସହଯୋଗ ମାଧ୍ୟମରେ କାର୍ଯ୍ୟ ହାସଲ କରାଇବେ। ପୂର୍ବାଷାଢା ନକ୍ଷତ୍ରର ପଡୋଶୀ କିମ୍ବା ସହକର୍ମୀ ମାନଙ୍କ ସହ ଆକସ୍ମିକ ବିବାଦ ବୃଦ୍ଧି ଘଟିପାରେ। ଭ୍ରମଣ, ପ୍ରଶାସନ, ରାଜନୀତି, କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ତଥା ସଭାସମିତି ପାଇଁ ଦିନଟି ବହୁତ ଭଲ।

ମକର: ପାରିବାରିକ ଓ କର୍ମକ୍ଷେତ୍ର ଠିକ୍‌ ରହିଥିଲେ ମଧ୍ୟ କେତେକ ଅହେତୁକ ଚିନ୍ତାାଧାରା ମନକୁ ବିବ୍ରତ କରିପାରେ। ସାମାନ୍ୟ ବିଳମ୍ବିତ ସମୟରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ଆନୁଷ୍ଠାନିକ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇଯିବ। ଆର୍ଥିକ ପରିସ୍ଥିତି ପ୍ରାୟତଃମନ୍ଦ ହେବନି କିନ୍ତୁ ବନ୍ଧୁମାନଙ୍କ ସହ ସୁସମ୍ପର୍କ ପୂର୍ବଭଳି ରହି ନ ପାରେ।

କୁମ୍ଭ: ମିତ୍ରକ୍ଷେତ୍ରରେ ବୁଧ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଥିଳତା ପ୍ରଦାନ କଲେ ମଧ୍ୟ ପରକ୍ଷଣରେ କାମ ଜୋର୍‌ସୋର୍‌ରେ ଆଗେଇ ଚାଲିବ। ଜମିଜମା କାରବାର, ସରକାରୀ ସୂତ୍ରରୁ ଅର୍ଥ,ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। କିନ୍ତୂ ବାଣିଜ୍ୟ, ବ୍ୟବସାୟ, ପରିବହନକୁ କେନ୍ଦ୍ରକରି ବିବାଦ ବୃଦ୍ଧି ହୋଇପାରେ ।

ମୀନ: ମନ୍ତ୍ରଣା ସ୍ଥାନରେ ରାହୁ ଯୁକ୍ତ ଚନ୍ଦ୍ର ଆପଣଙ୍କ କୁଟନୈତିକ ମନ୍ତ୍ରଣା ଫଳପ୍ରଦ ହେବ। ଯାହାକି ପ୍ରଶାସନ, ରାଜନୀତି, ସଭାସମିତି କ୍ଷେତ୍ରରେ ଅନୁଭୂତ ହୋଇପାରେ। କ୍ରୀଡା, କଳା କ୍ଷେତ୍ରରେ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଧର୍ମସ୍ଥାନରେ ବୃହସ୍ପତି ଧାର୍ମିକ ଚେତନା ସୃଷ୍ଟିକରି ଆପଣଙ୍କୁ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଧ କରିପାରନ୍ତି।