ଶେଷ ମ୍ୟାଚରେ ଭାରତର ଖେଳାଳିମାନେ କାହିଁକି ହାତରେ କଳାପଟି ବାନ୍ଧିଥିଲେ! ଜାଣନ୍ତୁ କାରଣ

ବିରାଟ କୋହଲିଙ୍କ ଟିମ୍ ପୁଣି ଥରେ ଦେଖାଇ ଦେଇଛି ଯେ ଭାରତକୁ ଭାରତରେ ହରାଇବା ଆଦୌ ସହଜ ନୁହେଁ। ଓପନର ରୋହିତ ଶର୍ମାଙ୍କ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୮୯ ରନ୍ର ଚମତ୍କାର ଇନିଂସ୍ ଭାରତରକୁ ଶେଷ ଦିନିକିଆରେ ଜିତାଇ ଦେଇଛି। ଏଠାକାର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳା ଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟ୍ରେ ହରାଇ ତିନି ମ୍ୟାଚ୍ର ସିରିଜ୍କୁ ୨-୧ରେ ଜିତି ନେଇଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ
 
ଶେଷ ମ୍ୟାଚରେ ଭାରତର ଖେଳାଳିମାନେ କାହିଁକି ହାତରେ କଳାପଟି ବାନ୍ଧିଥିଲେ! ଜାଣନ୍ତୁ କାରଣ

ବିରାଟ କୋହଲିଙ୍କ ଟିମ୍‌ ପୁଣି ଥରେ ଦେଖାଇ ଦେଇଛି ଯେ ଭାରତକୁ ଭାରତରେ ହରାଇବା ଆଦୌ ସହଜ ନୁହେଁ। ଓପନର ରୋହିତ ଶର୍ମାଙ୍କ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୮୯ ରନ୍‌ର ଚମତ୍କାର ଇନିଂସ୍‌ ଭାରତରକୁ ଶେଷ ଦିନିକିଆରେ ଜିତାଇ ଦେଇଛି। ଏଠାକାର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୭ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍‌ର ସିରିଜ୍‌କୁ ୨-୧ରେ ଜିତି ନେଇଛି।

ଶେଷ ମ୍ୟାଚରେ ଭାରତର ଖେଳାଳିମାନେ କାହିଁକି ହାତରେ କଳାପଟି ବାନ୍ଧିଥିଲେ! ଜାଣନ୍ତୁ କାରଣ

ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯାଇଥିବା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଖେଳାଳିମାନେ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଥିଲେ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ଟିମ୍‌ର ସମସ୍ତ ସଦସ୍ୟ ନିଜ ବାହୁରେ କଳା ପଟି ବାନ୍ଧିଥିଲେ।

ଶେଷ ମ୍ୟାଚରେ ଭାରତର ଖେଳାଳିମାନେ କାହିଁକି ହାତରେ କଳାପଟି ବାନ୍ଧିଥିଲେ! ଜାଣନ୍ତୁ କାରଣ

ସୂଚନାଯୋଗ୍ୟ, ଶୁକ୍ରବାର ଜାନୁଆରି ୧୭ ତାରିଖରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ନୀଙ୍କ ପରଲୋକ ହୋଇଥିଲା। ବାପୁ ନାଦକର୍ନୀଙ୍କ ପରଲୋକରେ ଶୋକପ୍ରକାଶ କରି ଭାରତୀୟ ଖେଳାଳିମାନେ ନିଜର ବାହୁରେ ଏପରି କଳାପଟି ପିନ୍ଧିଥିବା ଜଣାପଡ଼ିଛି।

ଶେଷ ମ୍ୟାଚରେ ଭାରତର ଖେଳାଳିମାନେ କାହିଁକି ହାତରେ କଳାପଟି ବାନ୍ଧିଥିଲେ! ଜାଣନ୍ତୁ କାରଣ

ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ନୀ ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚରେ ରେକର୍ଡ କରି କ୍ରମାଗତ ୨୧ ଓଭରରେ ମେଡେନ ଓଭର ବୋଲିଂ ପାଇଁ ସେ ବିଶେଷ ଭାବେ ପରିଚିତ। ସେ ଦେଶ ତରଫରୁ ୪୧ଟି ଟେଷ୍ଟ ମ୍ୟାଚ ଖେଳି ୧୪୧୪ ରନ ସଂଗ୍ରହ କରିବା ସହ ୮୮ ଉଇକେଟ ହାସଲ କରିଥିଲେ। ୧୩ବର୍ଷ ପର୍ଯ୍ୟନ୍ତ ଭାରତୀୟ ଟିମ୍‌ ପାଇଁ ଟେଷ୍ଟ କ୍ରିକେଟ ଖେଳୁଥିବା ବାପୁ ନାଦକର୍ନୀଙ୍କ ୮୬ବର୍ଷ ବୟସରେ ନିଧନ ହୋଇଛି।