୨୦ ଜାନୁଆରୀ ୨୦୨୦ ସୋମବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ଶନିଙ୍କ ନକ୍ଷତ୍ରରେ ରବି ହେତୁ ବୟସ୍କ ବ୍ୟକ୍ତି କିମ୍ବା ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଲାଗିପାରେ । ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅତି ନିକଟରେ ରହୁଥିବା ବନ୍ଧୁଟିର ସାହାଯ୍ୟ ଆଶା କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ ଭାବେ କାର୍ଯ୍ୟ କରିବାରେ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ବୃଷ: ବିଶାଖା ନକ୍ଷତ୍ରରେ ଚନ୍ଦ୍ର ଥିବାରୁ ସାମାନ୍ୟ ବଚସା ମଧ୍ୟରେ ଯାହା ପାଇବା କଥା ତାହା
 
୨୦ ଜାନୁଆରୀ ୨୦୨୦ ସୋମବାରର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ଶନିଙ୍କ ନକ୍ଷତ୍ରରେ ରବି ହେତୁ ବୟସ୍କ ବ୍ୟକ୍ତି କିମ୍ବା ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଲାଗିପାରେ । ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅତି ନିକଟରେ ରହୁଥିବା ବନ୍ଧୁଟିର ସାହାଯ୍ୟ ଆଶା କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ ଭାବେ କାର୍ଯ୍ୟ କରିବାରେ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ।

ବୃଷ: ବିଶାଖା ନକ୍ଷତ୍ରରେ ଚନ୍ଦ୍ର ଥିବାରୁ ସାମାନ୍ୟ ବଚସା ମଧ୍ୟରେ ଯାହା ପାଇବା କଥା ତାହା ପାଇବେ। କର୍ମକ୍ଷେତ୍ରରେ କାମର ବାହାନା ଦେଖାଇ ସାଧାରଣ କଥାରେ ସହକର୍ମୀ ମୁହଁ ଫେରାଇ ନେଇପାରନ୍ତି। ସାହିତ୍ୟ, ଗବେଷଣା ଲେଖାପଢ଼ା, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।

ମିଥୁନ: ମଙ୍ଗଳ ଅଶ୍ୱିନୀ ନକ୍ଷତ୍ରସ୍ଥ ହେତୁ ପ୍ରାପ୍ତି ଆଶା ନିରର୍ଥକ ହୋଇପାରେ। ପାରିବାରିକ ଅଶାନ୍ତି ସୃଷ୍ଟି କରିବା ସାଙ୍ଗକୁ କର୍ମକ୍ଷେତ୍ର ମଧ୍ୟ ସମସ୍ୟା ଯୁକ୍ତ ରହିବ। ମାନସିକ ଅସ୍ଥିରତା କାରଣରୁ କଥାରେ ସଂଯମତା ହରାଇବେ ଓ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହେବ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।

କର୍କଟ: ବୁଧ ଭାଗ୍ୟାଧିପଙ୍କ ନକ୍ଷତ୍ରସ୍ଥ ହେତୁ ଭଲ ସମ୍ପର୍କ ନ ଥିବା ବନ୍ଧୁ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ଦୁଶ୍ଚିନ୍ତା ବଢିଯିବ।

ସିଂହ: ବୃହସ୍ପତି ଜ୍ୟେଷ୍ଠା ନକ୍ଷତ୍ରରେ ଥିବାରୁ କୌଣସି ବନ୍ଧୁଙ୍କ ସାହାଯ୍ୟରେ କାର୍ଯ୍ୟସିଦ୍ଧି ଘଟିବ। ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଭଲ, ଯାହା ଭାବିଛନ୍ତି ତାହା ସହଜ ଓ ସୁବିଧାରେ ସମ୍ପନ୍ନ କରିପାରିବେ । କିନ୍ତୁ ନିଜ ପରିସରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ ।

କନ୍ୟା: ଅସୁରଗୁରୁ ଶୁକ୍ର ବ୍ୟୟାଧିପ ରବିଙ୍କ ନକ୍ଷତ୍ରସ୍ଥ ହେତୁ ମନୋରଞ୍ଜନ ଦିଗରେ ଅର୍ଥବ୍ୟୟ କରିପାରନ୍ତି । ପ୍ରତ୍ୟେକ କାମରେ ଅଗ୍ରଣୀ ହେବେ ଓ ବନ୍ଧୁମାନଙ୍କ ନିକଟରୁ ପ୍ରଶଂସା ପ୍ରୋତ୍ସାହନ ମଧ୍ୟ ପାଇବେ । ପରିବାରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିପାରେ। ରାହୁଙ୍କ ପ୍ରଭାବରୁ ସ୍ତ୍ରୀଙ୍କ ସହ ବୁଝାମଣା ଠିକ୍‌ ରହି ନ ପାରେ ।

ତୁଳା: ଯୋଗକାରକ ଗ୍ରହ ଶନି ରାଶ୍ୟାଧିପ ଶୁକ୍ରଙ୍କ ନକ୍ଷତ୍ରସ୍ଥ ଯୋଗୁ ଯାହା ଇଚ୍ଛା କରୁଛନ୍ତି ସେଥିରେ କୌଣସି ଅସୁବିଧା ହେବ ନାହିଁ। ବିଭିନ୍ନ କ୍ଷେତ୍ରରେ ସମସ୍ୟା ଆସିବ କିନ୍ତୁ କୌଣସି ପ୍ରକାରର ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ ନାହିଁ । ଅଭାବ ରହିଥିଲେ ମଧ୍ୟ କିଏ ନା କିଏ ସାହାଯ୍ୟ କରିବେ ା ଆପଣଙ୍କ ଅଧିକାଂଶ ସମୟର ନୀରବତାକୁ ଅନ୍ୟମାନେ ଭୁଲ୍‌ ବୁଝିପାରନ୍ତି।

ବିଛା: ଭାଗ୍ୟସ୍ଥାନରେ ରାହୁ ଓ ଦ୍ୱାଦଶସ୍ଥ ଚନ୍ଦ୍ର ହେତୁ ଆପଣଙ୍କ ଆଶା ଓ କଳ୍ପନା ନୈରାଶ୍ୟଜନକ ସ୍ଥିତି ଉପତ୍ନ୍ନ କରିବ। କୌଣସି କ୍ଷେତ୍ରରେ ଚଟାପଟ୍‌ ନିର୍ଣ୍ଣୟାମତ୍କ ସିଦ୍ଧାନ୍ତ ଗ୍ରହଣ କରିବା ଠିକ୍‌ ହେବନି। ସାମାନ୍ୟ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦୀର୍ଘଦିନର ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ। ଅନ୍ୟାୟ ବିରୋଧରେ ସଂଗ୍ରାମ ଜାରି ରଖିଲେ ମଧ୍ୟ ପରୋକ୍ଷ ଶତ୍ରୁତା କାରଣରୁ ସହଯୋଗ ପାଇବେ ନାହିଁ ।

ଧନୁ: କେତୁଙ୍କ ନକ୍ଷତ୍ରରେ ରବି ଥିବାରୁ ନିଜଲୋକମାନଙ୍କ ବିରୋଧର ସାମନା କରି ମାନସିକ ସ୍ତରରେ ଅସୁଖୀ ରହିବେ। ମାନସିକ ଅସ୍ଥିରତା କାରଣରୁ କୌଣସି କାର୍ଯ୍ୟ ଶୃଙ୍ଖଳିତ ହୋଇପାରିବ ନାହିଁ । ଅବଶ୍ୟ ପୂର୍ବାଷାଢ଼ା ନକ୍ଷତ୍ର ଚେଷ୍ଟାକଲେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।

ମକର: ରାଶିରେ ଶୁକ୍ର ଆପଣଙ୍କୁ ମଜାମଉଜ ଓ ମନୋରଞ୍ଜନ ଦିଗରେ ଆକର୍ଷିତ କରିପାରନ୍ତି। କିନ୍ତୁ ଆପଣଙ୍କ ରୋକ୍‌ଠୋକ୍‌ କଥା ବନ୍ଧୁ ମନରେ ଦୁଃଖ ପ୍ରଦାନ କରିପାରେ। ସମ୍ପର୍କୀୟ ବନ୍ଧୁ କିମ୍ବା ପଡୋଶୀମାନେ ମନ ବୁଝିଲାଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇ କାର୍ଯ୍ୟ ହାସଲ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ର ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଗତି କରିବ ।

କୁମ୍ଭ: ଚନ୍ଦ୍ରଙ୍କ ଶୁଭସଂସ୍ଥାନ ବନ୍ଧୁମାନଙ୍କ ସହାୟତାରେ କାର୍ଯ୍ୟ ହାସଲର ମାର୍ଗ ଉନ୍ମୁକ୍ତ କରିପାରେ ା ନୀରବତା ଅବଲମ୍ବନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଚେଷ୍ଟା କରିପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ା ଉପରିସ୍ଥଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିଲେ ମଧ୍ୟ ମୁହଁ ଖୋଲି କିଛି କହି ପାରିବେ ନାହିଁ ।

ମୀନ: ପରିସ୍ଥିତିବଶତଃ ଆପଣଙ୍କ ବିରକ୍ତି ଓ ରୁକ୍ଷ ବ୍ୟବହାର ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ଅତୀତ ଘଟଣାର ବାରମ୍ବାର ପର୍ଯ୍ୟାଲୋଚନା ମାନସିକ ସ୍ଥିତିକୁ କଳୁଷିତ କରିବ। ସାମୟିକ ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ତଥାପି ସଭାସମିତି, କଳା,ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।