ଚାଣକ୍ୟ ନୀତି: ଏହି ସବୁ ଗୁଣ ଥିବା ବ୍ୟକ୍ତି ଶୀଘ୍ର ଓ ସହଜରେ ହୋଇଥାନ୍ତି ସଫଳ

ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ଥୟ। ତେବେ, ଆସନ୍ତୁ ଜାଣିବା ଚାଣକ୍ୟଙ୍କ କହିବା ଅନୁଯାୟୀ କେଉଁ ସବୁ ଗୁଣର ଅଧିକାରୀ ଜୀବନରେ ସହଜରେ ସଫଳତା ପାଇ ପାରିଥାନ୍ତି। ସମୟ ନଷ୍ଟ କରୁଥିଲେ ତାହାକୁ ନେଇ ମନରେ ପଶ୍ଚାତାପ ରହିବା ଉଚିତ। ଅଯଥା
 
ଚାଣକ୍ୟ ନୀତି: ଏହି ସବୁ ଗୁଣ ଥିବା ବ୍ୟକ୍ତି ଶୀଘ୍ର ଓ ସହଜରେ ହୋଇଥାନ୍ତି ସଫଳ

ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ଥୟ। ତେବେ, ଆସନ୍ତୁ ଜାଣିବା ଚାଣକ୍ୟଙ୍କ କହିବା ଅନୁଯାୟୀ କେଉଁ ସବୁ ଗୁଣର ଅଧିକାରୀ ଜୀବନରେ ସହଜରେ ସଫଳତା ପାଇ ପାରିଥାନ୍ତି।

ଚାଣକ୍ୟ ନୀତି: ଏହି ସବୁ ଗୁଣ ଥିବା ବ୍ୟକ୍ତି ଶୀଘ୍ର ଓ ସହଜରେ ହୋଇଥାନ୍ତି ସଫଳ

ସମୟ ନଷ୍ଟ କରୁଥିଲେ ତାହାକୁ ନେଇ ମନରେ ପଶ୍ଚାତାପ ରହିବା ଉଚିତ। ଅଯଥା କାମରେ ସମୟ ନଷ୍ଟ କରି ଖୁସି ମନାଉଥିବା ବ୍ୟକ୍ତି କେବେ ବି ଜୀବନରେ ସଫଳ ହୋଇପାରନ୍ତି ନାହିଁ। ଯଦି କେଉଁ କାରଣରୁ କିଛି ସମୟ ନଷ୍ଟ କରି ଦେଇଛନ୍ତି ତେବେ ନିଜର ଦୈନନ୍ଦିନ କାର୍ଯ୍ୟରୁ ସମୟ କାଢ଼ି ତାହାକୁ ଭରଣ କରନ୍ତୁ।

ଅର୍ଥ ଓ କ୍ଷମତା ଲୋଭରେ ପଡ଼ିଥିବା ବ୍ୟକ୍ତି କେବେ ସଫଳ ହୋଇପାରେନା। ଆପଣ ଯଦି ସଫଳତାର ମାନେ କେବଳ ଅର୍ଥ ଉପାର୍ଜନ ବୋଲି ଭାବୁଥାନ୍ତି ତେବେ ଏକଦମ ଭୁଲ୍‌ ଭାବୁଛନ୍ତି। ଜଣେ ସଫଳ ମଣିଷର ପରିଚୟ ଅର୍ଥ ନୁହେଁ ଲୋକପ୍ରିୟତା।

ଚାଣକ୍ୟ ନୀତି: ଏହି ସବୁ ଗୁଣ ଥିବା ବ୍ୟକ୍ତି ଶୀଘ୍ର ଓ ସହଜରେ ହୋଇଥାନ୍ତି ସଫଳ

କୌଣସି ନିଷ୍ପତ୍ତି ନେବା ପୂର୍ବରୁ କେବଳ ନିଜ ବିଷୟରେ ନୁହେଁ ବରଂ ସମାଜ ଉପରେ ଏହାର କିପରି ପ୍ରଭାବ ପଡୁଛି ସେ ବିଷୟରେ ବି ଚିନ୍ତା କରିବା ଉଚିତ୍‌। ବ୍ୟକ୍ତିଗତ ସଫଳତା ପ୍ରାପ୍ତିକୁ ସଫଳତା ଭାବେ ବିବେଚନା କରିବା ଭୁଲ ହୋଇଥାଏ। ଯଦି ଆମ ଦ୍ୱାରା କିଛି ସାମୂହିକ ମଙ୍ଗଳ ହୋଇପାରୁଛି ତାହା ହିଁ ପ୍ରକୃତ ସଫଳତା।

ଭଲ ଲୋକ ଓ ମନ୍ଦ ଲୋକର ପାର୍ଥକ୍ୟ ଜାଣିପାରିବା ଏକ ବଡ଼ ଗୁଣ। ଭଲ ମନ୍ଦର ପାର୍ଥକ୍ୟ ଜାଣିପାରିଲେ ସଫଳତା ପାଇବା ସହଜ ହୋଇଯାଏ। ଆମର ଭଲ ଚାହୁଁଥିବା ବ୍ୟକ୍ତିଙ୍କ ସହ ଅଧିକ ସମୟ ବିତାଇବା ସହ ଖଳ ଲୋକଙ୍କଠାରୁ ଦୂରାଇବାକୁ ହେବ ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ।