ପ୍ରଭାସଙ୍କୁ ନୁହେଁ, ଏହି ଭାରତୀୟ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି ସାଉଥ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ

ସାଉଥ୍ ଫିଲ୍ମର ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଜଣେ ଜଣାଶୁଣା ଅଭିନେତ୍ରୀ ସେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ବାହୁବଳୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ଯେଉଁଠାରୁ ସେ ଅଧିକ ଲୋକପ୍ରିୟ ହୋଇଥିଲେ। ସେହି ଫିଲ୍ମର ହିରୋ ପ୍ରଭାସଙ୍କ ସହ ତାଙ୍କ ଯୋଡିକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ମଝିରେ ଉଭୟେ ବିବାହ କରୁଥିବା ଖବର ସାମ୍ନାକୁ ଆସିଥିଲା। ତେବେ କରଣ ଜୋହରଙ୍କ ଶୋ’ ‘କଫି ୱିଥ୍ କରନ୍’ରେ ପ୍ରଭାସ ଏଥିରେ ପୂର୍ଣ୍ଣଚ୍ଛେଦ
 
ପ୍ରଭାସଙ୍କୁ ନୁହେଁ, ଏହି ଭାରତୀୟ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି ସାଉଥ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ

ସାଉଥ୍ ଫିଲ୍ମର ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଜଣେ ଜଣାଶୁଣା ଅଭିନେତ୍ରୀ ସେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ବାହୁବଳୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା ଯେଉଁଠାରୁ ସେ ଅଧିକ ଲୋକପ୍ରିୟ ହୋଇଥିଲେ। ସେହି ଫିଲ୍ମର ହିରୋ ପ୍ରଭାସଙ୍କ ସହ ତାଙ୍କ ଯୋଡିକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ମଝିରେ ଉଭୟେ ବିବାହ କରୁଥିବା ଖବର ସାମ୍ନାକୁ ଆସିଥିଲା। ତେବେ କରଣ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରନ୍‌’ରେ ପ୍ରଭାସ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ପ୍ରଭାସଙ୍କୁ ନୁହେଁ, ଏହି ଭାରତୀୟ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି ସାଉଥ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ

ଏହି ଶୋ’ରେ ପ୍ରଭାସ ସ୍ପଷ୍ଟ କରି ଦେଇଥିଲେ ଯେ ଅନୁଷ୍କା କେବଳ ତାଙ୍କର ଜଣେ ଭଲ ବନ୍ଧୁ। ଏହା ପରେ ଏ ଦୁହିଁଙ୍କ ଆଫେୟାରକୁ ନେଇ ଚର୍ଚ୍ଚା ବନ୍ଦ ହୋଇଯାଇଥିଲା। ତେବେ ଏବେ ଖବର ଆସିଛି ଯେ ଅନୁଷ୍କା ଜଣେ ଭାରତୀୟ କ୍ରିକେଟରଙ୍କୁ ଡେଟ୍‌ କରୁଛନ୍ତି ଓ ଖୁବ୍‌ଶୀଘ୍ର ସେମାନେ ବିବାହ ମଧ୍ୟ କରିବେ। ଏ ପର୍ଯ୍ୟନ୍ତ ସେହି କ୍ରିକେଟର ଜଣଙ୍କ କିଏ, ତାହା ଜଣାନପଡିଥିବା ବେଳେ ଶ୍ରେୟସ ଆଇୟର ବୋଲି ଚର୍ଚ୍ଚା ହେଉଛି।

ପ୍ରଭାସଙ୍କୁ ନୁହେଁ, ଏହି ଭାରତୀୟ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି ସାଉଥ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ

ସୂଚନାଯୋଗ୍ୟ, ଅନୁଷ୍କା ବର୍ତ୍ତମାନ ନିଜ ଅପ୍‌କମିଂ ଫିଲ୍ମ ‘ନିଶବ୍ଦମ୍’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଆର୍‌ ମାଧବନ୍‌ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ସୂଚନା ଅନୁଯାୟୀ, ଏହା ଏକ ସାଇଲେଣ୍ଟ ଥ୍ରୀଲର୍‌ ଫିଲ୍ମ। ଅନୁଷ୍କା ଏଥିରେ ଜଣେ ମୂକ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ଫେବୃଆରୀ ୨୧ରେ ରିଲିଜ୍ ହେବ।