୧୭ ଫେବୃଆରୀ ୨୦୨୦ ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜିର ଷଷ୍ଠସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ଆବଶ୍ୟକତା ଅନୁଭବ କରି ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ବୃଷ: ଚନ୍ଦ୍ରଙ୍କ ଏକାଦଶସ୍ଥ ଗ୍ରହମାନେ ଆପଣଙ୍କ ଆବଶ୍ୟକତା ପୂରଣ କରିବାରେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବେ । ଦୀର୍ଘଦିନରୁ ପରିକଳ୍ପନା କରିଥିବା ନୂତନ ଯୋଜନା ପାଇଁ ପରିବାରରୁ
 
୧୭ ଫେବୃଆରୀ ୨୦୨୦ ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜିର ଷଷ୍ଠସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ଆବଶ୍ୟକତା ଅନୁଭବ କରି ନୂତନ ଗୃହୋପକରଣ କ୍ରୟ କରିପାରନ୍ତି।

ବୃଷ: ଚନ୍ଦ୍ରଙ୍କ ଏକାଦଶସ୍ଥ ଗ୍ରହମାନେ ଆପଣଙ୍କ ଆବଶ୍ୟକତା ପୂରଣ କରିବାରେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବେ । ଦୀର୍ଘଦିନରୁ ପରିକଳ୍ପନା କରିଥିବା ନୂତନ ଯୋଜନା ପାଇଁ ପରିବାରରୁ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ବନ୍ଧୁଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। କିନ୍ତୁ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ ।

ମିଥୁନ: ରାହୁଙ୍କ କୁପ୍ରଭାବରେ ବିଭିନ୍ନ ପ୍ରକାର ଅଭାବ ଅନଟନ ମାନସିକ ଶାନ୍ତିକୁ ନଷ୍ଟ କରିପାରେ । ପାରିବାରିକ ସମସ୍ୟା କ୍ରମଶଃ ବଢ଼ିଯାଉଥିବାରୁ ମନର ଦୁଃଖକୁ ଲୁଚାଇ ରଖି ବନ୍ଧୁମାନଙ୍କ ସମ୍ମୁଖରେ ହସି ହସି ବାର୍ତ୍ତାଳାପ କରିପାରନ୍ତି। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।

କର୍କଟ: ରାଜଯୋଗ କାରଣରୁ ଦୀର୍ଘଦିନରୁ ଆଶା କରିଥିବା ଦିଗରୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଆନୁଷ୍ଠାନିକ ଅଥବା ପ୍ରଶାସନିକ ସ୍ତରରେ ଏପରି କି ଶିଳ୍ପ, ବାଣିଜ୍ୟରେ ମଧ୍ୟ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ। ଆକସ୍ମିକ ସ୍ଥାନାନ୍ତର ସୂଚନା ମନକୁ ଭାରାକ୍ରାନ୍ତ କରିପାରେ।

ସି˚ହ: କର୍ମକ୍ଷେତ୍ର ପ୍ରତି ଶନି ଓ ରାହୁଙ୍କ କୁପ୍ରଭାବଜନିତ ସମସ୍ୟା ଓ ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଚନ୍ଦ୍ର ପ୍ରଭାବରେ ବନ୍ଧୁମାନଙ୍କୁ ମଧୁର ବାକ୍ୟ କହି କାର୍ଯ୍ୟ ହାସଲ କରିନେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି । ଯାତ୍ରା, କ୍ରୀଡ଼ା ଓ ବିବାଦୀୟ କ୍ଷେତ୍ର ତଥା ପ୍ରତିଯୋଗିତାରେ କିନ୍ତୁ ସଫଳତା ପାଇପାରନ୍ତି।

କନ୍ୟା: ଚନ୍ଦ୍ରଙ୍କ ରାଶ୍ୟାବସ୍ଥାନ ହେତୁ ଯାହା ଚାହୁଁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ହେବନାହିଁ । ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ଅଧିକାଂଶ ସମୟ ବ୍ୟସ୍ତ ରହିବେ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ନିର୍ମାଣ, ଯୋଗାଯୋଗ, ସଙ୍ଗଠନ ଓ ପ୍ରଶାସନିକସ୍ତର ସମସ୍ୟାମୁକ୍ତ ରହିବ ।

ତୁଳା: ଦ୍ୱାଦଶ ଚନ୍ଦ୍ରଜନିତ କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। କଳା, ସାହିତ୍ୟ, ନୂତନ କାର୍ଯ୍ୟାରମ୍ଭ ଓ ଶିଳ୍ପ, ବ୍ୟବସାୟ, ପରିବହନରେ ଉନ୍ନତି କରିବେ । ଭୁଲ୍‌ ବୁଝାମଣା ଓ ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତି ଦେଖାଦେଇପାରେ।

ବିଛା: ଶନିଙ୍କ ପ୍ରଭାବଜନିତ ଅତୀତର କୌଣସି ଘଟଣା କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। କର୍ମକ୍ଷେତ୍ରରେ ଶତ୍ରୁତା ପଥରୋଧ କରୁଥିବାର ସନ୍ଦେହ କରି ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ରାଜନୀତି, ଆନୁଷ୍ଠାନିକ କାର୍ଯ୍ୟ, ନୂତନ ଯୋଜନାରମ୍ଭ ଓ ଦୂରଯାତ୍ରା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।

ଧନୁ: ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ପାରିବାରିକ କ୍ଷେତ୍ରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । କିନ୍ତୁ ଅଧିକାଂଶ ସମୟ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ । ସ୍ବାସ୍ଥ୍ୟ ସମସ୍ୟା ଯୋଗୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଯିବାର ଆଶଙ୍କା ରହିଛି।

ମକର: ମାନସିକ ଦୁଶ୍ଚିନ୍ତାଜନିତ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ। ଅପୂରଣୀୟ ଆଶା କିମ୍ବା ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିଲେ ସମାଲୋଚିତ ହୋଇପାରନ୍ତି।

କୁମ୍ଭ: ଆଜିର ଅଫିସ କାମ ସମୟରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ପାରିବାରିକ କ୍ଷେତ୍ରରେ କିନ୍ତୁ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇ ପ୍ରଶଂସିତ ହୋଇପାରନ୍ତି। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।

ମୀନ: ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ଟେନ୍‌ସନ ଜମା ଛାଡ଼ିବ ନାହିଁ । ବନ୍ଧୁମାନଙ୍କ ପରାମର୍ଶକୁ ଅନୁଧ୍ୟାନ କରି ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବେ। କିନ୍ତୁ ପାରିବାରିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିପାରେ। ରାଜନୈତିକ ସ୍ଥିତି ପ୍ରତି କୌଣସି ସମସ୍ୟାର ସୁରାକ ପାଇ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ ।