ମାର୍ଚ୍ଚ ୩ରେ ଦୋଷୀଙ୍କୁ ଫାଶୀର ତାରିଖ ସ୍ଥିର ହେବା ପରେ ମଧ୍ୟ ଖୁସି ନାହାନ୍ତି ନିର୍ଭୟାଙ୍କ ମା ଆଶା ଦେବୀ, ଜାଣନ୍ତୁ କାହିଁକି

ବହୁ ଚର୍ଚ୍ଚିତ ନିର୍ଭୟା ବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବାର ତାରିଖ ସ୍ଥିର ହୋଇଛି। ତାରିଖ ପରେ ତାରିଖ ଘୁଞ୍ଚିବା ଶେଷରେ ମାର୍ଚ୍ଚ ୩ ରେ ଫାଶୀ ଦିଆଯିବ। ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି। ପଟିଆଲା ହାଉସ୍ କୋର୍ଟରେ ପାଖାପାଖି ଏକ ଘଣ୍ଟାର ଶୁଣାଣି ପରେ ଏହି ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି। ତେବେ ଏହାକୁ ନେଇ ନିର୍ଭୟାଙ୍କ ମା ଙ୍କ ବୟାନ ମିଳିଛି ଯେ ସେ ଅତ୍ୟନ୍ତ
 
ମାର୍ଚ୍ଚ ୩ରେ ଦୋଷୀଙ୍କୁ ଫାଶୀର ତାରିଖ ସ୍ଥିର ହେବା ପରେ ମଧ୍ୟ ଖୁସି ନାହାନ୍ତି ନିର୍ଭୟାଙ୍କ ମା ଆଶା ଦେବୀ, ଜାଣନ୍ତୁ କାହିଁକି

ବହୁ ଚର୍ଚ୍ଚିତ ନିର୍ଭୟା ବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବାର ତାରିଖ ସ୍ଥିର ହୋଇଛି। ତାରିଖ ପରେ ତାରିଖ ଘୁଞ୍ଚିବା ଶେଷରେ ମାର୍ଚ୍ଚ ୩ ରେ ଫାଶୀ ଦିଆଯିବ। ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ପଟିଆଲା ହାଉସ୍‌ କୋର୍ଟରେ ପାଖାପାଖି ଏକ ଘଣ୍ଟାର ଶୁଣାଣି ପରେ ଏହି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି।

ମାର୍ଚ୍ଚ ୩ରେ ଦୋଷୀଙ୍କୁ ଫାଶୀର ତାରିଖ ସ୍ଥିର ହେବା ପରେ ମଧ୍ୟ ଖୁସି ନାହାନ୍ତି ନିର୍ଭୟାଙ୍କ ମା ଆଶା ଦେବୀ, ଜାଣନ୍ତୁ କାହିଁକି

ତେବେ ଏହାକୁ ନେଇ ନିର୍ଭୟାଙ୍କ ମା ଙ୍କ ବୟାନ ମିଳିଛି ଯେ ସେ ଅତ୍ୟନ୍ତ ଖୁସି ନାହାନ୍ତି। କାରଣ ନ୍ୟାୟ ପାଇଁ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡିଲାଣି। ଅବଶ୍ୟ ଶେଷକୁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି କିନ୍ତୁ ଏହା ତୃତୀୟ ଥର ହୋଇଥିବାରୁ ତାଙ୍କୁ ଏତେଟା ଖୁସି ଲାଗୁନାହିଁ ବୋଲି ସେ କହିଛନ୍ତି।

ମାର୍ଚ୍ଚ ୩ରେ ଦୋଷୀଙ୍କୁ ଫାଶୀର ତାରିଖ ସ୍ଥିର ହେବା ପରେ ମଧ୍ୟ ଖୁସି ନାହାନ୍ତି ନିର୍ଭୟାଙ୍କ ମା ଆଶା ଦେବୀ, ଜାଣନ୍ତୁ କାହିଁକି

ସେ ଆହୁରି କହିଛନ୍ତି ଯେଉଁଦିନ ନିର୍ଭୟା ମାମଲାର ଦୋଷୀମାନେ ଫାଶୀ ଖୁଣ୍ଟରେ ଝୁଲିବେ ସେଦିନ ସେ ଖୁସି ହେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ୨ଥର ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଏହାକୁ ପୁଣି ଘୁଞ୍ଚାଇ ଦିଆଯାଇଥିଲା। ଶେଷରେ ସୋମବାର ତୃତୀୟଥର ଲାଗି ଏମାନଙ୍କୁ ଫାଶୀ ଦେବାକୁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହି ଡେଥ୍‌ ଓ୍ବାରେଣ୍ଟ ଅନୁଯାୟୀ ସମସ୍ତ ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦିଆଯିବ।