୧୮ ଫେବୃଆରୀ ୨୦୨୦ ମଙ୍ଗଳବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜି ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ନେଇ ଅଭିଳଷିତ କାର୍ଯ୍ୟ କରିପାରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଦୋକାନବାଡି, ସତ୍ସଙ୍ଗ, ଆଲୋଚନା ତଥା ଭ୍ରମଣରେ ଲକ୍ଷ୍ୟ ପୂରଣ ହେବ। କିନ୍ତୁ ସାହିପଡ଼ିଶା, ବନ୍ଧୁବାନ୍ଧବ, ସହକର୍ମୀ, କରଜ ପ୍ରଭୃତିକୁ କେନ୍ଦ୍ରକରି କଳହ ଲାଗିପାରେ। ବୃଷ: ଉପରିସ୍ଥ କର୍ମଚାରୀଙ୍କ ସାହାଯ୍ୟ ନେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ପରିବାରରେ ଅସାବଧାନତାବଶତଃ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଯାତ୍ରା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ
 
୧୮ ଫେବୃଆରୀ ୨୦୨୦ ମଙ୍ଗଳବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ: ଆଜି ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ନେଇ ଅଭିଳଷିତ କାର୍ଯ୍ୟ କରିପାରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଦୋକାନବାଡି, ସତ୍‌ସଙ୍ଗ, ଆଲୋଚନା ତଥା ଭ୍ରମଣରେ ଲକ୍ଷ୍ୟ ପୂରଣ ହେବ। କିନ୍ତୁ ସାହିପଡ଼ିଶା, ବନ୍ଧୁବାନ୍ଧବ, ସହକର୍ମୀ, କରଜ ପ୍ରଭୃତିକୁ କେନ୍ଦ୍ରକରି କଳହ ଲାଗିପାରେ।

ବୃଷ: ଉପରିସ୍ଥ କର୍ମଚାରୀଙ୍କ ସାହାଯ୍ୟ ନେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ପରିବାରରେ ଅସାବଧାନତାବଶତଃ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଯାତ୍ରା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। କଳା, ସାହିତ୍ୟ ଓ ସଙ୍ଗୀତ ଆଦି ଆନୁଷ୍ଠାନିକ କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି।

ମିଥୁନ: ଆଜି ବନ୍ଧୁମିଳନ ସାଙ୍ଗକୁ ଅର୍ଥ ସମ୍ପର୍କିତ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବେ। ସତର୍କ ନ ରହିଲେ ପ୍ରତ୍ୟେକ କ୍ଷେତ୍ରରେ ଭଲ କହିଲେ ମଧ୍ୟ ଅନ୍ୟମାନେ ତାହାକୁ ଭେଲ ବୁଝତ୍ପାରନ୍ତି। ସନ୍ତାନଙ୍କ ବୈବାହିକ ସମ୍ପର୍କ ସ୍ଥାପନ ସକାଶେ ଆଲୋଚନା କରିବା ପାଇଁ ଭଲ ଦିନଟିଏ। ପାରିବାରିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।

କର୍କଟ: ଅନ୍ୟମାନଙ୍କ ନିକଟତର ହେବା ମାନସରେ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଭ୍ରମଣ କାଳରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ କିଛି ଖବର ଆପଣଙ୍କୁ ସାହାଯ୍ୟ କରିବେ । ପୂର୍ବାହ୍ନରେ ସାଧାରଣ କଥାକୁ ନେଇ ପରିବାରରେ ମତାନ୍ତର ଘଟିପାରେ।

ସି˚ହ: ଆକସ୍ମିକ ସମସ୍ୟାକୁ ପ୍ରତିହତ କରି କାର୍ଯ୍ୟକ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ। ଈର୍ଷାପରାୟଣ ବ୍ୟକ୍ତିବିଶେଷ ନିଜର ଦୋଷଦର୍ଶିତା ଗୁଣ ହେତୁ ସମାଲୋଚନା କରିପାରନ୍ତି। ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ। ଭାବପ୍ରବଣତାବଶତଃ ନିଜର ଅସଂଯତ କାର୍ଯ୍ୟକଳାପ ପାଇଁ ନିଜ ଲୋକମାନଙ୍କଠାରୁ ସମାଲୋଚିତ ହୋଇପାରନ୍ତି।

କନ୍ୟା: ଆଜିର କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ପ୍ରାୟତଃ ଭଲ ରହିବ। ଅଧିକାଂଶ ସମୟରେ ବିରୋଧ କଥା କହୁଥିବା କାରଣରୁ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ । ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇପାରେ।

ତୁଳା: ଆଜି ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡିକ ଆଶାନୁରୂପ ନ ହେବା କାରଣରୁ ମନ ଭଲ ରହିବ ନାହିଁ । ଭୋଗବିଳାସରେ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ କିନ୍ତୁ ଅଫିସ ଭିତରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଗୃହସୀମା, ଜମିଜମା ବିବାଦଜନିତ କଚେରି ମାମଲା ସକାଶେ ଚିନ୍ତା ବଢ଼ିପାରେ ।

ବିଛା: ବନ୍ଧୁଙ୍କ ଆହ୍ବାନକ୍ରମେ ସକାଳୁ ସକାଳୁ ଯାତ୍ରା କରିବାକୁ ପଡ଼ିପାରେ । ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ । ପ୍ରତିଟି ପଦକ୍ଷେପରେ ଅନ୍ୟର ଉପକାର ଚିନ୍ତା କରିବେ କିନ୍ତୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇପଡିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ପ୍ରତିଶ୍ରୁତି ପାଇ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ।

ଧନୁ: ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ କିନ୍ତୁ ବୟସ୍କଙ୍କ ଆଶ୍ୱାସନା ମନରେ ଆଶା ସଂଚାର କରିବ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀ ମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାର ସୂଚନା ରହିଛି। ଅଫିସ ସଂକ୍ରାନ୍ତୀୟ କୌଣସି ଶୁଭଖବର ପାଇ ଉଲ୍ଲସିତ ହେବେ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ ।

ମକର: ଆଜି ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ସଭାସମିତି, ନୂତନ କର୍ମାରମ୍ଭ ସକାଶେ ଦିନଟି ବହୁତ ଭଲ। କିନ୍ତୁ ମାଲିମକଦ୍ଦମା, ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଦୁଶ୍ଚିନ୍ତା ବଢ଼ିଯାଇପାରେ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାର ଚିନ୍ତା ସୃଷ୍ଟି ହେବ । ଠିକଣା ସମୟରେ ଉଚିତ ପଦକ୍ଷେପ ନେବା ଠିକ୍‌ ହେବ।

କୁମ୍ଭ: ସମସ୍ୟା ଲାଗିରହିଥିଲେ ମଧ୍ୟ କୌଣସି କାମ ବାଧାପ୍ରାପ୍ତ ହେବନାହିଁ । ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବନ୍ଧୁ ଓ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ। କର୍ମକ୍ଷେତ୍ରରେ ଧୀର ପାଣି ପଥର କାଟିବା ନ୍ୟାୟରେ କାମକରି ପ୍ରଶଂସିତ ହୋଇପାରନ୍ତି।

ମୀନ: ଆଜି ମନ ଯେମିତି ଚାହୁଁଛି ସେହି କ୍ରମରେ କାମ ଗୁଡିକ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ । ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ ହେବ। ଯେତେ ଭଲ କାମ କଲେ ମଧ୍ୟ ବନ୍ଧୁଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ । ଆଜିର ଆଲୋଚନାରେ କୌଣସି ନିଷ୍ପତ୍ତି ନେବାରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।