ଓଡିଶାରେ କରୋନା ରୋଗୀ ଚିହ୍ନଟ ଗୁଜବ: ଜାଣନ୍ତୁ ଭାଇରାଲ୍ ହେଉଥିବା ଫଟୋ ପଛର ରହସ୍ୟ

ଚୀନ୍ରେ ନୋଭେଲ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଛି। ଭାରତରେ ଏ ପର୍ଯ୍ୟନ୍ତ ୩ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଜଣେ ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଏହା ଏକ ଗୁଜବ ଥିଲା ବୋଲି ଜଣାପଡ଼ିଛି। ତେବେ ତାଙ୍କଠାରୁ ଚିହ୍ନଟ ହୋଇଥିବା ଭୂତାଣୁ ଚୀନ୍ରୁ ବିଶ୍ବକୁ ବ୍ୟାପିଥିବା ନୋଭେଲ କରୋନା ଭୂତାଣୁ ନୁହେଁ। ତେଣୁ ଏହାକୁ ଲୋକମାନେ ଅଯଥାରେ ଆତଙ୍କିତ ନ
 
ଓଡିଶାରେ କରୋନା ରୋଗୀ ଚିହ୍ନଟ ଗୁଜବ: ଜାଣନ୍ତୁ ଭାଇରାଲ୍ ହେଉଥିବା ଫଟୋ ପଛର ରହସ୍ୟ

ଚୀନ୍‌ରେ ନୋଭେଲ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଛି। ଭାରତରେ ଏ ପର୍ଯ୍ୟନ୍ତ ୩ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଜଣେ ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଏହା ଏକ ଗୁଜବ ଥିଲା ବୋଲି ଜଣାପଡ଼ିଛି। ତେବେ ତାଙ୍କଠାରୁ ଚିହ୍ନଟ ହୋଇଥିବା ଭୂତାଣୁ ଚୀନ୍‌ରୁ ବିଶ୍ବକୁ ବ୍ୟାପିଥିବା ନୋଭେଲ କରୋନା ଭୂତାଣୁ ନୁହେଁ। ତେଣୁ ଏହାକୁ ଲୋକମାନେ ଅଯଥାରେ ଆତଙ୍କିତ ନ ହେବା ପାଇଁ ସଂପୃକ୍ତ ହସ୍ପିଟାଲ ସମେତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡିଶାରେ କରୋନା ରୋଗୀ ଚିହ୍ନଟ ଗୁଜବ: ଜାଣନ୍ତୁ ଭାଇରାଲ୍ ହେଉଥିବା ଫଟୋ ପଛର ରହସ୍ୟ

ଗତକାଲି ଓଡିଶାର ଏକ ଘରୋଇ ହସ୍ପିଟାଲରେ ଜଣେ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ବୋଲି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ସଂପୃକ୍ତ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ହସ୍ପିଟାଲର ଲାବୋରେଟାରି‌ ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ମାତ୍ର ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ତାଙ୍କ ନିକଟରେ ଏଭଳି କୌଣସି ରିପୋର୍ଟ ନ ଥିବା କୁହିଛନ୍ତି।

ଓଡିଶାରେ କରୋନା ରୋଗୀ ଚିହ୍ନଟ ଗୁଜବ: ଜାଣନ୍ତୁ ଭାଇରାଲ୍ ହେଉଥିବା ଫଟୋ ପଛର ରହସ୍ୟ

ମିଳିଥିବା ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ହେଲେ ବିଜୟ କୁମାର ନାୟକ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ବ୍ୟକ୍ତିଙ୍କଠାରେ କମନ୍‌ କରୋନା ଭାଇରସ୍‌ ଚିହ୍ନଟ ହୋଇଛି। ତେବେ ଏହା ନୋଭେଲ କରୋନା କିମ୍ବା କୋଭିଡ୍‌ ୧୯ ନୁହେଁ। ସାଧାରଣତଃ କମନ୍‌ କରୋନା ସାଧାରଣତଃ ନିମୋନିଆରେ ଦେଖାଦେଇଥାଏ। ତେବେ ଚାଇନାରେ ଆତଙ୍କ ଖେଳାଇଥିବା ନୋଭେଲ୍‌ କରୋନା ବା କୋଭିଡ୍‌ ୧୯ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଏଣୁ ଭାଇରାଲ ଖବରକୁ ନେଇ ଲୋକେ ଆତଙ୍କିତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଅନ୍ୟପଟେ ଉକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। କରୋନାରେ ଆକ୍ରାନ୍ତ ସନ୍ଦେହ କରାଯାଉଥିବା ବିଜୟ ନିମୋନିଆରେ ପୀଡ଼ିତ ଅଛନ୍ତି। ସେ ନୋଭେଲ୍‌ କରୋନା ବା କୋଭିଡ୍‌ ୧୯ରେ ଆକ୍ରାନ୍ତ ନୁହଁନ୍ତି ବୋଲି ହସ୍ପିଟାଲ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।