ଶରୀର ପାଇଁ ବିଷ ଗର୍ଭନିରୋଧକ ବଟିକା: ଏହାର ଏହି ୫ଟି ବଡ କ୍ଷତି ବିଷୟରେ ଜାଣିଲେ ଖାଇବା ପୂର୍ବରୁ ୧୦ଥର ଭାବିବେ

ଆଧୁନିକ ସମାଜରେ ମହିଳମାନଙ୍କର ଗର୍ଭ ନିରୋଧକ ବଟିକା ସେବନ ଏକ ସାଧାରଣ କଥା। ଏହାକୁ ଜନ୍ମ ନିୟନ୍ତ୍ରଣର ଏକ ଭଲ ଉପାୟ ବୋଲି ମନେ କରନ୍ତି ଦମ୍ପତି।ଆଜିକାଲି ପ୍ରତି ଦମ୍ପତି ବିବାହ ପରେ ସନ୍ତାନ ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ଲାଗି ଅନେକ ସମୟରେ ମହିଳାମାନେ ଗର୍ଭନିରୋଧକ ବଟିକା ସେବନ କରିଥାନ୍ତି। ଗୋଟିଏ ସର୍ଭେ ଅନୁସାରେ ଜଣାପଡିଛି ଯେ, ଗୋଟିଏ ବର୍ଷରେ ଭାରତର ମୋଟ ୧ କୋଟି ମହିଳା ଗର୍ଭ ନିରୋଧକ
 
ଶରୀର ପାଇଁ ବିଷ ଗର୍ଭନିରୋଧକ ବଟିକା: ଏହାର ଏହି ୫ଟି ବଡ କ୍ଷତି ବିଷୟରେ ଜାଣିଲେ ଖାଇବା ପୂର୍ବରୁ ୧୦ଥର ଭାବିବେ

ଆଧୁନିକ ସମାଜରେ ମହିଳମାନଙ୍କର ଗର୍ଭ ନିରୋଧକ ବଟିକା ସେବନ ଏକ ସାଧାରଣ କଥା। ଏହାକୁ ଜନ୍ମ ନିୟନ୍ତ୍ରଣର ଏକ ଭଲ ଉପାୟ ବୋଲି ମନେ କରନ୍ତି ଦମ୍ପତି।ଆଜିକାଲି ପ୍ରତି ଦମ୍ପତି ବିବାହ ପରେ ସନ୍ତାନ ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ଲାଗି ଅନେକ ସମୟରେ ମହିଳାମାନେ ଗର୍ଭନିରୋଧକ ବଟିକା ସେବନ କରିଥାନ୍ତି। ଗୋଟିଏ ସର୍ଭେ ଅନୁସାରେ ଜଣାପଡିଛି ଯେ, ଗୋଟିଏ ବର୍ଷରେ ଭାରତର ମୋଟ ୧ କୋଟି ମହିଳା ଗର୍ଭ ନିରୋଧକ ବଟିକା ଖାଇ ନିଜ ଗର୍ଭବତୀ ହେବା ଆଶଙ୍କା ଦୂର କରୁଛନ୍ତି। ଏଥିରେ ହୁଏତ ବିନା କୌଣସି କଷ୍ଟରେ ଗର୍ଭ ନିରୋଧ ହୋଇଥାଏ କିନ୍ତୁ ଏହାର ଅନେକ କୁପ୍ରଭାଵ ମଧ୍ୟ ରହିଛି। ଏହି କୁପ୍ରଭାଵ ଯୋଗୁଁ ବଟିକା ସେବନ କରୁଥିବା ମହିଳାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ। ତେବେ ଏହାର କିଛି କୁପ୍ରଭାଵ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ। ଆସନ୍ତୁ ଜାଣିବା।

ଶରୀର ପାଇଁ ବିଷ ଗର୍ଭନିରୋଧକ ବଟିକା: ଏହାର ଏହି ୫ଟି ବଡ କ୍ଷତି ବିଷୟରେ ଜାଣିଲେ ଖାଇବା ପୂର୍ବରୁ ୧୦ଥର ଭାବିବେ

ଓଜନ : ଏହି ବଟିକା ମହିଳାଙ୍କର ଓଜନ ବଢାଇଦିଏ। ଓଜନ ଏତେମାତ୍ରାରେ ଏବଂ ଏତେ ଶୀଘ୍ର ବଢେ ଯେ, ଏହା ଅନେକ ରୋଗର କାରଣ ହୋଇଯାଇଥାଏ। ଯେଉଁ ଯୁବତୀମାନେ ଲଗାତାର ଗର୍ଭନିରୋଧକ ବଟିକାର ସେବନ କରିଥାନ୍ତି ସେମାନଙ୍କ ଓଜନ ସାଧାରଣ ଠାରୁ ଅଧିକ ବଢିଯାଏ। ବେଳେବେଳେ ଓଜନ ଏତେ ଅଧିକ ବଢିଯାଏ ଯେ ଯୁବତୀଙ୍କୁ ଅନେକ ରୋଗର ଶିକାର ହେବାକୁ ପଡେ। ତେଣୁ ଡାକ୍ତରଙ୍କ ଅନୁମତି ବିନା ଏହି ବଟିକାକୁ ଖାଇବାର ଭୁଲ୍ କରନ୍ତୁ ନାହିଁ।

ରକ୍ତର ଅଶୁଦ୍ଧତା : ଏହି ବଟିକାର ନିୟମିତ ସେବନ ଦ୍ୱାରା ରକ୍ତରେ ଅଶୁଦ୍ଧତା ଦେଖାଯାଏ। ରକ୍ତ ଅଶୁଦ୍ଧ ହେବା ଯୋଗୁଁ କ୍ଷତ ହେଲେ ଆବଶ୍ୟକଠାରୁ ଅଧିକ ରକ୍ତ ନିର୍ଗତ ହୁଏ। ଗର୍ଭନିରୋଧକ ବଟିକାର ଲଗାତାର ସେବନ ରକ୍ତର ଅଶୁଦ୍ଧତାର ବି ଏକ ବଡ କାରଣ ହୋଇଥାଏ। ଯଦି କୌଣସି ଯୁବତୀଙ୍କ ରକ୍ତରେ ଅଶୁଦ୍ଧତା ଦେଖାଦିଏ ତେବେ ଅଳ୍ପ କ୍ଷତ ହେବା କ୍ଷଣି ଅଧିକ ରକ୍ତ ବୋହିବା ଭଳି ଅସୁବିଧା ଦେଖାଦିଏ।

ଶରୀର ପାଇଁ ବିଷ ଗର୍ଭନିରୋଧକ ବଟିକା: ଏହାର ଏହି ୫ଟି ବଡ କ୍ଷତି ବିଷୟରେ ଜାଣିଲେ ଖାଇବା ପୂର୍ବରୁ ୧୦ଥର ଭାବିବେ

ରୋଗପ୍ରତିରୋଧକ କ୍ଷମତା : ଗର୍ଭ ନିରୋଧକ ବଟିକା ଖାଇବା ଦ୍ୱାରା ମହିଳାଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି କମିଯାଏ। ଫଳରେ ଅନେକ ରୋଗର ଶିକାର ହେବାକୁ ପଡେ ଏବଂ ରୋଗ ହେଲେ ସହଜରେ ଭଲ ହୋଇପାରେ ନାହିଁ।ଗର୍ଭନିରୋଧକ ବଟିକାର ଆଉ ଏକ ଖରାପ ଗୁଣ ହେଉଛି ଏହାକୁ ଯେତେ ଅଧିକ ବ୍ୟବହାର କରିବେ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଏ। ଇମ୍ୟୁନିଟି ସିଷ୍ଟମ କମିଯିବା ପରେ ମହିଳାଙ୍କୁ ଅଧିକ ରୋଗ ମଧ୍ୟ ହୋଇଥାଏ ଏବଂ ଏହି ରୋଗ ଶୀଘ୍ର ମଧ୍ୟ ଠିକ୍ ହୋଇନଥାଏ।

ଛୁଆ ଜନ୍ମ କରିବା କ୍ଷମତା କମିଯିବା : ଗର୍ଭନିରୋଧକ ବଟିକାର ଅଧିକ ସେବନ କରିବାଦ୍ୱାରା ମୁଣ୍ଡବ୍ୟଥା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଯାଏ। ବେଳେବେଳେ ସମସ୍ୟା ଏତେ ବଢିଯାଏ ଯେ ବନ୍ଧ୍ୟାପଣରେ ମଧ୍ୟ ଆକ୍ରାନ୍ତ ହେବାକୁ ପଡେ।

ଶରୀର ବ୍ୟଥା : ଏହି ବଟିକା ଖାଇବା ଦ୍ୱାରା ଅସମୟରେ ମୁଣ୍ଡରେ ବ୍ୟଥା ଏବଂ ଶରୀର ଯନ୍ତ୍ରଣା ଅନୁଭବ ହୋଇଥାଏ।