୨୦ ଫେବୃଆରୀ ୨୦୨୦ ଗୁରୁବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଅଶ୍ୱିନୀ ନକ୍ଷତ୍ରସ୍ଥ ରବି ଓ ଆପଣଙ୍କ ସୁସ୍ଥ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ପ୍ରଭାବିତ କରି ସମସ୍ୟାମୂଳକ ଚିନ୍ତାରେ ବ୍ୟଥିତ କରାଇପାରନ୍ତି ବନ୍ଧୁମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାହିତ୍ୟ, ସଂସ୍କୃତି, କଳା, ସଙ୍ଗୀତ,ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ପରିବାରରେ ନିଜ ଲୋକମାନଙ୍କ ପକ୍ଷପାତିତାକୁ ଦେଖି ବ୍ୟସ୍ତ ହେବେ। ବୃଷ: ଶନି ଯୁକ୍ତ ଚନ୍ଦ୍ର ମାନସିକ ସ୍ତରକୁ ଚିନ୍ତିତ କରାଇବା ସହ ପ୍ରତ୍ୟେକ କ୍ଷେତ୍ରରେ ଦ୍ୱନ୍ଦ୍ୱଯୁକ୍ତ କରାଇପାରନ୍ତି। ଅବଶ୍ୟ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସଙ୍ଗକୁ
 
୨୦ ଫେବୃଆରୀ ୨୦୨୦ ଗୁରୁବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ଅଶ୍ୱିନୀ ନକ୍ଷତ୍ରସ୍ଥ ରବି ଓ ଆପଣଙ୍କ ସୁସ୍ଥ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ପ୍ରଭାବିତ କରି ସମସ୍ୟାମୂଳକ ଚିନ୍ତାରେ ବ୍ୟଥିତ କରାଇପାରନ୍ତି ବନ୍ଧୁମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାହିତ୍ୟ, ସଂସ୍କୃତି, କଳା, ସଙ୍ଗୀତ,ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ପରିବାରରେ ନିଜ ଲୋକମାନଙ୍କ ପକ୍ଷପାତିତାକୁ ଦେଖି ବ୍ୟସ୍ତ ହେବେ।

ବୃଷ: ଶନି ଯୁକ୍ତ ଚନ୍ଦ୍ର ମାନସିକ ସ୍ତରକୁ ଚିନ୍ତିତ କରାଇବା ସହ ପ୍ରତ୍ୟେକ କ୍ଷେତ୍ରରେ ଦ୍ୱନ୍ଦ୍ୱଯୁକ୍ତ କରାଇପାରନ୍ତି। ଅବଶ୍ୟ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସଙ୍ଗକୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ସହକର୍ମୀମାନଙ୍କ ପରାମର୍ଶ କ୍ରମେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନ, ନିର୍ମାଣ, ଆଇନ, ଅଦାଲତ, ଜମିଜମା କ୍ଷେତ୍ରରେ କାର୍ଯ୍ୟ ସାଧିତ ହେବ।

ମିଥୁନ: ଷଷ୍ଠ ଏକାଦଶାଧିପତି ମଙ୍ଗଳ ଦ୍ୱାଦଶସ୍ଥ ରହି ଆପଣଙ୍କୁ ଋଣମୁଲଗତ କରାଇବା ସଙ୍ଗେ ଶତ୍ରୁମାନଙ୍କୁ ପରାସ୍ତ କରିବେ। ପ୍ରତ୍ୟେକ ପରିସ୍ଥିତିରେ ନିଜଲୋକ ଦ୍ୱାରା ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ସନ୍ତାନ ହେତୁକ କୈାଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଭୁଲ୍‌ ବୁଝାମଣା ଓ ପାରଷ୍ପରିକ ମତଭେଦ କାରଣରୁ ପାରିବାରିକ ଅଶାନ୍ତିରେ ଅସ୍ଥିରତା ଅନୁଭବ କରିପାରନ୍ତି।

କର୍କଟ: ଭାଗ୍ୟସ୍ଥାନରେ ବ୍ୟୟାଧିପ ଅବସ୍ଥାନ କରି ଆପଣଙ୍କ ଉଦ୍ୟମରେ ବାଧାବିଘ୍ନ ସୃଷ୍ଟି କରିପାରନ୍ତି। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିର ଅଙ୍କାବଙ୍କା ରାସ୍ଥାରେ ଇଚ୍ଛା ନ ଥାଇ ମଧ୍ୟ ଚାଲିବାକୁ ବାଧ୍ୟ ହେବେ। ପାରିବାରିକ ଆବଶ୍ୟକତାକୁ ନେଇ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନ ଅବସରରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।

ସିଂହ: ଚତୁର୍ଥକେନ୍ଦ୍ରରେ ବୃହସ୍ପତି ପାରିବାରିକ ଜୀବନକୁ ସରସ ସୁନ୍ଦର କରାଇବାରେ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତିରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ପାରିବାରିକ ସମସ୍ୟା ବଢ଼ିଯାଇପାରେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଅଧିକାଂଶ ସମୟ ବିତିଯାଇପାରେ।

କନ୍ୟା: ଚତୁର୍ଥସ୍ଥ ଶନି ଯୁକ୍ତ ଚନ୍ଦ୍ର ପାରିବାରିକ ଓ କର୍ମକ୍ଷେତ୍ରରେ ନକାରାମତ୍କ ମାନସିକ ଚିନ୍ତା ସୃଷ୍ଟି କରିବେ। ବିକ୍ଷିପ୍ତ ଭାବଧାରାର ଅବ୍ୟବସ୍ଥିତ ମନ ସାମାଜିକ ସ୍ଥିତିକୁ ମଧ୍ୟ ବିଶୃଙ୍ଖଳିତ କରିପାରେ। ଜଣେ ଅତି ପରିଚିତ ହିତୈଷୀଙ୍କ ସାହାଯ୍ୟରୁ ସଠିକ୍‌ ଦିଗ୍ଦର୍ଶନ ଲାଭକରି କେତେକାଂଶରେ ଉପକୃତ ହେବେ। ଏହା ବ୍ୟତୀତ ସବୁ ପ୍ରକାରର ସୁବିଧା ଥିଲେ ମଧ୍ୟ ଅନ୍ୟାନ୍ୟ କ୍ଷେତ୍ରରେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ତୁଳା: ଭାଗ୍ୟସ୍ଥାନରେ ରାହୁ ଆପଣଙ୍କ ଧନହାନୀ, ବନ୍ଧୁଙ୍କ ସହ ତିକ୍ତ ଆଲୋଚନା ସୃଷ୍ଟି କରିପାରେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ତଥାପି ପରିସ୍ଥିତିବଶତଃ କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ରପ୍ତାନୀ ,ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ଓ ପରିବହନରେ ସମସ୍ୟା ଲାଗି ରହିବ।

ବିଛା: ମୁଖଭାବରେ କେତୁ ଆପଣଙ୍କ କଥାବାର୍ତ୍ତାକୁ ନେଇ ବିତର୍କ ସୃଷ୍ଟିହେବାର ଆଶଙ୍କା ଉପୁଜିପାରେ। ବୃହସ୍ପତିଙ୍କ ଦୃଷ୍ଟି ଜନିତ ସ୍ବାସ୍ଥ୍ୟରେ ଉନ୍ନତି, ଆର୍ଥିକ ପ୍ରଗତି ଓ ଉନ୍ନତ ଚିନ୍ତା ମଧ୍ୟ ଅନୁରାଧା ନକ୍ଷତ୍ର କରିପାରନ୍ତି। ପାରିବାରିକ ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ମାତ୍ର ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିିତା ତଥା ବିବାଦୀୟ ପରିସ୍ଥିତି, କ୍ରୀଡା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସଫଳତା ମିଳିପାରେ।

ଧନୁ: ସାମୟିକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପ୍ରାୟତଃ ଦିନଟିରେ ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ପାରିବାରିକ, ପ୍ରଶାସନ, ଯାନବାହନ, କଳା, ସାହିତ୍ୟ, ସଙ୍ଗୀତ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଅଘାତ ଦେଇପାରେ। ତଥାପି ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି।

ମକର: ଆପଣ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବାଣିଜ୍ୟ, ବ୍ୟବସାୟ ତଥା ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନି ଯୋଗ କରିବା ପାଇଁ ଚେଷ୍ଟା କରିବେ। ମାଲିମକଦ୍ଦମା କିମ୍ବା ଜମିଜମା ବିବାଦର ସମାଧାନ ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟପ୍ରତି ଅବହେଳା କରି ଅନୁତାପ କରି ପାରନ୍ତି।

କୁମ୍ଭ: ବଳବାନ୍‌ ଶନିଙ୍କ କୃପାଦୃଷ୍ଟି ଫଳରେ ସ୍ବାସ୍ଥ୍ୟ ଭଲ ରହିବା ସହ ଅନ୍ୟମାନଙ୍କର ପରୋକ୍ଷ ଶତ୍ରୁତା ଆପଣଙ୍କ କୌଣସି କାମକୁ ଅଟକାଇ ପାରିବ ନାହିଁ। ସହକର୍ମୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ସଭାସମିତିରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ସଂସ୍ପର୍ଶରେ ଆସିବେ, ଯଦ୍ୱାରା ଆପଣ କେତେକ ବ୍ୟକ୍ତିଗତ ପରାମର୍ଶ ଲାଭକରିବାର ସୁଯୋଗ ପାଇ ପାରିବେ।

ମୀନ: ଗ୍ରହସ୍ଥିତିର ଅନୁକୂଳତା ପ୍ରାପ୍ତ ହୋଇ ପ୍ରତ୍ୟେକ କାମକୁ ବିନା ଟେନ୍ସନରେ ସମ୍ପନ୍ନ କରିପାରିବେ। ସଭାସମିତି, ଆଲୋଚନା, ସମ୍ପର୍କସ୍ଥାପନ ତଥା ବ୍ୟବସାୟ, ବାଣିଜ୍ୟ, ନିର୍ମାଣ, ଶେୟାର ବଜାର, ପରିବହନରେ ଲାଭବାନ ହେବେ। ଅର୍ଥନୈତିକ ଅଭିବୃଦ୍ଧି ସଙ୍ଗକୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଶଂସିତ ହେବାର ସୌଭାଗ୍ୟ ଲାଭ କରିବେ। କୃତି ଓ କୃତିତ୍ୱକୁ ନେଇ ସମସ୍ତଙ୍କର ଆଦରଣୀୟ ହେହୋଇପାରନ୍ତି।