କ୍ରିକେଟରୁ ଅବସର ଘୋଷଣା କଲେ ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା, କହିଲେ ଏହି କାରଣ ପାଇଁ ନେଲି ଅବସର

ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ସମସ୍ତ ଫର୍ମାଟରୁ ଅବସର ନେଇଥିବା ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ସେ ବିସିସିଆଇ ସମେତ ସମସ୍ତ କ୍ରିକେଟ ପ୍ରେମିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ଭିଭିଏସ ଲକ୍ଷ୍ମଣ, ଭେଙ୍କଟପତି ରାଜୁ ଓ ମହେନ୍ଦ୍ର ସିଂ ଧୋନିଙ୍କୁ କୃତଜ୍ଞତା ଜଣାଇଲେ ପ୍ରଜ୍ଞାନ। ଟ୍ୱିଟ କରି ପ୍ରଜ୍ଞାନ କହିଛନ୍ତି ବେଙ୍ଗଲ କ୍ରିକେଟ ଓ ବିହାର କ୍ରିକେଟ ମୋ ଖରାପ ସମୟରେ ମତେ ବହୁତ୍ ସପୋର୍ଟ କରିଛନ୍ତି। ସୌରଭ
 
କ୍ରିକେଟରୁ ଅବସର ଘୋଷଣା କଲେ ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା, କହିଲେ ଏହି କାରଣ ପାଇଁ ନେଲି ଅବସର

ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ସମସ୍ତ ଫର୍ମାଟରୁ ଅବସର ନେଇଥିବା ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ସେ ବିସିସିଆଇ ସମେତ ସମସ୍ତ କ୍ରିକେଟ ପ୍ରେମିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ଭିଭିଏସ ଲକ୍ଷ୍ମଣ, ଭେଙ୍କଟପତି ରାଜୁ ଓ ମହେନ୍ଦ୍ର ସିଂ ଧୋନିଙ୍କୁ କୃତଜ୍ଞତା ଜଣାଇଲେ ପ୍ରଜ୍ଞାନ।

କ୍ରିକେଟରୁ ଅବସର ଘୋଷଣା କଲେ ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା, କହିଲେ ଏହି କାରଣ ପାଇଁ ନେଲି ଅବସର

ଟ୍ୱିଟ କରି ପ୍ରଜ୍ଞାନ କହିଛନ୍ତି ବେଙ୍ଗଲ କ୍ରିକେଟ ଓ ବିହାର କ୍ରିକେଟ ମୋ ଖରାପ ସମୟରେ ମତେ ବହୁତ୍ ସପୋର୍ଟ କରିଛନ୍ତି। ସୌରଭ ଗାଙ୍ଗୁଲି ଯିଏକି ମତେ ପ୍ରତି ମୁହୂର୍ତ୍ତରେ ସାହାଯ୍ୟ କରିଛନ୍ତି। ଏହାସହ ମତେ ଆଇପିଏଲ ରେ ଖେଳିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ମୁମ୍ବାଇ ଇଣ୍ଡିଆନ ଓ ଡେକାନ ଚାର୍ଜସକୁ ଧନ୍ୟବାଦ ଅର୍ପଣ କରୁଛି। କିଛି ବର୍ଷରୁ ଭାରତୀୟ ଦଳରେ ସ୍ଥାନ ମିଳିବାକୁ ନେଇ ସେ କହିଛନ୍ତି ବୋଧ ହୁଏ ମୋ ପ୍ରଦର୍ଶନ ଆଗ ଅପେକ୍ଷା ଏବେ ଭଲ ରହି ନାହିଁ ଯାହା ପାଇଁ ମତେ ଭାରତୀୟ ଦଳ ଓ ଆଇପିଏଲ ରେ ସ୍ଥାନ ମିଳୁନାହିଁ।

କ୍ରିକେଟରୁ ଅବସର ଘୋଷଣା କଲେ ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା, କହିଲେ ଏହି କାରଣ ପାଇଁ ନେଲି ଅବସର

୨୦୦୮ରେ ସେ ବାଂଲାଦେଶ ବିରୋଧରେ ଦିନିକିଆ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଟିମ୍‌ ଇଣ୍ଡିଆ ତରଫରୁ ସେ ମୋଟ ୧୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୨୧ଟି ୱିକେଟ୍ ଅକ୍ତିଆର୍ କରିଥିଲେ। ଶେଷ ଥର ପାଇଁ ୨୦୧୨ ମସିହା ଜୁଲାଇ ୨୪ ତାରିଖରେ ସେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେହିପରି ୨୦୦୯ରେ ସେ ଟେଷ୍ଟ୍‌ ମ୍ୟାଚ୍ ଡେବ୍ୟୁ କରିଥିଲେ। ସେ ଟିମ୍‌ ଇଣ୍ଡିଆରେ ସାମିଲ ହୋଇ ୨୪ଟି ଟେଷ୍ଟ୍ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। ୨୪ଟି ଟେଷ୍ଟରୁ ସେ ୧୧୩ଟି ୱିକେଟ୍ ନେଇଥିଲେ। ଶେଷଥର ପାଇଁ ୨୦୧୩ରେ ନଭେମ୍ବର ମାସରେ ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ସେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଏହାପରେ ସେ ଆଉ ଟିମ୍ ଇଣ୍ଡିଆରେ ସାମିଲ୍ ହୋଇପାରି ନଥିଲେ। ସେ ୧୪ ବର୍ଷ ଧରି ହାଇଦ୍ରାବାଦ କ୍ରିକେଟ୍‌ ଆସୋସିଏସନ୍‌ ତରଫରୁ ଖେଳିଥିଲେ।