ଟ୍ରମ୍ପ ରହିବେ ଯେଉଁ ହୋଟେଲରେ, ସେଠି ରୁମ୍ ର ଗୋଟେ ରାତିର ଭଡା ଜାଣି ହୋସ୍ ଉଡିଯିବ ଆପଣଙ୍କର

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏହି ଯାତ୍ରା ରେ ତାଙ୍କ ସହିତ ଆସିବେ ପୁରା ପରିବାର। ପୂର୍ବରୁ କେବଳ ମେଲାନିଆ ଟ୍ରମ୍ପ ଆସୁଥିବା ଚର୍ଚ୍ଚା ହେଉଥିଲା। ହେଲେ ଆମେରିକା ରାଷ୍ଟ୍ରପତିଙ୍କ ସହିତ ଆସୁଥିବା ପ୍ରତିନିଧି ମଣ୍ଡଳୀରେ ଅଛନ୍ତି ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁସନର। ୨୪ ଓ ୨୫ ଫେବୃଆରୀ ଦୁଇ ଦିନିଆ ଭାରତ ଗ୍ରସ୍ତ କରିବେ ଟ୍ରମ୍ପ। ତେବେ ଭାରତ ବି ତାଙ୍କ ସ୍ୱାଗତ ପାଇଁ କୌଣସି ଜିନିଷରେ ହାତଛଡା
 
ଟ୍ରମ୍ପ ରହିବେ ଯେଉଁ ହୋଟେଲରେ, ସେଠି ରୁମ୍ ର ଗୋଟେ ରାତିର ଭଡା ଜାଣି ହୋସ୍ ଉଡିଯିବ ଆପଣଙ୍କର

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏହି ଯାତ୍ରା ରେ ତାଙ୍କ ସହିତ ଆସିବେ ପୁରା ପରିବାର। ପୂର୍ବରୁ କେବଳ ମେଲାନିଆ ଟ୍ରମ୍ପ ଆସୁଥିବା ଚର୍ଚ୍ଚା ହେଉଥିଲା। ହେଲେ ଆମେରିକା ରାଷ୍ଟ୍ରପତିଙ୍କ ସହିତ ଆସୁଥିବା ପ୍ରତିନିଧି ମଣ୍ଡଳୀରେ ଅଛନ୍ତି ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁସନର। ୨୪ ଓ ୨୫ ଫେବୃଆରୀ ଦୁଇ ଦିନିଆ ଭାରତ ଗ୍ରସ୍ତ କରିବେ ଟ୍ରମ୍ପ। ତେବେ ଭାରତ ବି ତାଙ୍କ ସ୍ୱାଗତ ପାଇଁ କୌଣସି ଜିନିଷରେ ହାତଛଡା କରୁନାହିଁ। ଏହି ଗଗ୍ରସ୍ତର ପୂରା ଟ୍ରମ୍ପ ପରିବାର ଦିଲ୍ଲୀର ପାଞ୍ଚ ତାରକା ହୋଟେଲରେ ରହିବେ। ଏହା ଏକ ମାତ୍ର ଏମିତି ହୋଟେଲ ଯାହା ଦେଶକୁ ଆସୁଥିବା ବଡ ବଡ ଲୋକଙ୍କ ସ୍ୱାଗତର ସାକ୍ଷୀ ରହିଛି।

ଟ୍ରମ୍ପ ରହିବେ ଯେଉଁ ହୋଟେଲରେ, ସେଠି ରୁମ୍ ର ଗୋଟେ ରାତିର ଭଡା ଜାଣି ହୋସ୍ ଉଡିଯିବ ଆପଣଙ୍କର

ରାଷ୍ଟ୍ରପତି ଟ୍ରମ୍ପ ଓ ପରିବାର ଦିଲ୍ଲୀର ଆଇଟିସି ମୋର୍ୟା ହୋଟେଲ ରେ ରହିବେ। ହୋଟେଲର ଚାଣକ୍ୟ ସୁଇଟ୍ ରେ ତାଙ୍କ ରୁମ୍ ରହିବ। ଏହି ସୁଇଟ୍ ର ଏକ ରାତି ର ଭଡା ଆଠ ଲକ୍ଷ ଟଙ୍କା ଅଟେ। ଚାଣକ୍ୟ ସୁଇଟ୍ ୪,୬୦୦ ସ୍କୋୟାର ଫୁଟ ରେ ବ୍ୟାପିଛି। ଟ୍ରମ୍ପଙ୍କ ଦିଲ୍ଲୀ ଦର୍ଶନ ର ପୂର୍ବରୁ ସୁରକ୍ଷା ଅଧିକାରୀ ରାଜଧାନୀକୁ କିଲ୍ଲା ରେ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ଚାଣକ୍ୟ ସୁଇଟ୍ ଦେଶର ସବୁଠାରୁ ବଡ ଆଲିସାନ୍ ସୁଇଟ୍ସ ମଧ୍ୟରୁ ଏକ ଅଟେ। ଟ୍ରମ୍ପ ଏହି ଭବ୍ୟ ପ୍ରେସିଡେନ୍ସସିଏଲ ସୁଇଟ ରେ ରହିବାର ଚତୁର୍ଥ ରାଷ୍ଟ୍ରପତି ହେବେ। ଏହା ପୂର୍ବରୁ ବାରାକ୍ ଓବାମା, ବିଲ୍ କ୍ଲିଟନ୍ ଓ ଜର୍ଜ ଡବ୍ଲୁ ବୂଷ(ଜୁନିଅର) ଯେବେ ଭାରତ ଆସିଥିଲେ ଏଠାରେ ରହିଥିଲେ।

ଟ୍ରମ୍ପ ରହିବେ ଯେଉଁ ହୋଟେଲରେ, ସେଠି ରୁମ୍ ର ଗୋଟେ ରାତିର ଭଡା ଜାଣି ହୋସ୍ ଉଡିଯିବ ଆପଣଙ୍କର

ଆଗାମୀ ୨୪ ତାରିଖରେ ଅହମ୍ମଦାବାଦରେ ପହଂଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେଠାରୁ ମୋଟେରା ଷ୍ଟାଡିୟମ ଯାଇ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ସାମିଲ ହେବେ। ସଂଧ୍ୟାରେ ପରିବାର ସହିତ ଆଗ୍ରା ଯାଇ ତାଜମହଲ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି। ପରଦିନ ଦିଲ୍ଲୀରେ ହେବାକୁ ଥିବା ପ୍ରତିନିଧିସ୍ତରୀୟ ଆଲୋଚନାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମଧ୍ୟ ରହିବେ ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁସନର।